Pratidin TV

Odisha's Digital News Platform

କାହିଁକି ମନ୍ଦିର ଗଲେ ବଜାଯାଏ ଘଣ୍ଟି? ଜାଣନ୍ତୁ ଏହା ପଛରେ ଥିବା କାରଣ ..

1 min read

ସାଧାରଣତଃ ଲୋକମାନେ ମନ୍ଦିରକୁ ଯିବା ପୂର୍ବରୁ ସେଠାରେ ଥିବା ଘଣ୍ଟିକୁ ନିଶ୍ଚୟ ବଜାଇଥାନ୍ତି। ତାପରେ ଯାଇ ଭଗବାନଙ୍କୁ ଦର୍ଶନ କରିଥାନ୍ତି। ହିନ୍ଦୁ ଧର୍ମରେ ମନ୍ଦିର ବାହାରେ ଘଣ୍ଟି ଲାଗିବାର ପରମ୍ପରା ବହୁତ ପୁରାତନ ଅଟେ। କିନ୍ତୁ ମନ୍ଦିର ଗଲେ କାହିଁକି ଘଣ୍ଟି ବଜାଯାଏ ଏହାର କାରଣ ସମସ୍ତେ ପ୍ରାୟ ଜାଣିନଥିବେ।

ମନ୍ଦିରରେ ପୁଜା ପାଇଁ ଯାଇଥିବା ଘଣ୍ଟି ବଜାଇବାର କାରଣ କଣ , ଏହାପଛରେ କେବଳ ଧାର୍ମିକ କାରଣ ନୁହେଁ , ବରଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଯେବେ ଘଣ୍ଟି ବଜାଯାଏ ତେବେ ବାତାବରଣରେ କମ୍ପନ ସୃଷ୍ଟି ହୁଏ , ଏହାର କାରଣରୁ ବାୟୁମଣ୍ତଳରେ ସକରାତ୍ମକ ଉର୍ଜା ପ୍ରବାହିତ ହୋଇଥାଏ , ଘଣ୍ଟି ବଜାଇବାର କାରଣ କମ୍ପନ ସୃଷ୍ଟି ହୋଇଥାଏ , ଯାହାର କାରଣରୁ ଏହା କମ୍ପନ ବାୟୁମଣ୍ତଳରେ ଅଧିକା ସମୟ ରହିଲେ ଜୀବାଣୁ, ବିଷାଣୁ , ସୁକ୍ଷ୍ମ ଜୀବ ଆଦି ନଷ୍ଟ ହୋଇଯାଆନ୍ତି , ଓ ବାତାବରଣ ଶୁଦ୍ଧ୍ ହୋଇଯାଏ ।ଘଣ୍ଟି ବଜାଇଲେ ମନ୍ଦିରରେ ସ୍ଥାପିତ ଦେବାଦେବୀଙ୍କ ମୃର୍ତ୍ତିରେ ଚେତନା ଜାଗୃତ୍ ହୋଇଥାଏ , ଯାହାପରେ ପୁଜା ଆରାଧନା କଲେ ଏହାର ଫଳଦାୟକ ହୋଇଥାଏ ।

Advertisement


ଘଣ୍ଟିର ଆବାଜରେ ମନ ମସ୍ତିଷ୍କ ଅଧ୍ୟାମରେ ଭାବ ଜାଗ୍ରତ ହୋଇଥାଏ , ଯାହା କାରଣରୁ ସକାଳ ସଂନ୍ଧ୍ୟା ମନ୍ଦିର ପୁଜା କିମ୍ବା ଆରତୀ ସମୟରେ ବିଶେଷ ବାଜା ସହ ଘଣ୍ଟି ବଜାଯାଏ , ଏଥିରେ ଶାନ୍ତି ଓ ଦୈବୀୟ ଉପସ୍ଥିତି ଅନୁଭୁତି ହୋଇଥାଏ ।ଯେବେ ସୃଷ୍ଟିର ପ୍ରାରମ୍ଭ ହେଲା , ତେବେ ନାଦର ଆବାଜ୍ ଶୁଭାଯାଇଥିଲା , ଆବାଜ୍ ଘଣ୍ଟି ବଜାଇଲେ ନାଦର ପ୍ରତିକ ହୋଇଥାଏ , ଏହି ନାଦ ଓଁ କାର ଉଚ୍ଚାରଣ କରିଥାଏ , ମନ୍ଦିର ବାହାରେ ଲାଗିଥିବା ଘଣ୍ଟି କାଳର ପ୍ରତିକ ବୋଲି ମାନାଯାଏ , ମାନ୍ୟତାଗୁଡିକରେ ପ୍ରଳୟରୁ ବଞ୍ଚିବାପାଇଁ ଘଣ୍ଟି ବଜାଯାଏ ।ଏମିତି କୁହାଯାଏ ଯେ ଯେତେବେଳେ ପୃଥିବୀରେ ପ୍ରଳୟ ଆସିବ, ସେହି ସମୟରେ ମଧ୍ୟ ଘଣ୍ଟି ବଜାଇବାର ନାଦ ଶୁଭିବ।କୁହାଯାଏ ଯେଉଁ ସ୍ଥାନରୁ ଘଣ୍ଟି ବଜାଇବାର ଶବ୍ଦ ନିୟମିତ ଆସିଥାଏ। ସେଠାକାର ପରିବେଶ ସବୁବେଳେ ଶୁଦ୍ଧ ଏବଂ ପବିତ୍ର ରହିଥାଏ। ଏହା ମଧ୍ୟ କୁହାଯାଏ ଯେ ଘଣ୍ଟି ବଜାଇବା ଦ୍ୱାରା ନକାରାତ୍ମକ ଶକ୍ତି ଶେଷ ହୋଇଯାଇଥାଏ।

Leave a Reply

Your email address will not be published. Required fields are marked *