ଏମିତି ଫ୍ୟାନ୍ , ୮୦ ହଜାର ହରାଇ ଦେଖିଲେ ଫିଲ୍ମ ।
1 min readକଟକ : ଫିଲ୍ମ ଟିକେଟ ର ଦାମ୍ ୮୦ ହଜାର ୨୯୯ । ଏହା ଶୁଣି ଆପଣଙ୍କୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥା ଟି ସତ । ସେଦିନ ଥିଲା ଅକ୍ଟୋବର ୯ ଅର୍ଥାତ୍ ଓଡ଼ିଆ ଫିଲ୍ମ୍ କର୍ମ ର ରିଲିଜ୍ । କଟକ ଚାନ୍ଦିନୀଚୌକ୍ ଅଞ୍ଚଳର ଜ୍ଞାନ ଏବଂ ତାଙ୍କ ସାଙ୍ଗମାନେ ଟିକେଟ କାଟି ଯାଇଥିଲେ ସିନେମା ଦେଖିବାକୁ । ଏବଂ ସିନେମାର ପ୍ରକୃତ ଟିକେଟ ଦର ଥିଲା ୩୦୦ ଟଙ୍କା । ଏତେ ଭିଡରେ ବି ଅନୁଭବଙ୍କ ବିଗ୍ ଫ୍ୟାନ ଜ୍ଞାନ ଦେଖିବାକୁ ଯାଇଥିଲେ କର୍ମ । ତେବେ ତାଙ୍କୁ ଅନୁଭବଙ୍କ ନିଜ ଲୋକ କହିଲେ କିଛି କମ୍ ହେବ ନାହିଁ । ଭିଡ ପାର ହୋଇ ସିନା ଜ୍ଞାନ ଫିଲ୍ମ ଥିଏଟରରେ ପଶି ଯାଇଥିଲେ କିନ୍ତୁ ଭିତରେ ଯାଇ ଯେତେବେଳେ ଫଟୋ ନେବାକୁ ଫୋନ ଖୋଜିଥିଲେ ।
ସେତେବେଳେ ପକେଟରେ ଆଉ ଫୋନ ନଥିଲା ତେବେ ସେଠାରେ ତାଙ୍କ ଅଶି ହଜାର ଟଙ୍କାର ମୋବାଇଲ ଟି ଚୋରୀ ହୋଇ ଯାଇଥିଲା । ଏ ନେଇ ସେ ପୁରୀଘାଟ ଥାନାରେ ଏତଲା ଦାୟର କରିଥିଲେ । କେବଳ ସେତିକି ନୁହେଁ ଜ୍ଞାନ ଙ୍କ କହିବା କଥା ତାଙ୍କ ଫୋନ୍ ସମେତ ଆହୁରି ୨୦ ରୁ ୨୫ ଜଣଙ୍କ ମୋବାଇଲ୍ ସେଦିନ ହଲ୍ ରୁ ଚୋରୀ ହୋଇଥିଲା ।
ଏନେଇ ପୁରୀଘାଟ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । ହେଲେ ବିଡ଼ମ୍ବନା ର ବିଷୟ ଫୋନ୍ ଚୋରୀକୁ ମାସେରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ସୁଦ୍ଧା କୌଣସି ଟେର୍ ପାଉନି ପୋଲିସ । ତେବେ ଜ୍ଞାନ ବାରମ୍ବାର ଥାନା କୁ ଦୌଡୁଥିଲେ ହେଁ ତାଙ୍କୁ ଥାନା ବାବୁ କହୁଛନ୍ତି ଫୋନ୍ ମିଳିଲେ ଆପଣଙ୍କୁ ଖବର ଦେବୁ । ଅନ୍ୟପଟେ ଏ ବାବଦରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।