Pratidin TV

Odisha's Digital News Platform

ସାବଧାନ ଖାଦ୍ୟ ଖାଇବା ସମୟରେ ରୁହନ୍ତୁନି ଅନ୍ୟମନସ୍କ , ନଚେତ୍ ଭୋଗିପାରନ୍ତି ଏହି ବଡ ସମସ୍ୟା ।

1 min read

ଅନେକ ଲୋକ ଖାଇବା ସମୟରେ ଖଟି କରିଥାନ୍ତି । ସେହିଭଳି ଆଉ କିଛି ଲୋକ ମୋବାଇଲ ମଧ୍ୟ ଚଳାଇଥାନ୍ତି । କିନ୍ତୁ ଏପରି କରିବା ସମ୍ପୂର୍ଣ୍ଣ ଭୁଲ୍ ଅଟେ । ଯଦି ଆପଣ ଖାଦ୍ୟ ଖାଇବା ସମୟରେ ଅନ୍ୟମନସ୍କ ରହୁଛନ୍ତି ତେବେ ଏବେଠୁ ବଦଳାଇ ଦିଅନ୍ତୁ ନିଜ ଅଭ୍ୟାସ ନଚେତ୍ ଭୋଗିପାରନ୍ତି ବଡ ସମସ୍ୟା ।

ଆମେ ଖାଉଥିବା ଖାଦ୍ୟ ଖାଦ୍ୟନଳୀ ଦେଇ ପାକସ୍ଥଳୀକୁ ଯାଏ। ଏହି ନଳୀର କାନ୍ଥର ଅନ୍ତର୍ଭାଗରେ କେତେକ ପାଚନ ଉପଯୋଗୀ ବ୍ୟାକ୍ଟେରିଆ ବଢ଼ନ୍ତି ଯାହା ଆମ ଖାଦ୍ୟକୁ ଭଲରେ ହଜମ କରିବାକୁ ବ୍ୟବହାର ହୁଏ। ଆମେ ଖାଉଥିବା ଖାଦ୍ୟରେ ପ୍ରୋବ୍ୟାକ୍ଟେରିଆ ଥିଲେ ଏହା ଉପକାରୀ ବ୍ୟାକ୍ଟେରିଆର ସଂଖ୍ୟା ବୃଦ୍ଧି କରେ, କିନ୍ତୁ ଯେବେ ଆମେ କୌଣସି ଅସ୍ୱାସ୍ଥ୍ୟକର ତଥା ଆମ ପାଚନ ତନ୍ତ୍ରକୁ ନ ସୁହାଇବା ପରି ଖାଦ୍ୟ ଖାଉ, ସେତେବେଳେ ଏହି ଖାଦ୍ୟନଳୀର ଉପକାରୀ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇ ଉକ୍ତ ଖାଦ୍ୟରେ ଥିବା ଅପକାରୀ ବ୍ୟାକ୍ଟେରିଆ ବଢ଼ିଯାଆନ୍ତି। ଏହା ଦ୍ୱାରା ପାଚନ ତନ୍ତ୍ର ପ୍ରଭାବିତ ହୁଏ ଏବଂ ଏସିଡିଟି ଓ ବଦହଜମି ପରି ସମସ୍ୟା ଦେଖାଦିଏ।

Advertisement

ଅନ୍ୟପଟେ ଲକ୍ଷ୍ୟ କରାଯାଉଛି ଯେ, ଛୁଆ ଓ ବଡ଼ମାନେ ସମସ୍ତେ ଖାଇବା ସମୟରେ ପ୍ରାୟ ଟିଭି ଦେଖି କିମ୍ୱା ମୋବାଇଲ୍ ବା ଲାପଟପ୍ ବ୍ୟବହାର କରିବା ସମୟରେ ହିଁ ଖାଦ୍ୟଗ୍ରହଣ କରୁଛନ୍ତି। ଏହାଦ୍ୱାରା ଖାଦ୍ୟର ପ୍ରକାର ତଥା ବୈଶିଷ୍ଟ୍ୟକୁ ଜାଣିପାରୁନାହାନ୍ତି। ଧରନ୍ତୁ, ଆପଣ ଗୋଟେ କିସମର ଫଳ ଖାଉଛନ୍ତି, ଆପଣ ଫଳଟି ଆଣିବା ସମୟରେ ଟିଭି ଦେଖି କିମ୍ୱା ମୋବାଇଲ୍ରେ କଥା ହେବାରେ ବ୍ୟସ୍ତ ଅଛନ୍ତି। ତେବେ ଫଳଟିକୁ ନ ଧୋଇ ଆପଣ ସିଧା ଖାଇବାକୁ ନେଇ ଆସିଲେ ଏବଂ ପ୍ରଥମଥର ପାଟିକୁ ନେବା ପରେ ଜାଣିଲେ, ଏହା ଏକ ଟମାଟୋ ଥିଲା, କୌଣସି ଫଳ ନୁହେଁ। କାରଣ ଆପଣଙ୍କ ମସ୍ତିଷ୍କ ଅନ୍ୟ କାମରେ ବ୍ୟସ୍ତ ଥିଲା। ସେହିପରି ଆଜିର ଛୁଆମାନେ ସୋସିଆଲ୍ ମିଡ଼ିଆ ତଥା ୟୁ ଟ୍ୟୁବ୍ରେ ଏତେ ଭିଡ଼ିଓ ଦେଖଇବାରେ ଅଭ୍ୟସ୍ତ ହୋଇଗଲେଣି ଯେ ଖାଇବା ବେଳେ ନିର୍ଦ୍ଦିଷ୍ଟ କିଛି ଭିଡ଼ିଓ ନ ଦେଖିଲେ ସେମାନେ ଜିଦ୍ କରୁଛନ୍ତି।

ସୋସିଆଲ୍ ମିଡିଆ ତଥା ଅନ୍ୟ ମାଧ୍ୟମଗୁଡ଼ିକରେ ଦେଖୁଥିବା ବିଭିନ୍ନ ସ୍ନାୟୁ-ଉଦ୍ଦୀପକ ଦୃଶ୍ୟ ଆମର ବ୍ୟବହାରକୁ ପ୍ରତ୍ୟକ୍ଷ ପ୍ରଭାବିତ କରେ। ପାଚନ ଉପରେ ଖରାପ ପ୍ରଭାବ ସହ କେତେକ ଶାରୀରିକ ସମସ୍ୟା ଯେପରିକି ମଳତ୍ୟାଗରେ ସମସ୍ୟା, ବଦହଜମି, କ୍ରୋନିକ୍ ଗ୍ୟାସ୍ ସମସ୍ୟା, ମୋଟାପଣ ବଢ଼ିବା ଇତ୍ୟାଦି ଦେଖାଯାଏ।

Leave a Reply

Your email address will not be published. Required fields are marked *