Pratidin TV

Odisha's Digital News Platform

ଦେଶର ସୁରକ୍ଷାକୁ ମିଳିବ ନୂଆ ବଳ, CISFରେ ଗଠନ ହେବ ମହିଳା ବାଟାଲିୟନ୍; ଗୃହ ମନ୍ତ୍ରାଳୟ ଦେଲା ମଞ୍ଜୁରୀ

1 min read

ଦେଶର ସୁରକ୍ଷାକୁ ମିଳିଲା ନୂଆ ବଳ | ଏଣିକି CISF ରେ ମହିଳା ବାଟାଲିୟନ ହେବ ଏଣ୍ଟ୍ରି | ଗୃହ ମନ୍ତ୍ରାଳୟ ତରଫରୁ ମିଳିଲା ମଞ୍ଜୁରୀ | ଏହାପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଦେଇଛନ୍ତି ଏହି ସୂଚନା | ସେ ଲେଖିଛନ୍ତି ବିମାନ ବନ୍ଦର, ମେଟ୍ରୋ ରେଳ , ଏବଂ ଭିଆଇପି ସୁରକ୍ଷା ଭଳି ଦେଶର ଗୁରୁତ୍ୱପୂର୍ଣ୍ଣ ସମ୍ବଳ ପାଇଁ ମହିଳା ବାଟାଲିୟନ ନେବେ ଦାୟିତ୍ୱ |

ବିମାନବନ୍ଦର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବଳର ଦ୍ରୁତ ଗତିରେ ନିୟୋଜନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରଥମେ ମହିଳା ସିଏସ୍ଏଫ୍ ରିଜର୍ଭ ବାଟାଲିୟନକୁ ଅନୁମୋଦନ କରିଛନ୍ତି। ଏଥିରେ ୧ ହଜାରରୁ ଅଧିକ ମହିଳା କର୍ମୀ ଉପସ୍ଥିତ ରହିବେ।

Advertisement

ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନର ମଞ୍ଜୁରୀପ୍ରାପ୍ତ ୨ ଲକ୍ଷ CISF କର୍ମଚାରୀଙ୍କ ମଧ୍ୟରୁ ଏହି ୟୁନିଟ୍ ସୃଷ୍ଟି ହେବ | କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ସପ୍ତାହରେ ନିଜେ ନିର୍ଦ୍ଦେଶ ଜାରି କରିଛି। ଜଣେ ବରିଷ୍ଠ କମାଣ୍ଡାଣ୍ଟ ଶ୍ରେଣୀର ଅଧିକାରୀଙ୍କ ନେତୃତ୍ୱରେ ସମୁଦାୟ ୧0୨୫ ମହିଳା ସିପାହୀ ରହିବେ।

CISFରେ ମହିଳା ବାଟାଲିୟନ ଗଠନ ନେଇ ନିର୍ଦ୍ଦେଶ ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହ। ୫୩ ତମ CISF ଦିବସରେ ଏନେଇ ଏକ ପ୍ରସ୍ତାବ ଦିଆଯାଇଥିଲା। ଯାହାକୁ ମଞ୍ଜୁରୀ ପ୍ରଦାନ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ବର୍ତ୍ତମାନ CISFରେ ୭ ପ୍ରତିଶତ ମହିଳା କର୍ମଚାରୀ ଅଛନ୍ତି। ଦେଶର ବିଭିନ୍ନ ସମ୍ବେଦନଶୀଳ ପ୍ରତିଷ୍ଠାନକୁ ସୁରକ୍ଷା ଦେବା ସହ ମହତ୍ତ୍ବପୂର୍ଣ୍ଣ ସ୍ଥାନରେ ନିୟୋଜିତ ହେବେ CISFର ଏହି ମହିଳା ବାଟାଲିୟନ। 

Leave a Reply

Your email address will not be published. Required fields are marked *