ସାବଧାନ ଧାନ ବିଲରେ ମାଡି ବସୁଛି ଭାଲୁ । ୨ ଦିନ ରେ ୩ ଜଣ ଗୁରୁତର ..
1 min readମୟୂରଭଞ୍ଜ ; ଦିନ କୁ ଦିନ ବଢି ଚାଲିଛି ଭାଲୁ ଆତଙ୍କ ୨ ଦିନ ରେ ୩ ଜଣ ଗୁରୁତର । ଠାକୁରମୁଣ୍ଡା ଥାନାଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମପଞ୍ଚାୟତ ଅଞ୍ଚଳରେ ୨ ଜଣଙ୍କୁ ଭାଲୁ କାମୁଡି ଗୁରୁତର ଆହତ କରିଛି । ଅପରାହ୍ନରେ ଖଣ୍ଡବନ୍ଧ ଗ୍ରାମପଞ୍ଚାୟତ ର ପୁରୁଣା ପାଣି ବୁରୁଡି ସାହି ର କାରନା ମାରାଣ୍ତି( ୫୫) ନିଜ ଚାଷ ଜମିରେ ଧାନଵିଡା ବାନ୍ଧୁ ଥିବା ବେଳେ ଗୋଟିଏ ଭାଲୁ ହଠାତ୍ ଜଙ୍ଗଲରୁ ଦୌଡି ଆସି ତାଙ୍କ ଡାହାଣ ଗୋଡରେ କାମୁଡିବା ସହ ଛାତିକୁ ରାମ୍ପି ଦେଇଥିଲା। ଯାହାଫଳରେ କାରନାଙ୍କ ମୁହଁରୁ କଷ୍ଟ ଯନ୍ତ୍ରଣାର ଭୟଙ୍କର ଚିତ୍କାର ବାହାରିଥିଲା ।
ଆଉ ଏହି ଚିତ୍କାର ଶୁଣି ପାଖ ଜମିରେ ରାଇପଦା ଗ୍ରାମର ରମାକାନ୍ତ ଦେହୁରୀ ପାଟି କରି ଦୈାଡି ଆସିଥିବା ବେଳେ ଭାଲୁଟି କାରନା ଙ୍କୁ ଛାଡି ରମାକାନ୍ତ କୁ ଆକ୍ରମଣ କରି ଥିଲା । ଆଉ ତାଙ୍କୁ ମଧ୍ୟ କ୍ଷତାକ୍ତ କର ଜଙ୍ଗଲକୁ ପୁଣି ଦୌଡି ପଳାଇଥିଲା । ଖବର ପାଇ ପରିବାର ଲୋକ ଏକ ଅଟ ଯୋଗେ ଉଭୟଙ୍କୁ ଠାକୁରମୁଣ୍ଡା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତିକରିଛନ୍ତି। ଠିକ୍ ସେହିପରି ଠାକୁରମୁଣ୍ଡା ନିକଟ ବର୍ତ୍ତି ବାଇଗୁଣ୍ଡି ଗ୍ରାମ ର କାଣ୍ଡରାମ ବଦ୍ରା ଦିନ ୯ ଘଟିକା ସମୟରେ ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ହଠାତ୍ ତିନୋଟି ଭାଲୁ ଜଙ୍ଗଲ ରୁ ବାହାରି କାଣ୍ଡରାମ କୁ ଆକ୍ରମଣ କରିଥିଲେ। ନିଜ ଜୀବନ ବଞ୍ଚାଇବାକୁ ଭାଲୁ ସହ ଧସ୍ତାଧସ୍ତି ହୋଇଥିଲା କାଣ୍ଡରାମ ବଦ୍ରା।
ଭାଲୁ କାଣ୍ଡରାମ କୁ ଵାମହାତ ଵାମଜଙ୍ଗ ଗୋଡ଼ ଡାହାଣ ଜଙ୍ଗ ଏଵଂ ହାତକୁ କାମୁଡ଼ି ଜଙ୍ଗଲ କୁ ଚାଲିଯାଇଥିଲା। ଅଳ୍ପ ଦୂରରେ ଥିବା ସ୍ତ୍ରୀ ଚାନ୍ଦ ମଣି ମୁଣ୍ଡା ଏବଂ ପିଉସୀ ଜେମା କାରୁଆ ଭଉଣୀ ରିତା କାରୁଆ କାଣ୍ଡ ରାମ କୁ ଏକ ଅଟ ସାହାଯ୍ୟରେ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟ କୁ ଆଣିଥିଲେ । ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟ ରେ ସମସ୍ତ ଙ୍କ ର ଚିକିତ୍ସା ଚାଲିଛି ।