ବିଷ ବଳୟରେ ରାଜଧାନୀ ; ମାର୍ଗଦର୍ଶିକା ଜାରି କଲା ଦିଲ୍ଲୀ ବିମାନବନ୍ଦର..
1 min readଦିନକୁ ଦିନ ଭୟଙ୍କର ହେଉଛି ଦିଲ୍ଲୀର ବାୟୁ ପ୍ରଦୂଷଣ। ବିଷ ବଳୟରେ ପୁରା ରାଜଧାନୀ ଦିଲ୍ଲୀ । ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ, ଚିନ୍ତାରେ ରାଜଧାନୀବାସୀ ଏବଂ ସରକାର। ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ। ଭିଜିବିଲିଟି କମିଛି, ଶ୍ୱାସକ୍ରିୟାରେ ବି କଷ୍ଟହେଉଛି। ଦିଲ୍ଲୀ-ଏନସିଆର୍, ଉତ୍ତରପ୍ରଦେଶ ଏବଂ ପଞ୍ଜାବ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ଭୟଙ୍କର କୁହୁଡ଼ି ଦେଖିବାକୁ ମିଳିଛି।
ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦିଲ୍ଲୀବାସୀ। ବିଶେଷ କରି ଗାଡି ଚଳାଚଳରେ ବାଧା ପ୍ରାପ୍ତ ହେଉଛି। ଖଣ୍ଡେ ବାଟ ଯାଏଁ କିଛି ବି ଦୃଶ୍ୟମାନ ହେଉନାହିଁ। ଯେଉଁକାରଣରୁ ଦୁର୍ଘଟଣା ହେବାର ଆଶଙ୍କା ବୃଦ୍ଧି ପାଉଛି। ପରିସ୍ଥିତିକୁ ଦେଖିବିମାନ ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ଦିଲ୍ଲୀ ବିମାନ ବନ୍ଦର ଏୟାରଲାଇନ୍ସ । ଯୋଗାଯୋଗ କରି ଯାତ୍ରା କରିବାକୁ ପରାମର୍ଶ ଯାତ୍ରୀଙ୍କୁ ଦେଇଛି।