Pratidin TV

Odisha's Digital News Platform

ଆଜି ହକି ବିଶ୍ୱକପ୍ ମହାସମର ,ଆରମ୍ଭ ଦିନରେ ୪ ଟି ମ୍ୟାଚ୍

1 min read

ଭୁବନେଶ୍ୱର : ଆଜିଠୁ ଭୁବନେଶ୍ୱର ଓ ରାଉଲକେଲାରେ ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ଆରମ୍ଭ । ଏନେଇ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଓ ରାଉଲକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ ପ୍ରସ୍ତୁତ ରହିଛି । ଆଜି ଆରମ୍ଭ ଦିନରେ ‘ଏ’ ଓ ‘ଡି’ ପୁଲରେ ଥିବା ୮ଟି ଦଳ ୪ ଟି ମ୍ୟାଚ୍ ଖେଳିବ । କଳିଙ୍ଗ ଷ୍ଟାଡିୟମ୍‌ରେ ୨ଟି ଏବଂ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ୨ଟି ମ୍ୟାଚ୍ ଖେଳାଯିବ ।

କଳିଙ୍ଗ ଷ୍ଟାଡିୟମ୍‌ରେ ଅପରାହ୍ନଣ ୧ଟାରେ ଅର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍ ଖେଳାଯିବ । ଏହାପରେ ଅପରାହ୍ନଣ ୩ ଟାରେ ଏଠାରେ ଏହି ପୁଲ-ଏ ର ଅନ୍ୟ ଏକ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ବିଶ୍ୱର ଏକ ନମ୍ବର ଅଷ୍ଟ୍ରେଲିଆ ଓ ଫ୍ରାନ୍ସ । ଅପରାହ୍ନଣ ୫ଟାରେ ରାଉରକେଲା ନବ ନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍ ପ୍ରଥମ ବିଶ୍ୱକପ୍ ମ୍ୟାଚ୍ ଆୟୋଜନର ଗୌରବ ପାଇବ । ଏହି ମ୍ୟାଚ୍‌ରେ ମୁହାଁମୁହିଂ ହେବେ ପୁଲ-ଡି ରେ ଥିବା ଇଂଲଣ୍ଡ ଓ ୱେଲସ୍ । ଏହାପରେ ଏହି ପୁଲରେ ଥିବା ଘରୋଇ ଦଳ ଭାରତ ସନ୍ଧ୍ୟା ୭ ଟାରେ ସ୍ପେନ୍ ସହ ଲଢିବ ।

Advertisement

ଶନିବାର ପୁଲ-ସି ଓ ବି ର ୮ ଦଳ ୪ଟି ମ୍ୟାଚ୍ ଖେଳିବେ । ରାଉଲକେଲାରେ ଅପରାହ୍ନଣ ୧ଟା ଓ ୩ଟାରେ ଯଥାକ୍ରମେ ନ୍ୟୁଜ୍‌ଲାଣ୍ଡ-ଚିଲି ଏବଂ ନେଦରଲାଣ୍ଡ-ମାଲେସିଆ ମୁହଁମୁହିଁ ହେବେ । ସେହିପରି ଭୁବନେଶ୍ୱରରେ ଅପରାହ୍ନଣ ୫ଟା ଓ ସନ୍ଧ୍ୟା ୭ଟାରେ ଯଥାକ୍ରମେ ଲଢିବେ ବିଜେତା ବେଲଜିୟମ୍ ଓ କୋରିଆ ଏବଂ ଜର୍ମାନି ଓ ଜାପାନ୍ । ଏହି ପୁଲ ପର୍ଯ୍ୟାୟ ଶେଷ ହେବାପରେ ଜାନୁଆରୀ ୨୨ ତାରିଖରୁ ନଟ୍ ଆଉଟ୍ ପର୍ଯ୍ୟାୟ ଖେଳାଯିବ । ସେହିଭଳି ମେଗା ଫାଇନାଲ୍ ୨୯ ତାରିଖରେ ଆୟୋଜିତ ହେବ ।

ଦୀର୍ଘ ୪୮ ବର୍ଷ ହେଲା ଟିମ ଇଣ୍ଡିଆ ହକି ବିଶ୍ୱକପରେ ମେଡାଲ ଜିତିନି। ଦଳ ୧୯୭୫ରେ ଶେଷଥର ପାଇଁ କ୍ୱାଲାଲମ୍ପପୁରରେ ଆୟୋଜିତ ବିଶ୍ୱକପରେ ଚାମ୍ପିୟନ ହୋଇଥିଲା। ସେତେବେଳେ ଅଜିତ ପଲ ସିଂହ କ୍ୟାପ୍ଟେନ ଥିଲେ। ସେବେଠାରୁ ଆଜି ଯାଏ ଭାରତ କେବେ ହେଲେ ବିଶ୍ୱକପର ଟପ୍ ୩ ଦଳ ମଧ୍ୟରେ ରହିବାକୁ ସକ୍ଷମ ହୋଇନି। କିନ୍ତୁ ଚଳିତ ବିଶ୍ୱକପରେ ଭାରତର ଭାଗ୍ୟ ଓଡ଼ିଶାରେ ବଦଳିବ ବୋଲି ସମସ୍ତେ ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *