Pratidin TV

Odisha's Digital News Platform

ଦେହରେ ମାଡୁଛି କି ଧଳାଦାଗ , ନିମ ଜୁସ୍ ଦୂରେଇ ଦେବ ସବୁ ସମସ୍ୟା ।

1 min read

ଦେହରେ ମାଡୁଛି କି ଧଳାଦାଗ , ସେଥିପାଇଁ ନିଅନ୍ତୁନି ଜମାରୁ ବି ଟେନସନ୍ । କାହିଁକି ନା ଏହି ଗୋଟେ ଉପାୟ ଆପଣଙ୍କୁ ସମସ୍ତ ଲଜ୍ଜ୍ୟାରୁ ବଞ୍ଚାଇଦେବ । ହଁ ଆଜ୍ଞା ଦେହରେ ହାତରେ ଗୋଡରେ କିମ୍ବା ମୁହଁରେ ଧଳା ଦାଗ ବା ଧଳା ଛଉ ଆରମ୍ଭ ହେଲେ ଆମର ଟେନସନ୍ ବଢିଯାଏ । କାରଣ ଏହି ଛଉ ବାହାରକୁ ପୁରା ସ୍ପଷ୍ଟ ଦେଖାଯାଏ । କାହିଁକି ନା ଏହାର ରଙ୍ଗ ଆମ ଶରୀରର ରଙ୍ଗଠାରୁ ବହୁତ ଧଳା ହୋଇଥାଏ । ଆଉ ଏହାର ଆକାର ଗୋଲିଆ କଏନ୍ ଭଳି ଦେଖାଯାଏ । ଏହାଦ୍ୱାରା ଆମକୁ କେଉଁଠାକୁ ଯିବାକୁ ମଧ୍ୟ ସଙ୍କୋଚ ଲାଗିଥାଏ । ଆଉ ଏହାକୁ ତୁରନ୍ତ ଭଲକରିବାକୁ ଆମେ ଏଲୋପାଥିକ ମେଡିସିନ୍ ଖାଇଥାଉ କିନ୍ତୁ ଏହି ଏଲୋପାଥିକ ଆମ ଶରୀର ଉପରେ ସାଇଡଇଫେକ୍ଟ ପକାଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପାୟ କହିବୁ ଯାହାଦ୍ୱାରା ଆପଣଙ୍କ ଧଳାଛଉ ଶୀଘ୍ର ଠିକ୍ ହୋଇଯିବ ।

ନିମପତ୍ର –ସାଧାରଣତ ନିମପତ୍ର ଦେହର ଇନଫେକ୍ସନ ପାଇଁ ଖୁବ୍ ହିତକର । ଦେହରେ କୁଣ୍ଢାଇହେଲେ ବା ଘା ହେଲେ କିମ୍ବା କାଛୁ ବାହାରିଲେ ଲୋକମାନେ ଏହି ନିମପତ୍ରକୁ ପାଣିରେ ଫୁଟାଇ ଦେହରେ ଲଗାଇଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି ଏହା ଆପଣଙ୍କ ଧଳା ଛଉ ଉପରେ ମଧ୍ୟ ଚତ୍ମକାର କାମ କରିଥାଏ ।

Advertisement

-ନିମ ପତ୍ରକୁ ଭଲ ଭାବେ ବାଟି ଏହାକୁ ଦହି ସହ ମିଶାଇ ଛଉ ହୋଇଥିବା ସ୍ଥାନରେ ଲଗାନ୍ତୁ। ଶୁଖିଯିବା ପରେ ଏହାକୁ ଧୋଇ ଦିଅନ୍ତୁ। ଏଭଳି କିଛି ଦିନ କରିବା ପରେ ଛଉ ସମସ୍ୟାରୁ ମୁକ୍ତି ମିଳିବ।

-ନିମକୁ ଜୁସ୍ ଭଳି ପିଇବା ଦ୍ୱାରା ମଧ୍ୟ ଛଉ ଭଲ ହୋଇଯାଏ।

-ଛଉ ହୋଇଥିବା ସ୍ଥାନରେ ଆପଣ ନିମ ତେଲ ବି ଲଗାଇପାରିବେ।


ଏହାଛଡା ଆହୁରି କିଛି ପ୍ରାକୃତିକ ଉପାୟଦ୍ୱାରା ଆପଣଙ୍କ ଛଉ ସମସ୍ୟା ଦୂର ହୋଇପାରିବ ।

-ରାତିରେ ଏକ ତମ୍ବା ପାତ୍ରରେ ପାଣି ଭରି ରଖନ୍ତୁ। ସକାଳୁ ଉଠି ଏହି ପାଣି ପିଅନ୍ତୁ। ଛଉ ଦୂର ହେବ।
ସୋରିଷ ତେଲରେ ହଳଦୀ ଗୁଣ୍ଡ ମିଶାଇ ଲେପ ପ୍ରସ୍ତୁତ କରି ଛଉ ହୋଇଥିବା ସ୍ଥାନରେ ଲଗାନ୍ତୁ। କିଛି ଦିନ ପରେ ଫାଇଦା ଦେଖିପାରିବେ।

-ଛଉ ହୋଇଥିବା ଜାଗାରେ ଆପଣ ନଡ଼ିଆ ତେଲ ବି ଲଗାଇପାରିବେ। ନଡ଼ିଆ ତେଲରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଇନ୍ଫେକସନ୍ ଗୁଣ ରହିଛି, ଯାହା ଛଉ ସମସ୍ୟାକୁ ଦୂର କରେ।

Leave a Reply

Your email address will not be published. Required fields are marked *