Pratidin TV

Odisha's Digital News Platform

ୟୁପିରେ ୪୦୦ ଦିନ ଛୁଟି ନେଇ ନିଲମ୍ବିତ ହେଲେ ୩ସ୍କୁଲ ଶିକ୍ଷୟତ୍ରୀ

1 min read

୩୬୫ ଦିନରୁ ୪00 ଦିନ ଛୁଟି ନେଇଛନ୍ତି ଶିକ୍ଷକ | ଉତ୍ତରପ୍ରଦେଶର ଉନଉରୁ ଏଭଳି କିଛି ଆଶ୍ଚର୍ଯ୍ୟଜନକ ମାମଲା ସମ୍ନାକୁ ଆସିଛି | ଯେଉଁଠାରେ ଶିକ୍ଷକମାନେ ଅନୁପସ୍ଥିତ ରହିବା କାରଣରୁ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଯାଇଛି | ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର କିଛି କିଲୋମିଟର ଦୂରରେ ଅବସ୍ଥିତ ଏକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ମଧ୍ୟରେ ଚାଲିଥିବା ବିବାଦ କାରଣରୁ ବର୍ଷ ବର୍ଷ ଧରି ଏହାର ଶିକ୍ଷାଗତ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି |

ତେବେ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ସମେତ ୩ ଶିକ୍ଷୟତ୍ରୀଙ୍କ ପୋଷ୍ଟିଂ ହୋଇଥିଲା | ତେବେ ସେମାନେ ୩୬୫ ଦିନରୁ ୪00 ଦିନ ଛୁଟି ନେଇଥିଲେ | ଯାହା ଫଳରେ ପିଲାଙ୍କ ପାଠପଢ଼ାରେ ଅସୁବିଧା ସୃଷ୍ଟି ହୋଇଛି | ଏନେଇ ଅଭିଯୋଗ ଆସିବା ପରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା | ପରେ ଯାଞ୍ଚରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ଆସିଥିଲା | ତେବେ ଯାଞ୍ଚ କରିବାକୁ ଆସିଥିବା ଏକ ଟିମ ବିଦ୍ୟାଳୟରେ ପଡିଥିବା ତାଲା ଖୋଲିବାକୁ ବାଧ୍ୟ ହୋଇଥିଲା | ତେବେ ଉନଉ ଠାରୁ ମାତ୍ର ୮ କିମି ଦୂରରେ ଥିବା ଏକ ପ୍ରାଥମିକ ସ୍କୁଲ ଗତ ବର୍ଷେ ହେବ ବନ୍ଦ ରହିଛି | ତେବେ ଏହି ଘଟଣା ତଦନ୍ତ ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି | ଏହାପରେ ଶିକ୍ଷକ ମନଙ୍କୁ ନୀଲମ୍ବିତ କରାଯାଇଛି | ଏଥିସହ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ କରାଯିବ |

Advertisement

Leave a Reply

Your email address will not be published. Required fields are marked *