Pratidin TV

Odisha's Digital News Platform

ଏହି କାରଣ ପାଇଁ ୨୦୨୫ ରେ ମହଙ୍ଗା ହେବ ସ୍ମାର୍ଟଫୋନ୍ ଚାହିଦା..

1 min read

ଏବେ ଯୁବପୀଢିଙ୍କ ମଧ୍ୟରେ ବଢିବଢି ଚାଲିଛି ସ୍ମାର୍ଟଫୋନ୍ ଓ ଅନ୍ୟ ଇଲେକ୍ଟ୍ରୋନିକ୍ସ ଡିଭାସ ଗୁଡିକର ଅଧିକ ବ୍ୟବହାର । ଫଳରେ ସ୍ମାର୍ଟଫୋନ୍ କମ୍ପାନୀ ଲଞ୍ଚ କରୁଛନ୍ତି ବିଭିନ୍ନ ମଡେଲର ଫୋନ । ବିଶେଷ କରି ଫୋନ୍ଗୁଡ଼ିକୁ ୪ଜିରୁ ୫ଜି କରାଇବା ଓ ନାନା ଫିଚର୍ ବିଶିଷ୍ଟ ଏଆଇ ଚିପ୍ ର ଉତ୍ପାଦନ ଖର୍ଚ୍ଚ ଯୋଡ଼ିବା ଯୋଗୁଁ ଆସନ୍ତା ବର୍ଷ ସ୍ମାର୍ଟଫୋନ୍ ମହଙ୍ଗା ହେବ ବୋଲି ଅନୁମାନ କରାଯାଉଛି।

ଚଳିତବର୍ଷ ବିଶ୍ବବ୍ୟାପୀ ସ୍ମାର୍ଟଫୋନ୍ର ହାରାହାରି ମୂଲ୍ୟ ୩ ପ୍ରତିଶତ ବଢ଼ି ୩୬୫ ଡଲାର ବା ପ୍ରାୟ ୩୦,୬୦୦ ଟଙ୍କା ରହିଥିବା ବେଳେ ୨୦୨୫ ମସିହାରେ ସେଥିରେ ଆଉ ୫ ପ୍ରତିଶତ ବୃଦ୍ଧି ଘଟିବ ବୋଲି ଆକଳନ କରାଯାଉଛି। ଉପଭୋକ୍ତାମାନେ ଫୋନ୍ ରେ ଅଧିକ ଅତ୍ୟାଧୁନିକ ଫିଚର୍ ଓ ଦକ୍ଷତା ସାଙ୍ଗକୁ ଉତ୍ପାଦନଶୀଳ କୃତ୍ରିମ ବୁଦ୍ଧିମତ୍ତା (ଜେନ୍ଏଆଇ) ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ସେଥିଲାଗି ଫୋନ୍ ର ସେଣ୍ଟ୍ରାଲ୍ ପ୍ରୋସେସିଂ ୟୁନିଟ୍ (ସିପିୟୁ), ନ୍ୟୁରାଲ୍ ପ୍ରୋସେସିଂ ୟୁନିଟ୍ (ଏନ୍ପିୟୁ) ଓ ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍ (ଜିପିୟୁ) ଆଦିର ଦକ୍ଷତାକୁ ପରିବର୍ଦ୍ଧିତ କରିବା ଦରକାର। ଯାହାଫଳରେ ମୂଲ୍ୟ ସାଧାରଣତଃ ବହୁତ ଅଧିକ ରହିଛି ।

Advertisement

ଯେଉଁଥିପାଇଁ ଫୋନର ମୂଲ୍ୟ ମଧ୍ୟ ବଢିବାର ଆଶଙ୍କା ରହିଛି ।ଟେକ୍ନୋଲୋଜି ଅଗ୍ରଗତି କରୁଥିବାରୁ ସ୍ମାର୍ଟଫୋନକୁ ମଧ୍ୟ ଅପଗ୍ରେଡ୍ କରାଯାଉଛି ।ଏଭଳି ପରିସ୍ଥିତିରେ ମୂଲ୍ୟ ବୃଦ୍ଧି ସହିତ ଭଲ ଫୋନ୍ ମଧ୍ୟ ବଜାରକୁ ଆସୁଛି। ଏଥିରେ ଏକ ଉତ୍ତମ କ୍ୟାମେରା ଏବଂ ଅଧିକ ଫିଚର୍ ରହୁଛି । ତେବେ ଆଗାମୀ ଦିନରେ ଭଲ ଫୋନ ସାଙ୍ଗକୁ ଉଚ ଦରରେ ସ୍ମାର୍ଟଫୋନ୍ ମାର୍କେଟକୁ ଆସିବାର ସମ୍ଭାବନା ରହିଛି ।ଏଥିଯୋଗୁଁ ଫୋନ୍ ର ନିର୍ମାଣ ଖର୍ଚ୍ଚ ବଢ଼ିବା ସହ ତାହା ସିଧାସଳଖ ଫୋନ୍ ର ବଜାର ମୂଲ୍ୟ ଉପରେ ପ୍ରତିଫଳିତ ହେବ।ତେଣୁ ଉପଭୋକ୍ତାଙ୍କ ଆବଶ୍ୟକତା ପୂରଣ ପାଇଁ ସ୍ମାର୍ଟଫୋନର ମୂଲ୍ୟ ଯଥେଷ୍ଟ ବଢ଼ିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।

Leave a Reply

Your email address will not be published. Required fields are marked *