Pratidin TV

Odisha's Digital News Platform

ଚାକିରି ଆଶାୟୀଙ୍କ ନିଯୁକ୍ତି ସୁଯୋଗ,ଷ୍ଟେନୋଗ୍ରାଫର, ଟାଇପିଷ୍ଟ, ପଦ ପାଇଁ ବିଜ୍ଞପ୍ତି ପ୍ରକାଶ..

1 min read

ଚାକିରି ଆଶାୟୀଙ୍କ ପାଇଁ ପୁଣି ଆସିଛି ନିଯୁକ୍ତି ସୁଯୋଗ । OSSC ପକ୍ଷରୁ ନିଯୁକ୍ତି ସୁଯୋଗ  ।ନିୟର ଟାଇପିଷ୍ଟ ଓ ଜୁନିୟର ଷ୍ଟ୍ରୋନୋଗ୍ରାଫର ପଦ ପୂରଣ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନଭେମ୍ବର ୧୩ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଡିସେମ୍ବର ୧୨ରେ ସାହା ସମାପ୍ତ ହେବ ।

ଡିସେମ୍ବର ୧୫ ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିସନର ଅନ୍ତିମ ତାରିଖ ରହିଥିବା ବେଳେ ଡିସେମ୍ବର ୧୭ ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନର ଶେଷ ତାରିଖ ରହିଛି । ଇଛୁକ ପ୍ରାର୍ଥୀ ମାନେ OSSC ର ଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।ମୋଟ ୬୦ଟି ପଦ ଖାଲି ରହିଥିବା

Advertisement

ବେଳେ ଜୁନିୟର ଷ୍ଟେନୋଗ୍ରାଫର ପାଇଁ ୫୮ଟି ଓ ଜୁନିୟର ଗ୍ରେଡ୍ ଟାଇପିଷ୍ଟ ପାଇଁ ୨ଟି ପଦ ଖାଲି ରହିଛି । ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି । ଷ୍ଟେନୋଗ୍ରାଫର ପଦ ପାଇଁ ପ୍ରାର୍ଥୀ ଯୁକ୍ତଦୁଇ କଳା, ବିଜ୍ଞାନ କିମ୍ବା ବାଣିଜ୍ୟରେ ସ୍ନାତକ ପାସ୍ କରିବା ସହ ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ସେହିପରି ଜୁନିୟର ଟାଇପିଷ୍ଟ ପଦ ପାଇଁ ପ୍ରାର୍ଥୀ ମାଟ୍ରିକ୍ ପାସ କରିବା ସହ କମ୍ପ୍ୟୁଟରରେ ଟାଇପିଂ ଜାଣିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ ।

APPLY NOW

Leave a Reply

Your email address will not be published. Required fields are marked *