ଦେଶରେ ଏହି ୩୧ଜଣଙ୍କ ହେଲିକପ୍ଟର କେବେବି କରାଯାଏନି ଯାଞ୍ଚ, ଜାଣନ୍ତୁ କିଏ ?
1 min readମହାରାଷ୍ଟ୍ର ନିର୍ବାଚନ ତାତି ମଧ୍ୟରେ ବିମାନ ଯାତ୍ରା ସମୟରେ କରାଯାଇଥିବା ଯାଞ୍ଚ ବର୍ତ୍ତମାନ ରାଜନୀତିରେ ଝଡ଼ ସୃଷ୍ଟି କରିଛି | ନିକଟରେ ଯେତେବେଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ବିମାନକୁ ୨ ଥର ଯାଞ୍ଚ କରଯାଇଥିଲା ସେହି ସମୟରେ ସେ ଅସନ୍ତୋଷ ପ୍ରକାଶ କରିଥିଲେ |
ମଙ୍ଗଳବାର ଦିନ ନିର୍ବାଚନ ଆୟୋଗ ଦ୍ୱିତୀୟ ଥର ପାଇଁ ତାଙ୍କ ହେଲିକେପ୍ଟରକୁ ଯାଞ୍ଚ କରିଥିଲେ | ତେବେ ବିମାନ ଯାଞ୍ଚ କରିବା ସହ ସେମାନେ ଉଦ୍ଧବଙ୍କ ବ୍ୟାଙ୍କ ମଧ୍ୟ ଯାଞ୍ଚ କରିଥିଲେ | ଯାହାକୁ ନେଇ ଖପ୍ପା ହୋଇଯାଇଥିଲେ ଉଦ୍ଧବ | ଏନେଇ ପ୍ରତିକ୍ରିୟା ରଖି ଉଦ୍ଧବ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ସୋଲପୁର ଯାଇଥିଲେ, ତାଙ୍କ ହେଲିକେପ୍ଟରକୁ କାହିଁକି ଯାଞ୍ଚ କରଯାଇନଥିଲା | ତେବେ ଗତ ଥର ଯେତେବେଳେ ସେ ଓଡିଶା ଯାଇଥିଲେ ସେହି ସମୟରେ ବିମାନର ଯାଞ୍ଚ କରାଯାଇଥିଲା | ଯାହାପରେ ଜଣେ ବ୍ୟକ୍ତିକୁ ଏଥିପାଇଁ ନିଲମ୍ବିତ କରାଯାଇଥିଲା | ତେବେ ଉଦ୍ଧବ ଠାକରେ ନୁହନ୍ତି , ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ବ୍ୟାଗ ଯାଞ୍ଚ ହୋଇଛି | ତେବେ ଏହି ଯାଞ୍ଚ ରାଜନୀତି ତାଲିକାରେ ଅନେକ ନେତାଙ୍କ ନାମ ମଧ୍ୟ ରହିଛି | ତେବେ ଏଭଳି ପରିସ୍ଥିତି ମଧ୍ୟରେ ପ୍ରଶ୍ନ ଉଠୁଛି ଯେ, ପ୍ରଟୋକଲ ଅନୁଯାୟୀ କେଉଁ କେଉଁ ବ୍ୟକ୍ତିଙ୍କର ବିମାନ ଯାଞ୍ଚ କରଯାଇପାରିବ |
ତେବେ ଦେଶରେ ସମସ୍ତଙ୍କ ବିମାନକୁ ଯାଞ୍ଚ କରଯାଏନାହିଁ | କେବଳ ୩୧ ଜଣ ରାଜନେତାଙ୍କୁ ଛାଡିଦେଲେ ଅନ୍ୟମାନଙ୍କର ରାଜନେତାଙ୍କ ବିମାନ ଯାଞ୍ଚ କରଯାଇଥାଏ |
ତେବେ ସେହି ୩୧ ଜଣ ରାଜନେତାଙ୍କର କେବେ ହେଲେ ବିମାନ ଯାଞ୍ଚ କରଯାଇନଥାଏ | ତେବେ ଯାତ୍ରା ସମୟରେ କେଉଁ ମନ୍ତ୍ରୀ, ନେତା, ଉଚ୍ଚପଦବୀର ବ୍ୟକ୍ତିଙ୍କର ବିମାନ ଯାଞ୍ଚ କରଯାଏନାହିଁ | ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନୁଯାୟୀ, ବିମାନ ଯାତ୍ରା ପ୍ରଟୋକଲ ଅନୁସାରେ ଦେଶର କିଛି ବ୍ୟକ୍ତିଙ୍କର ବିମାନ ଯାଞ୍ଚ କରଯାଇନଥାଏ | ତେବେ ଏହି ତାଲିକାରେ ୩୧ ଜଣଙ୍କୁ ଅନ୍ତର୍ଭୁକ୍ତ କରଯାଇଛି | ତେବେ ଏଥିରେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ପୂର୍ବତନ ରାଷ୍ଟ୍ରପତି, ଭାରତର ପ୍ରଧାନ ବିଚାରପତି, ଲୋକସଭା ବାଚସ୍ପତି,କ୍ୟାବିନେଟ ସ୍ତରୀୟ କେନ୍ଦ୍ରମନ୍ତ୍ରୀ, ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଲୋକସଭା ଓ ରାଜ୍ୟସଭାର ବିରୋଧୀ, ଭାରତ ରତ୍ନରେ ଭୂଷିତ ବ୍ୟକ୍ତି, ବିଦେଶର ରାଷ୍ଟ୍ରଦୂତ, ଉଚ୍ଚ ଆୟୋକ୍ତ ଓ ତାଙ୍କର ଜୀବନ ସାଥି ଏଭଳି କିଛି ଲୋକଙ୍କର ବିମାନକୁ ଯାଞ୍ଚ କରାଯାଏନାହିଁ | ତେବେ ଏହାକୁ ବାଦ ଦେଲେ ହାଇକୋର୍ଟର ବିଚାରପତି, ମୁଖ୍ୟ ନିର୍ବାଚନ କମିଶନର, ଭାରତର ଅଡିଟର ଜେନେରାଲ, ରାଜ୍ୟସଭାର ଉପ ବାଚସ୍ପତି ଓ ଲୋକସଭାର ଉପ ବାଚସ୍ପତି, ଆର୍ଟନୀ ଜେନେରାଲ, କ୍ୟାବିନେଟ ସଚିବ ପ୍ରମୂଖଙ୍କର ବିମାନ ଯାଞ୍ଚ କରଯାଇନଥାଏ \
ତେବେ ଦେଶର କେତେକ ମନୋନୀତ ବ୍ୟକ୍ତିଙ୍କୁ କାହିଁକି ଯାଞ୍ଚ କରାଯାଏନାହିଁ ? ତେବେ ଏହାର ୩ଟି କାରଣ ରହିଛି, ପ୍ରଥମଟି ହେଉଛି, ଦେଶର ସର୍ବୋଚ୍ଚ ପଦବୀରେ ଥିବା ଲୋକଙ୍କ ପାଇଁ ଏହି ପ୍ରଟୋକଲ ପ୍ରସ୍ତୁତ କରଯାଇଛି | ଯାହାକୁ ମାନିବା ବାଧ୍ୟତାମୂଳକ |
ଦ୍ୱିତୀୟଟି ହେଉଛି, ବିଦେଶୀ ଅତିଥି, ଓ ଉଚ୍ଚ ପଦବୀର ଲୋକଙ୍କୁ ଦିଆଯାଇଥିବା ସମ୍ମାନ ଯୋଗୁଁ ସେମାନଙ୍କ ବିମାନ ଯାଞ୍ଚ କରଯାଏ ନାହିଁ |
ତୃତୀୟଟି ହେଉଛି, ସେମାନଙ୍କ ସୁରକ୍ଷା,ନିରାପତ୍ତା, ଯାହାଫଳରେ ଏହି ବାହାନାରେ କୌଣସି ବ୍ୟକ୍ତି କିମ୍ବା ଶତ୍ରୁ ସେମାନଙ୍କ ନିକଟତର ପହଞ୍ଚି ପାରିବେ ନାହିଁ |