Pratidin TV

Odisha's Digital News Platform

ରାଗିଗଲେ ମୁଖ୍ୟମନ୍ତ୍ରୀ,ଗାଡ଼ିରୁ ଓଲ୍ହାଇ ଚାଲି ଚାଲି ଗଲେ ବାଲିଯାତ୍ରା

1 min read

ଗାଡ଼ିରେ ବସି ବୁଲୁଥିବା ସମୟରେ ହଠାତ ରାଗି ଉଠିଲେ ମୁଖ୍ୟମନ୍ତ୍ରୀ | ପାଖରେ ବସିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା | କିନ୍ତୁ ବାଲିଯାତ୍ରା ଉଦଘାଟନ ସନ୍ଧ୍ୟାରେ ଯୋଗଦେବା ଅବସରରେ ହଠାତ ରାଗିଯାଇ ମୁଖ୍ୟମନ୍ତ୍ରୀ କହିଦେଲେ ‘ଚାଲ, ସମସ୍ତେ ଚାଲି ଚାଲି ଯିବା |’

ବୋଇତ ବିଳମ୍ବ ହେବା ଓ ଅତିଥିମାନଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟାଟେରୀ ଗାଡି ବ୍ୟବସ୍ଥା ନଥିବାରୁ ରାଗିଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଯାହାର ଭିଡ଼ିଓ ଏବେ ହେଉଛି ଭାଇରାଲ | ବୋଇତ ପ୍ରସ୍ତୁତ ହୋଇନଥିବାରୁ ମୁଖ୍ୟମନ୍ତ୍ରୀ ସିଲଭର ସିଟି ବୋଟିଂ କ୍ଲବରେ ଡୁ ମିନିଟରୁ ଅଧିକ ସମୟ ଅପେକ୍ଷା କରିଥିଲେ | ଫଳରେ ବୋଇତରେ ଗଡ଼ଗଡ଼ିଆ ଘାଟକୁ ଯିବା ପାଇଁ ବିଳମ୍ବ ହୋଇଥିଲା | ବୋଇତ ଆସିବା ପରେ ମୁଖ୍ୟମନ୍ତ୍ରୀ ଗଡ଼ଗଡ଼ିଆ ଘାଟରେ ପହଞ୍ଚିଥିଲେ | ସେଠାରେ ବୋଇତ ବନ୍ଦାଣ କରି କଟକ ଇନ କଟକରେ ହୋଇଥିବା ପ୍ରଥମ ଥର ପାଇଁ ଦକ୍ଷିଣ-ପୂର୍ବ ସମୂହ ମହୋତ୍ସବ ନୌବାଣିଜ୍ୟକୁ ନେଇ ସ୍ୱତନ୍ତ୍ର ପାଭିଲିଆନକୁ ଯିବାକୁ ବ୍ୟାଟେରୀ ଗାଡିରେ ବସିଥିଲେ | ହେଲେ ଅନେକ ଅତିଥି ଥିବା ବେଳେ ଗୋଟିଏ ବ୍ୟାଟେରୀ ଗାଡି ଦେଖି ମୁଖ୍ୟମନ୍ତ୍ରୀ ବିରକ୍ତି ପ୍ରକାଶ କରିବା ସହିତ ଗାଡିରେ ଓହ୍ଲାଇ ପାଭେଲାନ ଭିତରକୁକ ଚାଲି ଚାଲି ଯାଇଥିଲେ | ଗାଡ଼ିରେ ଓହ୍ଲାଉ ଓହ୍ଲାଉ ପ୍ରକୁକ ପରା ଗାଡିରେ ବସିଥିବା ସମସ୍ତ ଅତିଥି ତାଙ୍କ ପଛେ ପଛେ ଓହ୍ଲାଇ ଚାଲିବାକୁ ଲାଗିଥିଲେ |

Advertisement

Leave a Reply

Your email address will not be published. Required fields are marked *