ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ଓଡ଼ିଶାର କୁନି ଝିଅ; କହୁଛି ଅନର୍ଗଳ ଇଂରାଜୀ ଶବ୍ଦ
1 min readସାଧାରଣ ଶିଶୁମାନେ ୨ ବର୍ଷ ବେଳକୁ ନିଜ ମାତୃଭାଷା ଶିଖିଥାନ୍ତି | ପରେ ଟିକେ ବଡ଼ ହେଲା ପରେ ପଢିବାକୁ ଗଲେ ଧୀରେ ଧୀରେ ଶିକ୍ଷା ନେବା ପରେ କହିପାରନ୍ତି | ତେବେ ପ୍ରଥମେ ସ୍କୁଲ ଯିବା ପୂର୍ବରୁ ଘରେ ତାଙ୍କୁ ନିଜ ମାତୃଭାଷାରେ କହିବାର ଦେଖିଥିବେ, କେବେ ଦେଖିଛନ୍ତି କି ୨ ବର୍ଷର ଛୁଆ ଅନର୍ଗଳ ଇଂରାଜୀ କହୁଛନ୍ତି |
ତେବେ ଓଡ଼ିଶାର ଅନଗୁଳ ଜିଲ୍ଲା କଣିଁହା ବ୍ଲକ NTPCର କୁନି ପ୍ରତିଭା ଗାୟତ୍ରୀ ବେହେରା । ବୟସ ମାତ୍ର ୨ ବର୍ଷ ୭ ମାସ । କିନ୍ତୁ କହୁଛି ଇଂରାଜୀର ଶବ୍ଦ | ଶୁଣିଲେ ହେବେ ଆଶ୍ଚର୍ଯ୍ୟ | ପଶୁ, ପକ୍ଷୀ, ଜାନବାହାନ, ରଙ୍ଗ, ଆକୃତି, ଶରୀରର ଅଙ୍ଗ, ସପ୍ତାହ, ମାସ, ଫୁଲ, ଫଳ ଏବଂ ପନିପରିବା ଭଳି ଶବ୍ଦ କହିପାରୁଛି | ତେବେ ଗାୟିତ୍ରୀ ସ୍କୁଲ ଯାଇନାହାନ୍ତି, କିନ୍ତୁ କହିପାରୁଛି ଏହି ସବୁ | ତେବେ ଏନେଇ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛି କୁନି ଝିଅ ଗାୟିତ୍ରୀ |
ତେବେ ଗାୟିତ୍ରୀ ଇଂରାଜୀରେ ୭ଟି ରଙ୍ଗ, ୧୫ଟି ପଶୁମାନଙ୍କ ନାମ, ୪ଟି ଫୁଲର ନାମ, ଶରୀରର ୧0ଟି ଅଙ୍ଗାର ନାମ, ସପ୍ତାହର ୭ଟି ବାର, ବର୍ଷର ୧୨ ମାସ, ଶବ୍ଦ ସହିତ ଇଂରାଜୀ ଵର୍ଣ୍ଣମାଲା, ୪ ଟି ନର୍ସରୀ ରାଇମ ଏବଂ ୧ରୁ ୫0 ପର୍ଯ୍ୟନ୍ତ ସଂଖ୍ୟା କହୁଛି | ଏତେ ଛୋଟ ବୟସରୁ ଏପରି ଇଂରାଜୀରେ କହିବା ଦେଖି ତାଙ୍କୁ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ଦିଆଯାଇଛି |