Jio ଆଣିଲା ଶସ୍ତା ରିଚାର୍ଜ ପ୍ଲାନ୍ , ମାତ୍ର ୧୧ ଟଙ୍କାରେ ମିଳିବ ଅନଲିମିଟେଡ଼ ଡାଟା ..
1 min readଏବେ Jio ପୁଣି ଥରେ ଏକ ଶସ୍ତା ରିଚାର୍ଜ ପ୍ଲାନ୍ ଲଞ୍ଚ କରିଛି । କମ୍ପାନୀର ୧୧ ଟଙ୍କା ମୂଲ୍ୟର ଏହି ଶସ୍ତା ରିଚାର୍ଜ ପ୍ଲାନରେ ୟୁଜର୍ସମାନେ ଭରପୂର ଇଣ୍ଟରନେଟ୍ ଚଲାଇପାରିବେ । Jio ର ଏହି ଛୋଟ ରିଚାର୍ଜ ପ୍ଲାନ ଅନ୍ୟ ଟେଲିକମ୍ କମ୍ପାନୀ Airtel, BSNL ଏବଂ Voda ର ଟେନସନକୁ ବଢ଼ାଇଛି ।ରିଲାଏନ୍ସ Jio ର ଏହି ପ୍ରିପେଡ୍ ପ୍ଲାନ ବିଶେଷତଃ ସେହି ୟୁଜର୍ସଙ୍କ ପାଇଁ ହେବ, ଯେଉଁମାନେ ଅଧିକ ଡାଟା ବ୍ୟବହାର କରନ୍ତି ।
Jio ଏହି ଛୋଟ ପ୍ଲାନକୁ ଡାଟା ପ୍ୟାକ୍ ଭାବରେ ଲଞ୍ଚ କରିଛି । ୧୧ ଟଙ୍କା ମୂଲ୍ୟର ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନରେ ୟୁଜର୍ସମାନେ ୧୦GB ହାଇ ସ୍ପିଡ୍ ଡାଟାର ଲାଭ ପାଇପାରିବେ । ୟୁଜର୍ସମାନେ ଏହି ପ୍ଲାନକୁ କେବଳ ଯେକୌଣସି ଚାଲିଥିବା ପ୍ଲାନ ସହିତ ବ୍ୟବହାର କରିପାରିବେ । ଏହି ୧୦GB ଡାଟା ବ୍ୟବହାର କରିବା ପାଇଁ କେବଳ ୧ ଘଣ୍ଟା ସମୟ ମିଳିବ, ଅର୍ଥାତ ୟୁଜର୍ସମାନେ ଏହି ଡାଟାକୁ କେବଳ ୧ ଘଣ୍ଟା ପାଇଁ ବ୍ୟବହାର କରିପାରିବେ ।
Jio ବ୍ୟତୀତ Airtel ମଧ୍ୟ ୧୧ ଟଙ୍କାରେ ୧୦GB ଡାଟା ଅଫର କରୁଛି । Airtel ର ଏହି ଡାଟା ପ୍ୟାକର ଭ୍ୟାଲିଡିଟି ମଧ୍ୟ ୧ ଘଣ୍ଟା ପାଇଁ ରହିଛି । Airtel ଏବଂ Jio ର ପ୍ଲାନଗୁଡିକ ବିଶେଷତଃ ସେହି ୟୁଜର୍ସଙ୍କ ପାଇଁ ହେବ ଯେଉଁମାନେ ହେବି ଫାଇଲ୍ ଡାଉନଲୋଡ୍ କରିବାକୁ କିମ୍ବା ସଫ୍ଟେଓ୍ୱୟାର ଅପଡେଟ୍ କରିବାକୁ ମୋବାଇଲ୍ ଡାଟା ବ୍ୟବହାର କରିବେ । BSNL ର ସବୁଠାରୁ ଛୋଟ ଡାଟା ପ୍ୟାକ୍ ୧୬ ଟଙ୍କାରେ ଆସିଥାଏ । ସରକାରୀ ଟେଲିକମ୍ କମ୍ପାନୀ ଏହି ପ୍ଲାନରେ ଏହାର ୟୁଜର୍ସଙ୍କୁ ୨GB ହାଇ ସ୍ପିଡ୍ ଡାଟା ଅଫର କରିଥାଏ ଏବଂ ଏହି ପ୍ଲାନର ଭ୍ୟାଲିଡିଟି ୧ ଦିନ ପାଇଁ ହେବ ।
ସାଧାରଣତଃ Android କିମ୍ବା iOS ଅପଡେଟର ସାଇଜ୍ ୪GB କିମ୍ବା ଅଧିକ ହୋଇଥାଏ । ଟେଲିକମ୍ କମ୍ପାନୀଗୁଡିକ ୟୁଜର୍ସମାନଙ୍କୁ ଦୈନିକ ୩GB ଡାଟା ଅଫର କରନ୍ତି । ଏପରି ପରିସ୍ଥିରେ ସଫ୍ଟେଓ୍ୱୟାର ଅପଡେଟ୍ କରିବାକୁ ୟୁଜର୍ସଙ୍କୁ Wi-Fi କିମ୍ବା ରାତାରାତି ଡାଉନଲୋଡ୍ କରିବାକୁ ପଡିବ । ଏହି ଛୋଟ ରିଚାର୍ଜ ପ୍ଲାନ ସେହି ୟୁଜର୍ସଙ୍କ ପାଇଁ ବଡ ଆରାମ ବୋଲି ପ୍ରମାଣିତ ହୋଇପାରେ ।