Pratidin TV

Odisha's Digital News Platform

ଅଣନିଶ୍ବାସୀ ହୋଇପଡିଛି ରାଜଧାନୀ ଦିଲ୍ଲୀ ,ବନ୍ଦ ହେଲା ସ୍କୁଲ ,ଅନଲାଇନରେ ହେବ ପାଠ ପଢ଼ା

1 min read

The capital Delhi has become a non-resident, schools have been closed, lessons will be taught online

ଚରମ ସୀମାରେ ପହଞ୍ଚି ଯାଇଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ | ଜାତୀୟ ରାଜଧାନୀର ବାୟୁମଣ୍ଡଳକୁ ଆଚ୍ଛାଦିତ କରି ରଖିଛି ଧୂଆଁ ସାଙ୍ଗକୁ କୁହୁଡି | ରାସ୍ତାଘାଟ ଦେଖାଯାଉନଥିବା ସମୟରେ ନିଶ୍ୱାସ ନେବା ଏବେ କଷ୍ଟକର ହୋଇପଡିଛି | ଯାହାକୁ ଦୃଷ୍ଟିରେ ରଖି ଅନଲାଇନରେ କ୍ଲାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର | ଏଣିକି ଦିଲ୍ଲୀରେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଏଣିକି ଅନଲାଇନରେ କ୍ଲାସ ଚାଲିବ | ସ୍ଥିତିରେ ସୁଧାର ନ ଆସିବା ଯାଏଁ ଅନଲାଇନ କ୍ଲାସ ଜାରି ରହିବ ବୋଲି ମୁଖ୍ୟମନ୍ତ୍ର୍ରୀ ଆତିଶି କହିଛନ୍ତି |

ତେବେ ଗତ ଦ୍ତୀଣି ଦିନ ହେବ ବାୟୁ ଗୁଣବତ୍ତା ନିମ୍ନ ସ୍ତରକୁ ଖସି ଆସିଛି | ଏହାର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୯୮ରେ ପହଞ୍ଚିଛି | ଯାହା ଅତ୍ୟନ୍ତ ଖରାପ ଅଟେ | IQAir (ଏକ ସ୍ୱିସ୍ କମ୍ପାନୀ) ରିପୋର୍ଟ ଅନୁସାରେ, ଆଜି ସକାଳ ୭ଟା ସୁଦ୍ଧା ଦିଲ୍ଲୀ ହେଉଛି ବିଶ୍ୱର ଦ୍ୱିତୀୟ ପ୍ରଦୂଷିତ ସହର। ପ୍ରଥମରେ ପାକିସ୍ତାନର ଲାହୋର ରହିଛି। ଲାହୋରରେ ବାୟୁ ଗୁଣବତ୍ତା ସୂଚକାଙ୍କ ୭୭୯।

Advertisement

ଦିଲ୍ଲୀ ରେ ବଢ଼ିବାରେ ଲାଗିଛି ପ୍ରଦୂଷଣ | ବାୟୁର ମାଁ ସାଙ୍ଘାତିକ ସ୍ତରରେ ପହଞ୍ଚିଛି | ତେବେ ପ୍ରଦୂଷଣ ଯୋଗୁଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଏନେଇ ଏକ୍ସ ରେ ଲେଖିଛନ୍ତି ଦିଲ୍ଲୀର ଏନସିଆର ରେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ | ଜିଆରପି ୩ କାର୍ଯ୍ୟକାରୀ ହେଲେ ନିର୍ମାଣ ଉଚ୍ଛେଦ ବନ୍ଦ ରହିବ | ସମସ୍ତ ଅଣ-ଅତ୍ୟାବଶ୍ୟକ ଖଣି କାର୍ଯ୍ୟ ଏବେ ବନ୍ଦ ରହିବ | ଏହାସହ ଆଜି ସକାଳୁ ବିଏସ ୩ ପେଟ୍ରୋଲ , ବିଏସ -୪ ଡିଜେଲ ୪ ଚକିଆ ଯାନ ଚଳାଚଳ ଉପରେ କଟକଣା ଲଗାଇବା ସହ ବାଣିଜ୍ୟିକ ଯାନ ଗୁଡିକୁ ରାଜଧାନୀ ଭିତରକୁ ପ୍ରବେଶ ଉପରେ ପ୍ରତିବନ୍ଧକ କରଯାଇଛି |

Leave a Reply

Your email address will not be published. Required fields are marked *