ଶିମିଳିପାଳ ପାଇଁ ଖୁସି ଖବର , ଯମୁନା ପରେ ମହାରାଷ୍ଟ୍ରରୁ ଆସିଲା ‘ଜିନ୍ନତ’…
1 min readଶିମିଳିପାଳ ପାଇଁ ଖୁସି ଖବର। ମହାରାଷ୍ଟ୍ରରୁ ଆସିଲା ଆଉ ଏକ ବାଘୁଣୀ ‘ଜିନ୍ନତ’ । ଶିମିଳିପାଳ ନର୍ଥ ଚହଲା ନିକଟ ସଫ୍ଟ ଏନକ୍ଲୋଜରରେ ଜିନ୍ନତକୁ ଛଡ଼ାଯାଇଛି।ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀର ବୟସ ୩ବର୍ଷ ହୋଇଥିବା ବେଳେ ଏହାର ନାମ ଜିନ୍ନତ ରଖାଯାଇଛି ।ବନ ବିଭାଗର ସ୍ବତନ୍ତ୍ର ଗାଡ଼ିରେ ଗୁରୁବାର ଜିନତ ଶିମିଳିପାଳରେ ପହଞ୍ଚିଥିଲା ।ବାଘୁଣୀକୁ ସ୍ପେଶାଲ ଏନକ୍ଲୋଜରରେ ଛଡ଼ାଯାଇଛି। ମହାରାଷ୍ଟ୍ର ତଡ଼ବା ଅନ୍ଧେରୀ ଅଭୟାରଣ୍ୟରୁ ଏହି ବାଘୁଣୀକୁ ଶିମିଳିପାଳକୁ ଅଣାଯାଇଛି ।
କିଛି ଦିନ ତଳେ ବାଘୁଣୀ ଯମୁନାକୁ ମଧ୍ୟ ଶିମିଳିପାଳ ଅଭୟାରଣ୍ୟରେ ଛଡାଯାଇଥିଲା। ଯମୁନା ଏବେ ସ୍ଥାନୀୟ ପରିବେଶ ସହ ଖାପ ଖୁଆଇବା ସହ ଶିକାର କରୁଥିବା ଦେଖିବାକୁ ମିଳିଛି । ୨୦୨୩ ବାଘ ଗଣନା ଅନୁସାରେ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାବଳ ବାଘ ସଂଖ୍ୟା ବଢିଛି । ୩୯ଟି ବାଘ ଥିବା ବେଳେ ୫୦ପ୍ରତିଶତ କଳା ବାଘ ରହିଛନ୍ତି ।ତେଣୁ ଭବିଷ୍ୟତରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ବାହାର ରାଜ୍ୟରୁ ଦୁଇଟି ବାଘୁଣୀ ଆଣିବା ନେଇ ଯୋଜନା ହୋଇଥିଲା । ତିନିମାସ ତଳେ ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ଏନଟିସିଏକୁ ଆବେଦନ କରିଥିଲେ । ଏନ.ଟି.ସି.ଏ ପକ୍ଷରୁ ଅନୁମତି ମିଳିବା ପରେ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଥିଲେ । ଏହାପରେ ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ମୟୂରଭଞ୍ଜରୁ ମହାରାଷ୍ଟ୍ର ଯାଇଥିଲେ । ପୂର୍ବରୁ ଶିମିଳିପାଳ ଜଙ୍ଗଲରେ ଯମୁନାକୁ ଛଡାଯାଇଥିଲା ।