Pratidin TV

Odisha's Digital News Platform

ରାପର ବାଦଶାହଙ୍କ ବଢ଼ିଲା ଅଡୁଆ, ଗୀତ ନେଇ ମିଡିଆ କମ୍ପାନୀ ଆଣିଲେ ଅଭିଯୋଗ

1 min read

ନିଜ ଗୀତକୁ ନେଇ ଚର୍ଚ୍ଚାରେ ରହୁଥିବା ରାପର-ଗାୟକ ବାଦଶାହ ପୁଣି ଅଡୁଆରେ ପଡିଛନ୍ତି | ବାଦଶାହଙ୍କ ବିରୋଧରେ ଏକ ମିଡିଆ କମ୍ପାନୀ ମାମଲା ଦାୟର କରିଛି। ବାଦଶାହ ତାଙ୍କ ଗୀତ ‘ବାୱଲା’ ପାଇଁ ଏହି କମ୍ପାନୀ ସହ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। କିନ୍ତୁ କମ୍ପାନୀ କହିଛି ଯେ, ନିର୍ମାଣ ଏବଂ ପ୍ରଚାର ସହ ଜଡ଼ିତ ସମସ୍ତ ସେବା ଶେଷ କରିବା ପରେ ମଧ୍ୟ ବାଦଶାହ ଏହି କାର୍ଯ୍ୟରେ ଜଡ଼ିତ ଲୋକଙ୍କୁ ଟଙ୍କା ଦେଇନାହାନ୍ତି।

ଏଭଳି ପରିସ୍ଥିତିରେ ମିଡିଆ କମ୍ପାନୀ କର୍ଣ୍ଣଲ ଜିଲ୍ଲା କୋର୍ଟରେ ଗାୟକ-ରାପରଙ୍କ ବିରୋଧରେ ମାମଲା ଦାୟର କରିଛି। ଅଭିଯୋଗକାରୀ କହିଛନ୍ତି ଯେ ସେ ବାଦଶାହଙ୍କୁ ଏ ବିଷୟରେ ଅନେକ ଥର ମନେ ପକାଇଥିଲେ। ଶେଷରେ ସେ ଏହି ପଦକ୍ଷେପ ନେଇଛନ୍ତି। ଏହା ବ୍ୟତୀତ ଅଭିଯୋଗକାରୀ ଆହୁରି ମଧ୍ୟ କହିଛନ୍ତି ଯେ ବାଦଶାହ ତାଙ୍କୁ ମିଥ୍ୟା ପ୍ରତିଶୃତି ଦେଇଥିଲେ ଏବଂ ପେମେଣ୍ଟ ସ୍ଥଗିତ ରଖିଥିଲେ। କମ୍ପାନୀ ଅନୁଯାୟୀ ସେ ଚୁକ୍ତିନାମା ପୂରଣ କରିଛନ୍ତି। ତେଣୁ ବାଦଶାହଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

Advertisement

ତେବେ ଏହି ବାୱଲା ଗୀତ ବାଦଶାହଙ୍କର ନିଜ ୟୁଟ୍ୟୁବ ଚ୍ୟାନେଲରେ ମୁକ୍ତିଲାଭ କରିଥିଲା | ପ୍ରାୟ ୧୫.୧ କୋଟିରୁ ଅଧିକ ଭ୍ୟୁଜ୍‌ ମିଳିଛି | ଏହା ପ୍ରଥମ ଘଟଣା ନୁହେଁ ଯେ ରାପର ବାଦଶାହଙ୍କ ନାମ ବିବାଦ ଘେରରେ ରହିଛି। ଏହାପୂର୍ବରୁ ସେ ବେଟିଂ କମ୍ପାନୀ ଆପ୍ ‘ଫେୟାରପ୍ଲେ’କୁ ପ୍ରୋତ୍ସାହିତ କରିବା ପାଇଁ ମହାରାଷ୍ଟ୍ର ପୋଲିସ ସାଇବର ସେଲ ସମ୍ମୁଖରେ ହାଜର ହୋଇଥିଲେ। ତେବେ ବାଦଶାହଙ୍କ ସହ ଆହୁରି 40 ଜଣ ଲୋକ ଏହାକୁ ପ୍ରୋତ୍ସାହିତ କରିଥିବା ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *