ରାଜଧାନୀରେ କୁନି ସାରଥୀ,ପାଦ ତଳେ ତୁଳସୀ ଦେଇ କରାଯାଉଛି ପୂଜା..
1 min readସାମ୍ନାକୁ ଆସିଲା କୁନି ସାରଥୀ । ନିଜ ଛୋଟ ପୁଅକୁ ବିଷ୍ଣୁଙ୍କ ଅବତାର ଭାବେ ଦର୍ଶାଇ ପାଦ ତଳେ ତୁଳସୀ ଓ ଗୀତା ରଖି ଚାଲିଛି ପୂଜାର୍ଚ୍ଚନା । ଏନେଇ ଥାନାରେ ଏତଲା ଦେଲା ଓଡ଼ିଶା ସମାଜସେବୀ ମହାସଂଘ । ସେହି ପିଲା ପ୍ରଭୁ ଜଗନ୍ନାଥଙ୍କ ଅବତାର ବୋଲି ପ୍ରଚାର କରାଯାଉଥିବା ଅଭିଯୋଗ ହେଉଛି ।ଖଣ୍ଡଗିରିର ଏକ ଆଶ୍ରମରେ ପୂଜା ପାଉଥିବା ଏହି ବାବାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖାରଜ କରିଛନ୍ତି ଆଶ୍ରମର ଅନ୍ତେବାସୀ।
କହିଛନ୍ତି ଯେ ସେ ହେଉଛନ୍ତି ନିଜେ ପ୍ରଭୁ ଜଗନ୍ନାଥ। ଜଗନ୍ନାଥ ନିଜେ ଶୂନ୍ୟବାଣୀ କରି ତାଙ୍କ ଅବତାର ବୋଲି ପରିଚୟ ଦେଇଛନ୍ତି ।ସେ କହିଛନ୍ତି, ତାଙ୍କୁ ଶୂନ୍ୟବାଣୀ ହୋଇଛି ଯେ ସ୍ବୟଂ ଶ୍ରୀଜଗନ୍ନାଥ ଏହି ବାଳକ ରୂପରେ ଜନ୍ମ ଗ୍ରହଣ କରିସାରିଛନ୍ତି । ତାଙ୍କ ଭିତରେ ରହିଛି ଅଲୌକିକ ଶକ୍ତି । ଦୁରାରୋଗକୁ ଭଲ କରିବା ପରେ ତାଙ୍କୁ ଶୂନ୍ୟବାଣୀ ହୋଇଥିଲା ଯେ ଜଗନ୍ନାଥ ଏହି ପିଲା ରୂପରେ ଆଶ୍ରମରେ ଜନ୍ମ ଗ୍ରହଣ କରିସାରିଛନ୍ତି । ସେଥିପାଇଁ ତାଙ୍କ ପାଦରେ ମୁଣ୍ଡରେ ତୁଳସୀ ଚଢ଼ାଉଛୁ ବୋଲି ସେ କହିଛନ୍ତି ।ତେବେ ହିନ୍ଦୁ ଧର୍ମର ଘୋର ଅପମାନ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ଏହାସହ ନାବାଳକ ପୁଅକୁ ଧର୍ମ ନାମରେ ବେପାର କରାଇ ତାର ପାଠ ପଢ଼ିବା ଅଧିକାରକୁ ତାଙ୍କ ବାପା କ୍ଷୁର୍ଣ୍ଣ କରୁଛନ୍ତି ବୋଲି କହିଛି ମହାସଂଘ। ଏହାକୁ ମହାସଂଘ ଘୋର ବିରୋଧ କରୁଛି ।