ବାଲିରେ ବାହା ହେଇଗଲେ ଏଲିନା…
1 min readବାଜିଲା ସାହାନାଇ, ମଥାରେ ଲାଗିଲା ସିନ୍ଦୁର | ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ଼ ଅଭିନେତ୍ରୀ ଏଲିନା ସାମନ୍ତରାୟ | ଯାହା ସମସ୍ତଙ୍କ ପାଇଁ ସରପ୍ରାଇଜ | ଯାହା ଏବେ ଇନଷ୍ଟାଗ୍ରାମ ଛାଇଯାଇଛି ଏଲିନାଙ୍କ ବିବାହ ଫଟୋ | ନିଜ ଜୀବନସଠି ପାଇଯାଇଛନ୍ତି ଏଲିନା | ନିଜର ବହୁଦିନର ବନ୍ଧୁ ଅନୁରାଗ ପଣ୍ଡାଙ୍କୁ ପାରମ୍ପରିକ ରୀତିରେ କରିଛନ୍ତି ବିବାହ |
ତେବେ ସୋସିଆଲ ମିଡିଆରେ ଅନେକ ଫଟୋ ଦେଖିବାକୁ ମିଳିଛି | ଯେଉଁଥିରେ ବହୁତ ଇମୋସନାଲ ଫଟୋ ମଧ୍ୟ ଦେଖିବାକୁ ମିଳିଛି |ତେବେ ଏହି ଫଟୋରେ ଦୁହେଁ ବହୁତ ଖୁସି ଥିବା ଦେହକିବାକୁ ମିଳିଥିବା ବେଳେ କାନ୍ଦୁଥିବାର ମଧ୍ୟ ନଜର ଆସିଛି |
ତେବେ ସବୁଠୁ ବଡ଼ ଖବର ହେଉଛି ଏଲିନାଙ୍କ ବିବାହ ଇଣ୍ଡୋନେସିଆ ବାଲିରେ ହୋଇଛି | ନିଜ ଲୋକଙ୍କ ଠାରୁ ବହୁତ ଦୂରରେ ଏହା ହୋଇଛି | ତେବେ ହଠାତ ଏହି ଖବର ପାଇବା ପରେ ସୋସିଆଲ ମିଡିଆରେ ଅନ୍ୟ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ଶୁଭେଚ୍ଛା ଜଣାଇଛନ୍ତି | ତେବେ ଏହା ଓଲିଉଡ଼ରେ ମଧ୍ୟ କାହାକୁ ଖବର ନଥିବା ସମୟରେ ହଠାତ ଏଲିନା ନିଜ ଇନଷ୍ଟାଗ୍ରାମରେ ନିଜ ବିବାହ ଫଟୋ ରଖିବା ସହ କ୍ୟାପସନ ରେ ଅନୁରାଗ ଲଭ ରଖାଯାଇଛି |