ଝାନ୍ସି ଅଗ୍ନିକାଣ୍ଡ ଘଟଣା : ଦୁଃଖ ପ୍ରକାଶ କରି ସହାୟତା ରାଶି ଘୋଷଣା କଲେ ମୋଦି..
1 min readଗତକାଲି ରାତିରେ ଉତ୍ତର ପ୍ରଦେଶର ଝାନ୍ସୀ ସ୍ଥିତ ମହାରାଣୀ ଲକ୍ଷ୍ମୀବାଇ ହସ୍ପିଟାଲରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଫଳରେ ଦୁନିଆ ଦେଖିବା ଆଗରୁ ଚାଲିଯାଇଛି ୧୦ ନାଜାତକ ଶିଶୁଙ୍କ ଜୀବନ । ଏହାସହିତ ୧୬ ଜଣ ଶିଶୁ ଗୁରୁତର ହୋଇଛନ୍ତି। ତେବେ ଗୁରୁତର ଶିଶୁ ମାନଙ୍କୁ ଏବେ ଚିକିତ୍ସା କରାଯାଉଥିବା ସୂଚନା ରହିଛି।
ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଚ୍ଚ ସ୍ତରୀୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୀଡ଼ିତାଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଝାନସୀ ମେଡିକାଲ କଲେଜର ଏନଆଇସିୟୁରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ନବଜାତ ଶିଶୁଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଆହତମାନଙ୍କୁ 50,000 ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି । ଏହାସହିତ ଦୁଃଖ ପ୍ରକାଶ କରି ମୋଦୀ ଏହି ଘଟଣାକୁ ହୃଦୟ ବିଦାରକ ବୋଲି କହିଛନ୍ତି ଏହାସହିତ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ଶିଶୁଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।