ମା’ ଲୋଭି ଠାକୁରାଣୀଙ୍କ ମହିମା ; ମାନସିକ କଲେ ହୁଏ ସନ୍ତାନ , ପିଲାଙ୍କୁ ମୁଣ୍ଡନ କଲେ ହୁଏ ରିଷ୍ଟ ଖଣ୍ଡନ
1 min readମା ଲୋଭି ଠାକୁରାଣୀ ଙ୍କ ମନ୍ଦିର ରେ ଲାଗିଛି ଶ୍ରଦ୍ଧାଳୁ ଙ୍କ ଭିଡ଼। ବର୍ଷର ଗୋଟିଏ ଦିନ ଖୋଲେ ମା ଙ୍କ ଏହି ମନ୍ଦିର ।କଟକ ତିଗିରିଆ ବିନ୍ଧାଣିମା ଗାଁ ର ଆରାଧ୍ୟ ଦେବୀ ହେଉଛନ୍ତି ମା ଲୋଭି ଠାକୁରାଣୀ। ବିଶ୍ଵାସ ରହିଛି କି କାର୍ତ୍ତିକ ପୂର୍ଣ୍ଣିମା ଦିନ ପୀଠରେ ଶିଶୁଙ୍କ ମୁଣ୍ଡନ କଲେ ଶିଶୁ ର ରହିଥିବା ରୋଗ ବ୍ୟାଧି ଓ ରିଷ୍ଟ ଖଣ୍ଡନ ହୋଇଯାଇଥାଏ। ସନ୍ତାନଟିଏ ପାଇଁ ପିତାମାତା କେତେ ପୂଜା ଉପବାସ ମାନଶିକ ଓ ଯାଚନା ମଧ୍ୟ କରିଥାନ୍ତି ବାପା ମା।
ବିଶ୍ଵାସ ରହିଛି ମା ଲୋଭି ଠାକୁରାଣୀ ଙ୍କ ନିକଟ ନିଃସନ୍ତାନ ଦମ୍ପତ୍ତି ମାନେ ସନ୍ତାନ ଟିଏ ପାଇଁ ମାଁ ଙ୍କ ନିକଟ ରେ ମାନସିକ କରିଥାନ୍ତି । ସନ୍ତାନ ପ୍ରାପ୍ତି ପରେ ମାନସିକ ପୂରଣ ପାଇଁ ଏହିପୀଠରେ କାର୍ତ୍ତିକ ପୂର୍ଣ୍ଣମା ଦିନ ବାପା ମା ଶିଶୁ ର ଶୁଭ ମନାସି ପ୍ରଥମ ମୁଣ୍ଡନ ମାଁ ଙ୍କ ପୀଠରେ କରାଇଥାନ୍ତି। ଏହା ହେଉଛି ଏକ ଅନନ୍ୟ ପରମ୍ପରା। ବର୍ଷ ର ଗୋଟିଏ ଦିନ କୁ ଅନେଇ ବସିଥାନ୍ତି ବାପା ମା ମା’ଙ୍କୁ ପ୍ରଥମେ ଗାଁ ରେ ଥିବା ବଣିଆ ଘରୁ ଆଣି ଲୋଭୀ ଚଉରା ପାଖରେ ପୂଜା ପୂଜାର୍ଚ୍ଚନା କରାଯିବା ପରେ ଏହି ମୁଣ୍ଡନ ଯାତ୍ରା ଅନୁଷ୍ଠିତ ହୋଇଥାଏ ଓଡିଶା ର କୋଣ ଅନୁକୋଣରୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ମାଁ ପୀଠରେ ଶିଶୁ ମାନଙ୍କର ର ମୁଣ୍ଡନ ପାଇଁ ଲାଗିଥାଏ ଲକ୍ଷାଧିକ ଭକ୍ତଙ୍କ ଭିଡ ।
ବିଶ୍ଵାସ ରହିଛି ଏହି ଦିନ ମାଁ ଙ୍କୁ ଦର୍ଶନ କଲେ ଶିଶୁ ର ରହିଥିବା ସମସ୍ତ ରିଷ୍ଟ ଖଣ୍ଡନ ହୋଇଯାଇଥାଏ। ରାତ୍ରୀ ୩ଟାରୁ ମା’ଙ୍କ ପହଡ଼ ଖୋଲାଯାଇ ମାଁ ଙ୍କ ଓ ରୀତିନୀତି ଅନୁଯାୟୀ ପୂଜାଚନା ପରେ ସାଧାରଣତ ଦର୍ଶନ ପାଇଁ ଦ୍ଵାର ଖୋଲାଯାଇ ଥିଲା। ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ କରିବା ପାଇଁ ଗ୍ରାମରେ ଶାନ୍ତି କମିଟି ମଧ୍ୟ ଗଠନ କରାଯାଇଥିବା ବେଳେ।ଯାତ୍ରା ସମୟ ଭିଡ଼ କୁ ଦୃଷ୍ଟି ରେ ରଖି ତିଗିରିଆ ପୋଲିସ ଓ ଗ୍ରାମ କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ ମଧ୍ୟ କଡ଼ାକଡ଼ି କରାଯାଇଥିଲା