ନଭେମ୍ବର ୧୮ ଓ ୨୫ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜଣ ଶୁଣାଣି
1 min readଆସନ୍ତା ୨ ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜଣ ଶୁଣାଣି | ଆସନ୍ତା ନଭେମ୍ବର ୧୮ ଓ ୨୫ ଉଭୟ ସୋମବାରରେ ଭୁବନେଶ୍ୱର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି କାର୍ଯ୍ୟ ବନ୍ଦ ରହିବ | ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ତରଫରୁ ସୂଚନା ଦିଆଯାଇଛି | ତେବେ ଏହାପୂର୍ବରୁ ନଭେମ୍ବର ୪ ଏବଂ ୧୧ ତାରିଖରେ ଜନ ଅଭିଯୋଗ ଶୁଣାଣି ମଧ୍ୟ ବନ୍ଦ ରହିଥିଲା | ସେହିପରି ବାତ୍ୟା ଦାନା ଓ ପରବର୍ତ୍ତୀ ସାହାଯ୍ୟ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୮ରେ ଭୁବନେଶ୍ୱର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା |
ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଅନଲାଇନ ଯୋଗେ ପଞ୍ଜିକରଣ କାରୀଟିଲେ ସସେମାନେ ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ଅଭିଯୋଗ ଶୁଣାଣି ଆପି ପୁନଃ ପଞ୍ଜିକରଣ କରିବାର କୌଣସି ଆବଶ୍ୟକତା ନାହିଁ | ସେମାନଙ୍କୁ ପରବର୍ତ୍ତୀ ଶୁଣାଣିର ତାରିଖ, ପାରଣାର୍ଥୀ ନିର୍ଦ୍ଦେଶନାମା ଅନୁଯାୟୀ, ଜଣାଇ ଦିଆଯିବ | ତେବେ ଖବର ଅନୁଯାୟୀ ଆଜିଠାରୁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ମୋହନ ଚରଣ ମାଝୀ | ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା ଦେଇଥିଲେ | ସେ କହିଥିଲେ ସିଙ୍ଗାପୁର ବିଭିନ୍ନ ଶିଳ୍ପପତି ମାନଙ୍କୁ ଓଡିଶା ପ୍ରତି ଆକୃଷ୍ଟ କରିବା ନିବେଶ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ |