ଅଲିରାଜପୁର ଭାରତର ସବୁଠାରୁ ଗରିବ ଜିଲ୍ଲା; ଘୋଷଣା କଲା ନୀତି ଆୟୋଗ
1 min readଭାରତରେ ସବୁଠୁ ଗରିବ ଗାଁ ମଧ୍ୟ ରହିଛି | ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲା | ଏହା ହେଉଛି ଭାରତର ସବୁଠାରୁ ଗରିବ ଜିଲ୍ଲା | ଏହାର ନାଁ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ | ୨0୨୧ ମସିହାରେ ନୀତି ଆୟୋଗର ରିପୋର୍ଟରେ ଅଲିରାଜପୁରକୁ ସବୁଠାରୁ ଦରିଦ୍ର ଜିଲ୍ଲା ଭାବେ ଘୋଷଣା କରାଯାଇଛି |
ଏଠାରେ ସମୁଦାୟ ଜନସଂଖ୍ୟା ପ୍ରାୟ ୭ ଲକ୍ଷ ୨୮ ହଜାର | ୨0୧୯ ରୁ ୨0୨0 ମଧ୍ୟରେ ଚାଲିଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବକ୍ଷଣ ର ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା | ଏହି ଜିଲ୍ଲାରେ ୭୧ ପ୍ରତିଶତ ଲୋକ ଅତ୍ୟନ୍ତ ଗରିବ ଲୋକ ତାଲିକାରେ ନାମିତ ହୋଇଥିଲେ | ଏହା ସହିତ ଜିଲ୍ଲାର ସାକ୍ଷରତା ହାର ମଧ୍ୟ ଭାରତରେ ସର୍ବନିମ୍ନ ଅଟେ |
ଅଲିରାଜପୁରକେବଳ ମଧ୍ୟପ୍ରଦେଶର ସବୁଠାରୁ ଗରିବ ଜିଲ୍ଲା ନୁହେଁ ବରଂ ଭାରତର ସବୁଠାରୁ ଗରିବ ଜିଲ୍ଲା ଭାବରେ ପରିଗଣିତ ହୋଇଛି | ଏଠାରେ ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ | ଏହି ଜିଲ୍ଲର ବେକାରୀ ଏବଂ ଅର୍ଥନୈତିକ ଅସମାନତା ମଧ୍ୟ ରହିଛି | ଏହି ଜିଲ୍ଲାରେ ଅସୁବିଧାର ମଧ୍ୟରେ ଶିକ୍ଷା ଅଭାବ ଏବଂ ସ୍ୱାସ୍ଥ୍ୟ ସେବା ଅଭାବ ଅନ୍ତର୍ଭୁକ୍ତ | ମଧ୍ୟପ୍ରଦେଶ ଭାରତର ୪ର୍ଥ ଗରିବ ରାଜ୍ୟ ମଧ୍ୟରୁ ଅନ୍ୟତମ