ଛାଡଖାଇର ପ୍ରକୃତ ଅର୍ଥ କଣ , ଆମିଷ ଭୋଜନ ନା ପାପକୁ ନିମନ୍ତ୍ରଣ ! ଥରେ ପଚାରନ୍ତୁ ନିଜ ମନକୁ ଏହି ପ୍ରଶ୍ନ ?
1 min readଶନିବାର ଅର୍ଥାତ୍ ଆଜି କାର୍ତ୍ତିକ ମାସ ଶେଷ ହୋଇଛି । ଆଉ କାର୍ତ୍ତିକ ମାସ ସରିବା ପରଦିନ ଛାଡଖାଇ ପାଳନ ହୋଇଥାଏ । କିନ୍ତୁ ଆଜି ବିଛା ସଂକ୍ରାନ୍ତି ଯୋଗୁଁ ଆମିଷ ବଜାର ଖାଁ ପଡିଛି । କେଉଁଠି କେମିତି କୋଚିତ୍ ଭିଡ ଦେଖିବାକୁ ମିଳିଛି । ହେଲେ ରବିବାର ଅର୍ଥାତ୍ କାଲି ଜମିବ ଆମିଷ ବଜାର ଲାଗିବ କାହାକଙ୍କ ଖଚାଖଚ୍ ଭିଡ । କାଲି ମନ ଭରି ନିଜ ନିଜ ପ୍ରିୟ ଜିନିଷ ଖାଇବେ ଆମିଷ ପ୍ରେମୀ । କିଏ ଚିକେନ ତ କିଏ କଙ୍କଡା କିଏ ମାଛ ତ କିଏ ମଟନ ପୁଣି ଆଉ କିଏ ଚିଙ୍ଗୁଡି ।
ଆଉ ଏହି ଛାଡଖାଇ ପାଇଁ କାଲି ବଳିପଡିଯିବେ ହଜାର ହଜାର ନିରୀହ ଜୀବ ବ କିନ୍ତୁ ପ୍ରକୃତରେ ଛାଡଖାଇର ଅର୍ଥ କ’ଣ ଆମିଷ ଭକ୍ଷଣ ନା ଏହା ପଛରେ ରହିଛି ଆଉ କିଛି ସତ , ଚାଲନ୍ତୁ ଜାଣିବା …
କିଛି ତଥ୍ୟ ଅନୁଯାୟୀ ଓଡ଼ିଆ ସାଧବ ପୁଅମାନେ ନୌବାଣିଜ୍ୟ କରିବା ପାଇଁ ଏବଂ କୈବର୍ତ୍ତମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଏହି ସମୟରେ ଯାତ୍ରାରମ୍ଭ କରୁଥିଲେ। ସେମାନଙ୍କୁ ମେଲାଣି ଦେବାପାଇଁ ଆୟୋଜନ କରାଯାଉଥିବା ଭୋଜିରେ ଆମିଷ ଖାଦ୍ୟ ରହୁଥିଲା। ଛାଡ଼ଖାଇ ଏହିପରି ଭାବରେ ଆରମ୍ଭ ହୋଇଥାଇପାରେ ବୋଲି ଲୋକମତ ରହିଛି।
ଛାଡଖାଇର ଅର୍ଥ– କାର୍ତ୍ତିକ ମାସରେ ହବିଷ କରୁଥିବା ହବିଷ୍ୟାଳିମାନେ ମାସ ସାରା ଦିନକୁ ମାତ୍ର ଗୋଟିଏ ଥର ଖାଇ ହବିଷ କରିଥାଆନ୍ତି। କାର୍ତ୍ତିକ ପୂର୍ଣ୍ଣମୀ ପରଦିନକୁ ଛାଡଖାଇ ଭାବରେ ପାଳନ କରନ୍ତି। ଏହିଦିନ ସେମାନେ ସମ୍ପୂର୍ଣ୍ଣ ଭାବରେ ଆହାର ଛାଡି ନିର୍ଜଳା ଉପବାସ କରିଥାଆନ୍ତି, ଯାହାକୁ ଛାଡଖାଇ କୁହାଯାଏ। ଯେହେତୁ ଖାଇବା ଛାଡି ଦିଆଯାଏ, ସେଥିପାଇଁ ଏହାକୁ ଛାଡଖାଇ କୁହାଯାଏ।
କିନ୍ତୁ କଣ ଆପଣମାନେ କେବେ ଭାବିଛନ୍ତି ଆପଣମାନେ ଛାଡଖାଇ ନାଁରେ କେତେ ନିରୀହ ଜୀବକୁ କଲବଲ କରି ତା ବିନା ଇଛାରେ ତା ପରିବାର ଠାରୁ ଦୂରେଇ ତାକୁ ଛଟପଟ କରି ଜୀଅନ୍ତା ମାରିଥାନ୍ତି । ଆଉ ତାକୁ ଆନନ୍ଦରେ ନେଇ ଘରେ ଖାଇଥାନ୍ତି । କଣ ଏହାଦ୍ୱାରା ଆପଣଙ୍କୁ ପୂଣ୍ୟ ମିଳେ ? ଶାନ୍ତି ମିଳେ ? ଥରେ ପଚାରନ୍ତୁ ନିଜ ହୃଦୟକୁ ..
ମାଛ ଠାରୁ ଆରମ୍ଭ କରି ମାଂସ ପର୍ଯ୍ୟନ୍ତ ନିଜ ପାଟିର ସ୍ୱାଦ ପାଇଁ କଥା ନକହିପାରୁଥିବା ଜୀବ ମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଉପଭୋଗ କରିବା କେତେଦୂର ସଠିକ୍ ?