କାହିଁକି କପିଲଙ୍କ ଶୋ’ ଛାଡିଥିଲେ ? ୫ ବର୍ଷ ପରେ ମୁହଁ ଖୋଲିଲେ ସିଦ୍ଧୁ
1 min readପୂର୍ବତନ କ୍ରିକେଟର ତଥା ରାଜନେତା ନବଜୋତ ସିଂ ସିଦ୍ଧୁ କପିଲ ଶର୍ମାଙ୍କ ଶୋ’ର ଏକ ଅଂଶ ଥିଲେ ଏବଂ ହାସ୍ୟ ଅଭିନେତାଙ୍କ ସହ ତାଙ୍କ ଜୁଗଲବନ୍ଧୀଙ୍କୁ ବହୁତ ପସନ୍ଦ ମଧ୍ୟ କରାଯାଉଥିଲା । କିନ୍ତୁ 2019 ମସିହାରେ ହଠାତ ନବଜୋତ ସିଦ୍ଧୁ କପିଲଙ୍କ ସୋ ଛାଡିଦେଇଥିଲେ । ତାଙ୍କ ବିୟୋଗ ପରେ ଅର୍ଚ୍ଚନା ପୁରଣ ସିଂ ଶୋ’ରେ ଏଣ୍ଟ୍ରି ମାରିଥିଲେ । ବର୍ତ୍ତମାନ ପୁଣିଥରେ ନବଜୋତ ସିଂ ସିଦ୍ଧୁ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ କୁ ଆସିଥିଲେ | ଯାହାକୁ ଦେଖି ଦର୍ଶକ ବହୁତ ଉତ୍ସାହିତ ହୋଇଯାଇଥିଲେ | ଏହାରି ମଧ୍ୟରେ କାହିଁକି ସେ କପିଲ ଶର୍ମା ଛାଡିଥିଲେ ତାହା ଉପରେ ଦୀର୍ଘ ୫ ବର୍ଷ ପରେ ମୁହଁ ଖୋଲିଛନ୍ତି |
ପୂର୍ବ ଖବର ଅନୁସାରେ, କପିଲ ଶର୍ମାଙ୍କ ପୂର୍ବ ଶୋ, ‘ଦି କପିଲ ଶର୍ମା ଶୋ’ ଯେତେବେଳେ ନବଜୋତ ସିଂ ସିଦ୍ଧୁ ଛାଡିଥିଲେ, ସେହି ସମୟରେ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ | ଯେଉଟାଇପି ତାଙ୍କୁ ଶୋରୁ ହଟାଇ ଦିଆଯାଇଥିଲା | ତେବେ ଜାଣିବାକୁ ମିଳେ ଯେ, ସେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଉପରେ ମନ୍ତବ୍ୟ ଦେଇଥିଲେ | ତେଣୁ ସେ ଶୋ ଛାଡିବାକୁ ବାଧ୍ୟ ହୋଇଥିଲେ | ତେବେ ଏହାରି ଉପରେ ନବଜୋତ ସିଂ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ରେ ମୁହଁ ଖୋଲିଛନ୍ତି | ସେ କହିଛନ୍ତି, ଏହା ପଛରେ କିଛି ରାଜନୈତିକ କାରଣ ସହ , ବ୍ୟକ୍ତିଗତ କାରଣ ମଧ୍ୟ ଥିଲା | ଯାହା ଯୋଗୁଁ କପିଲ ଶର୍ମାଙ୍କ ସହ ଥିବା ଭଲ ସମ୍ପର୍କ ସେଠାରେ ଭାଙ୍ଗିଯାଇଥିଲା |
ସେ ଆହୁରି କହିଛନ୍ତି, ମୋର ଇଚ୍ଛା ଅଛି କି ପୁଣିଥରେ ସମସ୍ତେ ଏକାଠି ହୋଇଯାଆନ୍ତୁ | ମୁ କରିବି ସାହାଯ୍ୟ | ସେ ବହୁତ ଭଲ କାର୍ଯ୍ୟ କରୁଛି | କେବଳ ଏତିକି ନୁହେଁ, ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ କୁ ‘ଭଗବାନର ପ୍ରସ୍ତୁତ ପୁଷ୍ପ’ ଏବଂ ଏହାର ବାସ୍ନା ଏବଂ ସୁନ୍ଦରତାରେ ସମସ୍ତଙ୍କ ଯୋଗଦାନ ଅଛି ବୋଲି ନବଜୋତ ସିଂ କହିଥିଲେ |