ନାଇଜେରିଆରେ ଭବ୍ୟ ସ୍ୱାଗତ; ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାଛୋଟି ନେଲେ ପ୍ରବାସୀ ଭାରତୀୟ
1 min readଆଜିଠୁ ୬ ଦିନିଆ ୩ ରାଷ୍ଟ୍ର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ତେବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆବୁଜା ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଭବ୍ୟ ସ୍ୱାଗତ କରଯାଇଛି | ତେବେ ଦୀର୍ଘ ୧୭ ବର୍ଷ ପରେ ନାଇଜେରିଆ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି |
ତେବେ ପ୍ରଧାନମନ୍ତ୍ରୀ ମୋଦି ଆବୁଜାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରଯାଇଛି | ତେବେ ଆବୁଜା ହେଉଛି ନାଇଜେରିଆର ଏକ ଅଞ୍ଚଳ | ଏଠାରୁ ସେ ତାଙ୍କର ଯାତ୍ରା ଆରମ୍ଭ କରିବେ | ଏଠାରେ ଥିବା ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନିଜ ଖୁସି ବ୍ୟକ୍ତ କରିଛନ୍ତି | ନାଇଜେରିଆର ପାରମ୍ପରିକ ନୃତ୍ୟ ବାଦ୍ୟରେ ମୋଦିଙ୍କୁ ସ୍ବାଗତ କରାଯାଇଥିଲା । ମୋଦି ମୋଦି ନାରାରେ କମ୍ପିଥିଲା ନାଇଜେରିଆର ଆବୁଜା ଅଞ୍ଚଳ ।
ନାଇଜେରିଆର ରାଷ୍ଟ୍ରପତି ଅହମ୍ମଦ ଟିନୁବୁଙ୍କ ନିମନ୍ତ୍ରଣ କ୍ରମେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଗସ୍ତ | ତେବେ ମୋଦିଙ୍କ ଅବତରଣ ହେବା ପରେ ନାଇଜେରିଆର ରାଷ୍ଟ୍ରପତି ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି | ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି X ରେ ରାଷ୍ଟ୍ରପତି ଟିନୁବୁ ଏବଂ ନାଇଜେରିଆ ଲୋକଙ୍କୁ। ସେ ଲେଖିଛନ୍ତି, “ଧନ୍ୟବାଦ, ରାଷ୍ଟ୍ରପତି ଟିନୁବୁ। କିଛି ସମୟ ପୂର୍ବରୁ ନାଇଜେରିଆରେ ଅବତରଣ କରିଥିଲେ। ସ୍ୱାଗତ ପାଇଁ ମୁଁ କୃତଜ୍ଞ। ଆଶା କରୁଛି ଏହି ଗସ୍ତ ଆମ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବନ୍ଧୁତାକୁ ଆହୁରି ଗଭୀର କରିବ।” ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ଭାରତୀୟ ସମ୍ପ୍ରଦାୟ ମଧ୍ୟ ସ୍ୱାଗତ କରିଥିଲେ। ସେ ଟୁଇଟ୍ କରି କହିଛନ୍ତି, ନାଇଜେରିଆରେ ଭାରତୀୟ ସମ୍ପ୍ରଦାୟ ଦ୍ୱାରା ଏପରି ଏକ ଜୋରଦାର ଏବଂ ଉତ୍ସାହଜନକ ସ୍ୱାଗତ ପାଇଁ ହୃଦୟରୁ ଧନ୍ୟବାଦ !
16 ରୁ 21 ନଭେମ୍ବର ପର୍ଯ୍ୟନ୍ତ ଏହି ଯାତ୍ରା ନାଇଜେରିଆରୁ ଆରମ୍ଭ ହୋଇଛି | ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ବ୍ରାଜିଲରେ ଜି -20 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ଯାତ୍ରା ଗୁଏନାକୁ ଏକ ଐତିହାସିକ ରାଜ୍ୟ ଗସ୍ତ ସହିତ ଶେଷ ହେବ, ଯାହାକି ୫0 ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେବ |