ଝାନ୍ସି ଅଗ୍ନିକାଣ୍ଡ ଘଟଣା : ନର୍ସ ପାଇଁ ଲାଗିଲା ହସ୍ପିଟାଲରେ ନିଆଁ…
1 min readଉତ୍ତରପ୍ରଦେଶ ଝାନ୍ସିସ୍ଥିତ ରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜର ଶିଶୁ ଓ୍ବାର୍ଡରେ ଶୁକ୍ରବାର ରାତିରେ ନିଆଁଲାଗି ୧୦ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିବା ସହ କେତେଜଣ ଆହତ ହୋଇଛନ୍ତି। କେତେଜଣ ଶିଶୁ ଜଳିଯାଇଥିବାବେଳେ ଶ୍ୱାସରୁଦ୍ଧ ହୋଇ ଅନ୍ୟ କେତେଜଣଙ୍କ ଜୀବନ ଯାଇଛି। ଅନ୍ୟ ୩୭ ଜଣଙ୍କୁ ଉଦ୍ଧାର କରାଯାଇଛି। ରାତି ୧୦ଟା ୩୦ ସମୟରେ ହସ୍ପିଟାଲରେ ନିଆଁ ଲାଗିଥିବାବେଳେ କର୍ମଚାରୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହି ଭୟାଭୟ ଅଗ୍ନିକାଣ୍ଡ ପଛରେ ରହିଛି ସେହି ହସ୍ପିଟାଲ ର ନର୍ସ । ପ୍ରଥମେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା କଥା ପ୍ରଥମରୁ ଚର୍ଚ୍ଚା ହେଉଥିଲା।
ହେଲେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଜଣେ ନର୍ସ ଅକ୍ସିଜେନ୍ ସିଲିଣ୍ଡର ପାଇପ୍କୁ ଯୋଡ଼ିବା ପାଇଁ ଦିଆସିଲି କାଠି ଲଗାଇଥିଲେ। କାଠି ଜଳିବାରୁ ପୁରା ଓ୍ବାର୍ଡରେ ନିଆଁ ଲାଗି ଯାଇଥିଲା।ଝାନ୍ସିର ମୁଖ୍ୟ ଚିକିତ୍ସାଳୟର ସୁପରିଡେଣ୍ଟଣ୍ଡଙ୍କ ଅନୁସାରେ ଏନ୍ଆଇସିୟୁ ବୋର୍ଡରେ ୫୪ ଜଣ ଶିଶୁ ଥିଲେ। ଅଚାନକ ଅକ୍ସିଜେନ୍ କସଣ୍ଟ୍ରେଣ୍ଟରରେ ନିଆଁ ଲାଗିଥିଲା। ଯାହାଫଳରେ ଶିଶୁ ଥିବା ଓ୍ବାର୍ଡରେ ନିଆଁ ଲାଗିଯାଇଥିଲା। ଝାନ୍ସି ଡିଭିଜନର ଡିଆଇଜି କହିଛନ୍ତି ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି। ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନନ୍ତରିତ କରାଯାଇ ଚିକିତ୍ସା କରାଯାଉଛି ।