ହକିରେ ଓଡିଶାକୁ ସ୍ୱର୍ଣ୍ଣ , ଟ୍ରଫି ଧରି ଓଡ଼ିଶା ଫେରିଲେ ଚାମ୍ପିଅନ୍ ହକି ଟିମ୍
1 min readବାଜିଲା ବାଜା, ପଡ଼ିଲା ଫୁଲମାଳ । ଭୁବନେଶ୍ୱର ଫେରିଲେ ଜାତୀୟ ହକି ଚାମ୍ପିଅନ ଓଡ଼ିଶା ଟିମ୍ । ଆଜି ସକାଳେ ଭୁବନେଶ୍ୱର ବିମାନ ବନ୍ଦରରେ ଜାତୀୟ ହକି ଚାମ୍ପିଅନ ଟିମ୍ ପହଞ୍ଚିବା ପରେ ତାଙ୍କୁ ବାଜା ବଜାଇ, ଫୁଲମାଳ ଦେଇ ଭବ୍ୟ ସ୍ୱାଗତ କରାଯାଥିଲା । ୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପ୍ ରେ ଓଡ଼ିଶା ହକି ଦଳ ସ୍ବର୍ଣ୍ଣ ପଦକ ହାସଲ କରିଛି। ଶନିବାର ମେୟର ରାଧାକ୍ରିଷ୍ଣନ ଷ୍ଟାଡ଼ିୟମରେ ଅନୁଷ୍ଠିତ ଫାଇନାଲରେ ହରିଆନାକୁ ୫-୧ ଗୋଲରେ ପରାସ୍ତକରି ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଛି ଜାତୀୟ ପୁରୁଷ ହକି ଓଡ଼ିଶା । ସମ୍ପୂର୍ଣ୍ଣ ମ୍ୟାଚରେ ଓଡ଼ିଶା ଟିମ୍ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲା । ଏହି ଅବସରରେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତୀର୍କୀ ଉପସ୍ଥିତ ରହି ଐତିହାସିକ ମୂହୁର୍ତ୍ତକୁ ବର୍ଣ୍ଣନା କରିଥିଲେ ।
ଅନ୍ୟପଟେ ଭୁବନେଶ୍ୱର ଫେରିଥିବା ଖେଳାଳିମାନେ ମଧ୍ୟ ଅନେକ ଉତ୍ସାହ ଥିବା ଦେଖିବାକୁ ମିଳିଥିଲା । ଖେଳାଳିମାନଙ୍କୁ ଆହୁରି ଖୁସୀ କରିବା ପାଇଁ ଭୁବନେଶ୍ୱର ସ୍ପଟ୍ ହୋଷ୍ଟେଲର ପିଲାମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ ।
ସୂଚନାଥାଉକି, ଶନିବାର ଅନୁଷ୍ଠିତ ହୋଇଥିବା ମ୍ୟାଚ୍ ରେ ଟିମ୍ ଓଡ଼ିଶା ୫-୧ ଗୋଲ୍ ରେ ଟିମ୍ ହରିୟାଣାକୁ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଥିଲେ । ଟିମ୍ ଓଡ଼ିଶାର କ୍ରୀଡ଼ାବିତ୍ ଶିଲାନନ୍ଦ ଲାକ୍ରା ଓଡ଼ିଶା ପାଇଁ ହ୍ୟାଟ୍ରିକ ଗୋଲ୍ କରିଥିବା ବେଳେ କ୍ରୀଡ଼ାବିତ୍ ରଜତ ଆକାଶ ତିର୍କୀ ଓ ପ୍ରତାପ ଲାକ୍ରା ଉଭୟ ଗୋଟିଏ ଗୋଟିଏ ଗୋଲ୍ କରିଥିଲେ। ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କ୍ରୀଡ଼ାବିତ୍ ଶିଲାନନ୍ଦ ଲାକ୍ରାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା ।
ଟିମ୍ ଓଡ଼ିଶାର କୋଚ୍ ବିଜୟ କୁମାର ଲାକ୍ରା ଦଳର ଐତିହାସିକ ବିଜୟ ପାଇଁ ଖୁସିବ୍ୟକ୍ତ କରିଥିଲେ । ଟିମ୍ ର କ୍ୟାପଟେନ୍ ଦିପ୍ସନ୍ ତିର୍କୀ ମଧ୍ୟ ଟିମ୍ ର ସଫଳତା ପାଇଁ ବେସ ଖୁସି ଥିଲେ ।