Pratidin TV

Odisha's Digital News Platform

RBI କୁ ବୋମାର ଉଡ଼ାଇବାକୁ ଦେଲା ଧମକ; ଫୋନରେ କହିଲା ‘ମୁଁ ଲସ୍କର-ଇ-ତାଇବା ର ସିଇଓ’

1 min read

ବିମାନ, ହୋଟେଲ, ମନ୍ଦିର ବୋମା ଧମକ ପରେ ଏବେ ବ୍ୟାଙ୍କକୁ ବୋମାରେ ଉଡ଼ାଇବାକୁ ଧମକ | ସକାଳୁ ସକାଳୁ ଇମେଲ ମାଧ୍ୟମରେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଅର୍ଥାତ ରିଜର୍ଭ ବ୍ୟଙ୍କ ଅଫ ଇଣ୍ଡିଆକୁ ବୋମାର ଉଡ଼ାଇବାକୁ ଧମକ ମିଳିଛି | କେବଳ ଏତିକି ନୁହେଁ ଧମକ ଦେଇଥିବା ଅଭିଯୁକ୍ତ ନିଜକୁ ଭୟଭୀତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଇବା ର ସିଇଓ ବୋଲି ବର୍ଣ୍ଣନା କରିଛି | ଏହି ଧମକ ପରେ ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥା ବାଢିଦିଆଯାଇଛି |

ଅଭିଯୁକ୍ତ ଜଣକ କଷ୍ଟମର କେୟାର ନମ୍ବରରେ କଲ କରି ନିଜକୁ ଲସ୍କର-ଇ-ତାଇବା ର ସିଇଓ କହିଥିଲା | ଏହାସହ ରିଜର୍ଭ ବ୍ୟାଙ୍କ ଉଡ଼ାଇବାକୁ ଧମକ ଦେଇଥିଲା | ଫୋନ ରଖିବା ପୂର୍ବରୁ ଗୀତ ଗୁଣୁଗୁଣୁ କରି ଫୋନ ରଖି ଦେଇଥିଲା |

Advertisement

ତେବେ ଏହି ଫୋନ କଲଟି RBI କଷ୍ଟମର କେୟାର ନମ୍ବରରେ ମିଳିଥିଲା ଏହି ଧମକ | ଅଧିକାରୀଙ୍କ କହିବାନୁଯାୟୀ, ରିଜର୍ଭ ବ୍ୟାଙ୍କର ସୁରକ୍ଷାକର୍ମୀମାନେ ଏହି ମାମଲାରେ ଅଭିଯୋଗ ରୁଜୁ କରିଛନ୍ତ | ତେବେ ଏହି ଅଭିଯୋଗ ମତ ରାମବାଇ ରୋଡ଼ ପୋଲିସ ଷ୍ଟେସନରେ ରୁଜୁ କରାଯାଇଛି |

ତେବେ ଏହି ଅଭିଯୋଗ ପରେ ମୁମ୍ବାଇ ପୋଲିସ ଏହାକୁ ଗୁରୁତର ନେବା ସହ ନିଜକୁ ଲସ୍କର-ଇ -ତାଇବ ର ସିଇଓ କହୁଥିବା ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି | ତେବେ ଏପରି ବ୍ୟଙ୍କକୁ ଧମକ ନୂଆ ଖବର ନୁହେଁ, କିନ୍ତୁ କଷ୍ଟମ କେୟାରର ଏପରି ଧମକ ଦେବା ଆଶ୍ଚର୍ଯ୍ୟ ଲାଗୁଛି |

Leave a Reply

Your email address will not be published. Required fields are marked *