Pratidin TV

Odisha's Digital News Platform

ଫ୍ଲାଏ ଓଭର ବ୍ରିଜରୁ ଖସି ଆଖି ବୁଜିଲେ ଦଶମ ଶ୍ରେଣୀ ଛାତ୍ର , ସନ୍ଦେହ ଘେରରେ ମୃତ୍ୟୁ ..

ସମ୍ବଲପୁର : ସ୍କୁଲରୁ ଫେରିବା ବାଟରେ ଚାଲିଗଲା ଜୀବନ । ସନ୍ଦେହ ଘେରରେ ଦଶମଶ୍ରେଣୀ ଛାତ୍ରର ମୃତ୍ୟୁ ଘଟଣା । ଶୁକ୍ରବାର ସମ୍ବଲପୁର ସହର ଲକ୍ଷ୍ମୀ ଟକିଜ୍ ଛକ ନିକଟ ଫ୍ଲାଏ ଓଭର ବ୍ରିଜରୁ ଖସି ଗୁରୁତର ଆହତ ହୋଇଥିବା ଛାତ୍ର ଆଜି ଆଖି ବୁଜିଦେଇଛି ।

ମିଳିଥିବ ସୂଚନା ଅନୁଯାୟୀ ମୃତ ଛାତ୍ର ଜଣକ ହେଲେ କ୍ଲିଫର୍ଡ କୁଜୁର । ସେ ସମ୍ବଲପୁର ସହରର ସରଲା କୋଲୋନୀରେ ନିଜ ପରିବା ସହିତ ରହୁଥିବାର ଜଣାପଡିଛି । ତେବେ କ୍ଲିଫର୍ଡ ସମ୍ବଲପୁରର ସେଣ୍ଟ ଜୋସେଫ୍ ସ୍କୁଲର ଦଶମ ଶ୍ରେଣୀର ଛାତ୍ର ଥିଲେ। ଗତକାଲି ସ୍କୁଲରେ ପରୀକ୍ଷା ଦେଇ କ୍ଲିଫର୍ଡ ଅପରାହ୍ନ ୧ ରେ ସାଇକେଲ ଧରି ଘରକୁ ବାହରିଥିଲେ । ଏହାପରେ ରାସ୍ତାରେ ଏକ ଫ୍ଲାଏଓଭର ଦେଇ ଯାଉଥିବା ସମୟରେ ଅଚାନକ ସେ ତଳକୁ ଖସିପଡିଥିବାର ଦେଖିଥିଲେ ସ୍ଥାନୀୟ ଲୋକେ ।

ତେବେ ସେ ଫ୍ଲାଏଓଭର ଉପରୁ କିପରି ଖସିପଡିଲେ । ସେ ନିଜେ ଡେଇଁ ପଡିଛନ୍ତି କି ତାଙ୍କୁ କେହି ଠେଲିଦେଇଛି ,ତାହା କେହି ସ୍ପଷ୍ଟ ଭାବେ କହିପାରୁନାହନ୍ତି । କାରଣ ଫ୍ଲାଏ ଓଭର ତଳେଥିବା ଲୋକମାନେ ତାଙ୍କୁ ତୁରନ୍ତ ବୁର୍ଲା ହସ୍ପିଟାଲ ନେଇଆସିଥିଲେ । ସେଟାରେ ଚିକିତ୍ସାଧିନ ଅବସ୍ଥାରେ ହିଁ ଆଜି ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କ୍ଲିଫର୍ଡର ମୃତ୍ୟୁ କିପରି ହୋଇଛି ତାହା ଜଣାପଡିନାହିଁ । ଫ୍ଲାଏ ଓଭର ଉପରୁ ପୋଲିସ ତାଙ୍କ ସାଇକେଲ ଉଦ୍ଧାର କରିଛି । କିନ୍ତୁ କ୍ଲିଫର୍ଡ କିପରି ଫ୍ଲାଏ ଓଭର ତଳକୁ ଖସିପଡିଲେ ତାହାର କୌଣସି ସୁରାଗ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଂ ।

Leave a Reply

Your email address will not be published. Required fields are marked *