Pratidin TV

Odisha's Digital News Platform

ନିଜ ଜୀବନ, ମୃତ୍ୟୁ ଉପରେ ବୟାନ ଦେଇ ଚର୍ଚ୍ଚାରେ ଅମୀର; ଚିନ୍ତାରେ ପ୍ରଶଂସକ

1 min read

‘ଲାଲ୍‌ ସିଂ ଚଢ୍ଢା’ ପରଠୁ ଫିଲ୍ମ ଦୁନିଆରୁ ଦଦୂରତା ରଖିଛନ୍ତି ସୁପରଷ୍ଟାର ଅମୀର ଖାନ | ତାଙ୍କ ଫିଲ୍ମ ପାଇଁ ପ୍ରଶଂସକ ଅପେକ୍ଷାରେ ଅଛନ୍ତି | କିନ୍ତୁ ଏହାରି ମଧ୍ୟରେ ଅମୀର ଖାନଙ୍କ ବୟାନ ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଦେଇଛି | ତେବେ ସୋସିଆଲ ମିଡିଆରେ ଅମୀର ଖାନଙ୍କଏକ ସାକ୍ଷାତକାରରେ କୁହାଯାଇଥିବା ବୟାନ ଘୁରି ବୁଲୁଛି |

ତେବେ ଏକ ସାକ୍ଷାତକାର ସମୟରେ ଅମୀର ଖାନ ଜୀବନ ଏବଂ ମୃତ୍ୟୁ ଙ୍କ ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ଯାହାପରେ ସମସ୍ତେ ଚିନ୍ତାରେ ପଡିଯାଇଛନ୍ତି | ତେବେ ଅମୀର ଖାନ କହିଥିଲେ, ହୋଇପାରେ କାଲି ମୋର ଶେଷ ଦିନ ହେବ, କେବଳ ଏତିକି ନୁହେଁ ଅଭିନେତା ନିଜର ଫିଲ୍ମକୁ ନେଇ ମଧ୍ୟ ବହୁତ କିଛି କହିଛନ୍ତି। | କିନ୍ତୁ ଏହି ବୟାନ ପରେ ବହୁତ ଚର୍ଚା ହେବା ସୃଷ୍ଟି ହୋଇଛି |

Advertisement

ତେବେ ଅମୀର ସେ ସାକ୍ଷାତକାରରେ କହିଥିଲେ, ମୁଁ ଜୀବନରେ କେବେ ଏକାଠି ୬ ଫିଲ୍ମ କରିନାହିଁ। ଯେତେବେଳେ ସିନେମା ଛାଡ଼ିଥିଲି ସେତେବେଳେ ଭାବିଥିଲି ଯେ ମୋ ପାଖରେ କାମ କରିବାକୁ ଆଉ ମାତ୍ର ୧୦ ବର୍ଷ ଅଛି। ସେମିତିରେ ଦେଖିଲେ ଜୀବନ ଉପରେ ଭରସା ନାହିଁ। ହୋଇପାରେ କାଲି ମୋର ଶେଷ ଦିନ ହୋଇଥିବ। ମୋ ପାଖରେ ଜିଇଁବା ଲାଗି କେବଳ ୧୦ ବର୍ଷ ଅଛି। ଏବେ ୫୯ ବର୍ଷ ହେଲାଣି। ଆଗାମୀ ୧୦ ବର୍ଷରେ ୭୦ ବର୍ଷର ହୋଇଯିବି। ସେତେବେଳ ଯାଏ ମୁଁ କାମ କରିପାରିବି କି ନାହିଁ ଜାଣେନା…ଏଣୁ ମୋତେ ପୂର୍ବରୁ ଆଉ ଭଲ କରିବାକୁ ହେବ ବୋଲି ଲାଗୁଛି ବୋଲି ସେ କହିଛନ୍ତି।

ସେ ଆହୁରି କହିଥିଲେ, ମୁଁ ଧୀରେ ଧୀରେ ବୃଦ୍ଧ ହେବାରେ ଲାଗିଛି, ତେଣୁ ମୁଁ ପରିଶ୍ରମୀ ଏବଂ ଦକ୍ଷ ପିଲାମାନଙ୍କୁ ସୁଯୋଗ ଦେବାକୁ ଚାହୁଁଚି | ମୁଁ ୭0 ବର୍ଷ ବୟସରେ ଅବସର ନେବା ପୂର୍ବରୁ ମୁଁ ବିଶ୍ୱାସ କରୁଥିବା ପ୍ରତିଭାବାନ ବ୍ୟକ୍ତିଙ୍କ ପାଇଁ ଏକ ପ୍ଲାଟଫର୍ମ ନିର୍ମାଣ କରିବାକୁ ଚାହୁଁଛି |

Leave a Reply

Your email address will not be published. Required fields are marked *