Pratidin TV

Odisha's Digital News Platform

ହାଇକୋର୍ଟ ଦ୍ୱାରସ୍ଥ ହେଲେ ଅନୁଷ୍କା ଶର୍ମା ! ନୋଟିସ୍‌କୁ କଲେ ଓପନ୍ ଚ୍ୟାଲେଞ୍ଜ୍ ..

1 min read

ମୁମ୍ବାଇ : ଚର୍ଚ୍ଚାରେ ବଲିଉଡ୍ ଅଭିନେତ୍ରୀ ଅନୁଷ୍କାଙ୍କ କୋଟ୍ ଯିବା କଥା । ଆଜ୍ଞା ହଁ ଏଥର ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି କ୍ରିକେଟର୍ ବିରାଟ କୋହିଲିଙ୍କ ପତ୍ନୀ ଅନୁଷ୍କା ଶର୍ମା । ଖାଲି କୋର୍ଟ ଯାଇନାହାନ୍ତି ସେଠାରେ ଆଇଟି ବିଭାଗର ନୋଟିସ୍‌କୁ ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଅନୁଷ୍କା ବମ୍ବେ ହାଇକୋର୍ଟରେ ପିଟିଶନ ଦାଏର କରିଛନ୍ତି । ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ନାଁରେ ଆୟକର ବିଭାଗ ନୋଟିସ ଜାରି କରିଥିବା ନେଇ ବମ୍ବେ ହାଇକୋର୍ଟରେ ଅଭିନେତ୍ରୀ ପିଟିଶନ୍ ଦାଏର କରିଛନ୍ତି । ଅନୁଷ୍କାଙ୍କ ପିଟିଶନ୍ ର ଉତର ୩ ସପ୍ତାହ ମଧ୍ୟରେ ରଖିବା ଲାଗି କୋର୍ଟ ଆଇଟି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏ ନେଇ ଆସନ୍ତା ଶୁଣାଣି ଫେବୃୟାରୀ ୬ରେ କରାଯିବ । ସୂଚନା ମୁତାବକ ବର୍ଷ ୨୦୧୨-୧୩ ଏବଂ ୨୦୧୩-୧୪ରେ ଅନୁଷ୍କାଙ୍କୁ କର ପୈଠରେ ଅନିୟମିତତା ପାଇଁ ଆଇଟି ନୋଟିସ ଜାରି କରିଥିଲା । ଅନୁଷ୍କା ନିଜ ଟାକ୍ସ କନ୍ସଲଟାକ୍ସଙ୍କ ଦ୍ୱାରା କୋର୍ଟରେ ପିଟିଶନ୍ ଦାଏର କରିଥିବାବେଳେ ଜଷ୍ଟିସ୍ ନୀତିନ ଜମାଦାର ଓ ଗୌରୀ ଗଡ଼ସେଙ୍କ ଖଣ୍ଡପୀଠ ଅଭିନେତ୍ରୀ ନିଜେ ନାଁରେ ପିଟିଶନ୍ ଦାଏର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Advertisement

ଟ୍ରାଇ-ପାର୍ଟି ଏଗ୍ରିମେଂଟ ଜରିଆରେ ଅନୁଷ୍କା ଫିଲ୍ମ ଏବଂ ଆୱାର୍ଡ ସେରେମନିରେ ପରଫମ କରିଥିବା ପିଟିଶନ୍ରେ କହିଛନ୍ତି । କିନ୍ତୁ ଆଇଟି ପକ୍ଷରୁ ଜରି ନୋଟିସ ଅନୁସାରେ ଅନୁଷ୍କା ପ୍ରଡକ୍ସ ଏଣ୍ଡୋର୍ସମେଂଟ ଓ ଆୱାର ଫଙ୍କଶନ୍ ରେ ଉପସ୍ଥିତ ଥିବା କୁହାଯାଇଛି । ଗତଥର ଶୁଣାଣି ବେଳେ କୋର୍ଟ ଅନୁଷ୍କାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଟ୍ୟାକ୍ସ କନସଂଟାଂଟ ଜରିଆରେ ମାମଲା ଦାୟରକୁ କୋର୍ଟ ନାପସନ୍ଦ କରିଥିଲେ । ଓକିଲଙ୍କୁ ପଚାରିଥିଲେ ଅନୁଷ୍କା କଣ ନିଜେ ଆବେଦନ କରି ପାରିବେ ନାହିଁ । ଯାହା ପରେ ଅନୁଷ୍କା ଓକିଲଙ୍କ ଜରିଆରେ ଦେଇଥିବା ଆବେଦନକୁ ଫେରାଇ ନେବା ସହ ନିଜେ ନୂଆ ଆବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *