ବିପଦରେ ଅଭିନେତା ମନୋଜଙ୍କ ଜୀବନ ,ସ୍ତ୍ରୀ ମମତା ନନ୍ଦ ମାଗିଲେ ପୋଲିସକୁ ସୁରକ୍ଷା…
1 min readଏଯାଏଁ ତୁଟିନି ଓଲିଉଡ଼ କଳି । ନିର୍ଦେଶକ ସଙ୍ଘ ଏବଂ ମନୋଜ ମିଶ୍ରଙ୍କ ଭିତରେ ଚାଲିଛି ଆରୋପ ପ୍ରତ୍ୟାରୋପ ।ତେବେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ଖବର ।ଏବେ ମନୋଜ ଏବଂ ଦ୍ଵିତୀୟ ପତ୍ନୀ ମମତା ନନ୍ଦ ଙ୍କ ଜୀବନ ବିପଦରେ ।ଏକ୍ସ ରେ ପୋଷ୍ଟ କରି ସୁରକ୍ଷା ଲୋଡିଲେ ମନୋଜ ଙ୍କ ପତ୍ନୀ ମମତା ନନ୍ଦ ।ମମତା ନନ୍ଦ ସୋସିଆଲ ମିଡ଼ିଆ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି “ସିନେମା ବିଷୟରେ କଥା ଯଦି ଚାଲିଛି, ତାହାଲେ ସେଇଟା ସିନେମା ବିଷୟରେ ହିଁ ରହିବା ଦରକାର। ଯଦି କେହି ବି personal Attack କରୁଛନ୍ତି କିମ୍ବା ଧମକ ଦେଉଛନ୍ତି ତାହାଲେ ସେଇଟା କେବେ ମଧ୍ଯ ଗ୍ରହଣୀୟ ନୁହେଁ । ଏହା ସହିତ ସେ ଧମକ ନଦେବାକୁ ଅନୁରୋଧ କରିଛନ୍ତି । ଏହା ସହିତ ସେ CMO ଓଡିଶା ,ଓଡିଶା ପୋଲିସ ,ଏବଂ ସାଇବର ପୋଲିସ କୁ ଅନୁରୋଧ କରିଛନ୍ତି ସୁରକ୍ଷା ଦେବା ପାଇଁ । କେବଳ ଏତିକି ନୁହେଁ ଏକ୍ସ ରେ ଆଉ ଏକ ପୋଷ୍ଟ ମଧ୍ୟ କରିଛନ୍ତି ।
ଯେଉଁଥିରେ ଲେଖିଛନ୍ତି “ଯଦି ମୋ ସ୍ବାମୀ(Manoj Mishra ) ଙ୍କର କେବେ ବି କିଛି ଅସୁବିଧା ହୁଏ ତାହାଲେ ପ୍ରତ୍ୟକ୍ଷ ଭାବରେ Jitu Rout ଏବଂ Director Association ଦାୟୀ ରହିବେ । କେବଳ ମମତା ନୁହନ୍ତି ମନୋଜ ମଧ୍ୟ ଫେସବୁକ ରେ ପୋଷ୍ଟ କରି ଲେଖିଛନ୍ତି ଯେ ଜିତୁ ରାଉତ ବାରମ୍ବାର ମତେ ଧମକ ଦଉଛି, ସାଇବର ଥାନା ଯାଇ କିଛି ଲାଭ ହଉନି, ଯଦି ମୋ ସହିତ କିଛି ବି ଦୁର୍ଘଟଣା ହୁଏ ତାହେଲେ ଜିତୁ ରାଉତ, ଓ ଯେଉଁ ନିର୍ଦ୍ଦେଶକ ସଂଘ ମୋ ନାଁ ରେ ସାଇବର ଥାନା ରେ complain କରିଥିଲେ ସେମାନେ ଦାୟୀ ରହିବେ ।ଏହା ସହିତ ଜିତୁ ରାଉତ ଙ୍କ ଏକ ପୋଷ୍ଟ ମଧ୍ୟ କରିଛନ୍ତି ।
ସେଥିରେ ଲେଖା ଅଛି ମନୋଜ ବାବୁ ଆଉ ଏମିତି ହୁଅନ୍ତୁ ନାହିଁ ,ପୁଣି ପୂର୍ବ ବର୍ଷ ପରି ଆପଣଙ୍କ ଶନି ଦୋଷ ପଡ଼ିବ ।ଆମକୁ ବାଧ୍ୟ କରନ୍ତୁ ନାହିଁ ମୁଂହ ଖୋଲିବାକୁ ,ସାବଧାନ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ।ତେବେ ମମତା ମନୋଜ ଙ୍କୁ କେଉଁପ୍ରକାର ଧମକ ମିଳୁଛି ତାହାର ତଦନ୍ତ ହେବା ଦରକାର ।ସେମାନଙ୍କୁ ସୁରକ୍ଷା ଯୋଗାଇବା ଦରକାର ।କାରଣ କିଛିଦିନ ପୂର୍ବରୁ ବିବାଦରେ ରହିଛନ୍ତି ମନୋଜ ମିଶ୍ର ।କଟକ ସାଇବର ଥାନାରେ ଏତଲା ଦେଇଛନ୍ତି ଓଡ଼ିଶା ଫିଲ୍ମ ଓ ଟିଭି ନିର୍ଦ୍ଦେଶକ ସଂଘ ।ସୋଶାଲ ମିଡ଼ିଆରେ ଅରୁଚିକର ମନ୍ତବ୍ୟ ଦେଉଥିବା ଅଭିଯୋଗ କରିଛି ସଂଘ।