Pratidin TV

Odisha's Digital News Platform

ଯୋଶୀମଠ ପରେ ଦୋହଲିଲା ଧର୍ମଶାଳା , ଭୟଭୀତ ଲୋକେ..

1 min read

ହିମାଚଳପ୍ରଦେଶ : ଯୋଶୀମଠରେ ଆତଙ୍କ ନଥମୁନୁ ଦୋହଲିଲା ଧର୍ମଶାଳା । ଆତଙ୍କିତ ଅବସ୍ଥାରେ ଲୋକେ । ଶନିବାର ସକାଳୁ ହିମାଚଳ ପ୍ରଦେଶର ଧର୍ମଶାଳା ନିକଟରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଗୋଟିଏ ପଟେ ଯୋଶୀମଠ ସହ କର୍ଣ୍ଣପ୍ରୟୋଗର ଅବସ୍ଥା ଏଭଳି ଥିବାବେଳେ ଧର୍ମଶାଳରେ ଆସିଥିବା ଭୂମିକମ୍ପ ଲୋକଙ୍କୁ ଅଧିକ ଭୟଭୀତ କରାଇଦେଇଛି ।

ଆଜି ସକାଳ ୫.୧୭ ସମୟରେ ଧର୍ମଶାଳାରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ ପିଛା ଏହାର ତୀବ୍ରତା ୩.୨ ରେକର୍ଡ କରାଯାଇଛି । ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ନିକଟରେ ଇସ୍ରୋ ଯୋଶୀମଠର ସ୍ୟାଟେଲାଇଟ୍ ଫଟୋ ପଠେଇଥିବା ।ସେଥିରେ ୧୨ ଦିନ ଭିତରେ ଯୋଶୀମଠର ଶୋଚନୀୟ ଅବସ୍ଥା ଦେଖାଦେଇଥିଲା । ତେବେ ଉତ୍ତରାଖଣ୍ଡର ଯୋଶୀମଠ ପାଖରୁ ପ୍ରାୟ ୨୦୦ କିଲୋମିଟର୍ ଦୂର ଉତ୍ତରକାଶୀରେ ୨.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହେବାର ଦିନକ ପରେ ଆଜି ହିମାଚଳ ପ୍ରଦେଶରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି।

Leave a Reply

Your email address will not be published. Required fields are marked *