Pratidin TV

Odisha's Digital News Platform

ଆମିଷ ଓ ମଦ ବିବାଦ :କ୍ଷମା ମାଗିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

1 min read

ଦୀପାବଳୀରେ ବଡ ଭୁଲ କରିଦେଇଥିଲେ ବ୍ରିଟେନର ପ୍ରଧାନମନ୍ତ୍ରୀ | ଆଉ ଶେଷରେ ୧୫ ଦିନ ପରେ ମାଗିଲେ କ୍ଷମା | ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ଦୀପାବଳୀ ସ୍ୱାଗତ ଅବସରରେ ଆମିଷ ଖାଦ୍ୟ ଓ ମଦ ସାମିଲ କରାଯିବା ନେଇ ବ୍ରିଟିଶ ହିନ୍ଦୁ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ପରେ ପ୍ରାୟ ୧୫ ଦିନ ପରେ ଏବେ କ୍ଷମା ପ୍ରାର୍ଥନା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ |

ଅନେକ ସମାଲୋଚନାର ଶିକାର ହେବା ପରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ କେଆର ଷ୍ଟାରମରଙ୍କ କାର୍ଯ୍ୟାଳୟ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି | ଯଦି ସରକାରୀ ବିବୃତିରେ ମେନ୍ୟୁକୁ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରାଯାଇନଥିଲା ତଥାପି ଷ୍ଟାର ମୋହନଙ୍କ ଜଣେ ମୁଖପାତ୍ର ହିନ୍ଦୁ ମାନଙ୍କ ଚିନ୍ତାକୁ ସ୍ୱୀକାର କରିଛନ୍ତି, ଏବଂ ଭବିଷ୍ୟତରେ ହେବାକୁ ଥିବା ଉତ୍ସବରେ ଏଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଛି |

Advertisement

ବ୍ରିଟିଶ ଭାରତୀୟ କନ୍ଯାରଭେଟିବ ସାଂସଦ ଶିବାନୀ ଷ୍ଟାରମରଙ୍କୁ ଲେଖିଥିବା ଏକ ଚିଠି ରେ ନୁଷ୍ଠାନିକ ଭାବରେ ନିଜର ଉଦବେଗ ପ୍ରକାଶ କରିବାର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କ୍ଷମା ପ୍ରାର୍ଥନା କରିଛନ୍ତି |

ଖବର ଅନୁଯାୟୀ, ଚଳିତ ବର୍ଷ ଲେବର ସରକାରଙ୍କ ଅଧୀନରେ ପ୍ରଥମ ଥର ପାଇଁ ଦୀପାବଳି ସମାରୋହ ଆୟୋଜିତ ହୋଇଥିଲା | ଏହି କାର୍ଯ୍ୟକ୍ରମର ନିଜ ଅଭିଭାଷଣ ସମୟରେ ଷ୍ଟାରମର ହିନ୍ଦୁ,ଶିଖ, ଜୈନ ସମ୍ପ୍ରଦାୟର ଅବଦାନ ପ୍ରତି ସମ୍ମାନ ବ୍ୟକ୍ତ କରିବା ସହ ଦୀପାବଳୀର ଭାବନାକୁ ଏକତା ସ୍ୱାଗତର ଉତ୍ସବର ରୂପେ ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି |

Leave a Reply

Your email address will not be published. Required fields are marked *