Pratidin TV

Odisha's Digital News Platform

ରୂପା ଛାଉଣୀ ହେବ ପତିତପାବନଙ୍କ ମନ୍ଦିର ଓ ସିଂହାସନ..

1 min read

ପତିତପାବନଙ୍କ ମନ୍ଦିର ଓ ସିଂହାସନରେ ହେବ ରୂପା ଛାଉଣୀ । ଡିସେମ୍ବର ୨୫ ପୂର୍ବରୁ ଏହି କାମ ଶେଷ ହେବ। ଇଂରାଜୀ ନବବର୍ଷରେ ଶ୍ରୀମନ୍ଦିର ଓ ପତିତପାବନଙ୍କ ମନ୍ଦିର ପାଇବ ନୂଆରୂପ ।ନବବର୍ଷରେ ମନ୍ଦିର ର ନୂଆରୂପ ଭକ୍ତମାନେ ଦେଖିପାରିବେ ବୋଲି ଶ୍ରୀମନ୍ଦିର ପୂଜାପଣ୍ଡା ନିଯୋଗ ସଂପାଦକ ମାଧବ ପୂଜାପଣ୍ଡା ସାମନ୍ତ କହିଛନ୍ତି।

ସିଂହଦ୍ବାରରେ ଜମଶିଳା କୁ ରୁପା ଛାଉଣି କରାଯିବ। ଏହାସହିତ ଅଣସର ବେଳେ ଅଣସର ଠାକୁର ମହାପ୍ରଭୁ ଯେଉଁ ଖଟରେ ବସୁଛନ୍ତି, ସେ ଖଟ କୁ ବି ରୁପା ଛାଉଣୀ କରାଯିବ ।ସେହିଭଳି ମହାପ୍ରଭୁଙ୍କ ଚଳନ୍ତୀ ପ୍ରତୀମା ମଦନମୋହନଙ୍କ ସମେତ ଶ୍ରୀଦେବୀ, ଭୂଦେବୀ ଓ ଅନ୍ୟ ଦେବବେଦୀଙ୍କୁ ମିଶାଇ ୭ଟି ପ୍ରଭା ରୁପାରେ ତିଆରି କରିବାକୁ ପୂର୍ବ ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା। ପତିତପାବନ ମନ୍ଦିର ଓ ସିଂହାସନ ଆଚ୍ଛାଦିତ କରିବାକୁ ବି ଯୋଜନା କରାଯାଇଥିଲା। ଏସବୁର ଡିଜାଇନ୍‌ ପ୍ରଦର୍ଶିତ ହୋଇଛି ।

Advertisement

ପତିତପାବନ ମନ୍ଦିର ଓ ସିଂହାସନର ମାପ ଯେହେତୁ ଡିଜାଇନର୍‌ମାନେ ଆଣିନଥିଲେ, ତେଣୁ ଏହା ଚୂଡ଼ାନ୍ତ ହୋଇପାରିନି। କିନ୍ତୁ ସିହଂଦ୍ୱାର ଜମଶିଳାରେ ଲାଗିବାକୁ ଥିବା ରୁପା ଡିଜାଇନ୍‌ରେ ସାମାନ୍ୟ ସଂଶୋଧନ କରାଯାଇଛି ଓ କେଉଁ ଡିଜାଇନ୍‌ର ରୁପା ଲାଗିବ ଚୂଡ଼ାନ୍ତ ହୋଇସାରିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏଥିରେ ଶ୍ରୀମନ୍ଦିରରେ ବିଭିନ୍ନ ସ୍ଥାନରେ ରୁପା ଆଚ୍ଛାଦନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ବିଭିନ୍ନ ନିଯୋଗର ବରିଷ୍ଠ ସେବାୟତ, ପୂର୍ବତନ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *