କ୍ଷମା ମାଗିଲେ ମନୋଜ ମିଶ୍ର , ହାତଯୋଡ଼ି କହିଲେ ମୋର ସାହିତ୍ୟ ରେ ଜ୍ଞାନ ନାହିଁ!
1 min readବ୍ରିଭାନ୍ତିକର ମନ୍ତବ୍ୟ ଦେବା ପରେ ଶେଷରେ କ୍ଷମା ମାଗିଲେ ଓଲିଉଡ ଅଭିନେତା ମନୋଜ ମିଶ୍ର । ପୁଣିଥରେ ଓଲିଉଡ ରେ ଦେଖାଦେଇଛି ବିବାଦ ।ଅଭିନେତା ମନୋଜ ମିଶ୍ରଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦେଇଥିଲେ ଓଡ଼ିଶା ଫିଲ୍ମ ଓ ଟିଭି ନିର୍ଦ୍ଦେଶକ ସଂଘ। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ବାରମ୍ବାର ସୋସିଆଲ ମିଡ଼ିଆରେ ଅରୁଚିକର ମନ୍ତବ୍ୟ ଦେଉଥିବା ଅଭିଯୋଗ କରିଥିଲା ସଂଘ। ତେବେ ଏହାପରେ ପ୍ରେସ ରିଲିଜ କରି ଏହାର କଡ଼ା ଜବାବ ଦେଇଥିଲେ ଅଭିନେତା ମନୋଜ ମିଶ୍ର ।
ଯାହାର ପାଲଟା ଜବାବ ମଧ୍ୟ ଦେଇଥିଲେ ଓଡ଼ିଶା ଫିଲ୍ମ ଓ ଟିଭି ନିର୍ଦ୍ଦେଶକ ସଂଘ। ଶେଷରେ ଭୁଲ ମାଗିଲେ ଓଲିଉଡ ଅଭିନେତା ମନୋଜ ମିଶ୍ର । ବିବାଦରେ ଥିବା ଅଭିନେତା ମନୋଜ ମିଶ୍ର ଭିଡିଓ ବାର୍ତ୍ତା ଜାରି କରି ଭୁଲ ମାଗିଛନ୍ତି। ସେ କହିଛନ୍ତି, ଯଦି ଅଜାଣତରେ କାହା ମନରେ କଷ୍ଟ ଦେଇଥାଏ, ସେଥିପାଇଁ ଦୁଃଖିତ। ବ୍ୟାସକବିଙ୍କ ଲେଖାକୁ ପ୍ରଶ୍ନ କରିବାରେ ମୋର ଜ୍ଞାନ ନାହିଁ। ନା ମୁଁ ବ୍ୟାସକବିଙ୍କ କାବ୍ୟ କବିତ୍ୱ ସେତିକି ପଢିଛି ନା ମୋର ଓଡ଼ିଆ ସାହିତ୍ୟ ପାଇଁ ସେତିକି ଜ୍ଞାନ ଅଛି। ମୁଁ ଜଣେ କଳାକାର, ମୋର କଳାକାର ହିସାବରେ ଯେତିକି ଜ୍ଞାନ ରହିବ କଥା ତାଠୁ ବି କମ ଅଛି ବୋଲି ଲାଗେ ମତେ, କିଛି ଲୋକ ମତେ ସାହିତ୍ୟ ଭିତରକୁ ଟାଣି ଆଣିଲେ। ସେଥିପାଇଁ ଯଦି ସାରା ଓଡିଶାକୁ ଯଦି କଷ୍ଟ ହେଇଚି। ଯଦି ଅଜାଣତରେ କାହା ମନରେ କଷ୍ଟ ଦେଇଥାଏ, ସେଥିପାଇଁ ଦୁଃଖିତ ବୋଲି ମନୋଜ ମିଶ୍ର କହିଛନ୍ତି।
ସୂଚନା ଅନୁସାରେ, ଏକ ୟୁଟୁବ ଚ୍ୟାନେଲର ସାକ୍ଷାତକାରରେ ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ ମନୋଜ ମିଶ୍ର। ବ୍ୟାସକବି ଫକୀର ମୋହନଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହା ପରେ ବିଜେଡି ବିଧାୟକ ମଧ୍ୟ ମନୋଜ ମିଶ୍ର କ୍ଷମା ମାଗନ୍ତୁ ବୋଲି ଚେତାବନୀ ଦେଇଥିଲେ। ଅଭିନେତା ମନୋଜ ମିଶ୍ର ସପ୍ତାହେ ଭିତରେ ସର୍ବ ସମ୍ମୁଖରେ କ୍ଷମା ମାଗନ୍ତୁ। ନହେଲେ ଆମେ କୋର୍ଟକୁ ଯିବୁ। ବାଲେଶ୍ୱର ସମେତ ରାଜ୍ୟର ସବୁ ସ୍ଥାନରେ ପ୍ରତିବାଦ କରାଯିବ। ଏପରି ଚେତାବନୀ ଦେଇଥିଲେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ।
, ଫକୀରମୋହନ ସେନାପତିଙ୍କ ଗଳ୍ପ ‘ରାଣ୍ଡିପୁଅ ଅନନ୍ତା’ ଉପରେ ଚଳଚ୍ଚିତ୍ର ନିର୍ମାଣ ହେଉଛି। ସେହି ଫିଲ୍ମର ନାଁ ‘ରାଣ୍ଡିପୁଅ ଅନନ୍ତା’; ବିଶେଷକରି ‘ରାଣ୍ଡି’ ଶବ୍ଦକୁ ନେଇ ମନୋଜ ମିଶ୍ର ଆପତ୍ତି ଉଠାଇଥିଲେ ।ତେବେ ବିଧାୟକ ଗୌତମବୁଦ୍ଧ ଦାସକହିଥିଲେ ମୁଁ ତାଙ୍କୁ କହିରଖିବାକୁ ଚାହେଁ, ରାଣ୍ଡିପୁଅ ଅନନ୍ତା ଶବ୍ଦଟି ଫକୀରମୋହନ ସେନାପତିଙ୍କର ନୁହେଁ। ଫକୀରମୋହନଙ୍କ ପୂର୍ବରୁ ଓଡ଼ିଆ ଲୋକ କଥାରେ ଏଇଟା ଗୋଟିଏ ବହୁ ପ୍ରଚଳିତ ଶବ୍ଦ ବା ରୁଢ଼ି ବୋଲି କୁହାଯାଏ।
ରାଣ୍ଡିପୁଅ ଅନନ୍ତାର ଅର୍ଥ ହେଉଛି ଜଣେ ଚାରି ଦୌଡ଼ି କଟା ଯୁବକ। ସେହି ଚରିତ୍ରକୁ ସେ ଏମିତି ଭାବେ ଫୁଟାଇଛନ୍ତି, ଯାହା କେବଳ ଓଡ଼ିଆ ପାଠକଙ୍କ ମନକୁ ଛୁଇଁନାହିଁ, ବିଶ୍ୱ ସାହିତ୍ୟରେ ସେ ଗୋଟିଏ ଶ୍ରେଷ୍ଠ ରଚନା ବୋଲି କୁହାଯିବ। ସେଭଳି ଲେଖାକୁ ବୁଝିବା ପାଇଁ ବୋଧହୁଏ ତାଙ୍କର ସେଭଳି ଜ୍ଞାନ ନାହିଁ। ଏହାଛଡ଼ା ମନୋଜ ଆହୁରି କହିଛନ୍ତି ଫକୀରମୋହନ କୁଆଡ଼େ ଲେଖା କପି କରିଥିଲେ। ତାଙ୍କର ଏପରି ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ବୋଲି ଦାସ କହିଥିଲେ।
ଜଣେ ଜନପ୍ରତିନିଧି, ଜଣେ ଲେଖକ ଓ ଫକୀରମୋହନ ସେନାପତିଙ୍କର ଜଣେ ପାଠକ ଭାବରେ ମୁଁ ମନୋଜ ମିଶ୍ରଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରୁଛି ବୋଲି ଦାସ କହିଥିଲେ। ସପ୍ତାହେ ଭିତରେ ଯଦି ସେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା ନକରନ୍ତି, ତା’ହେଲେ ଆମେ ଏହା ବିରୋଧରେ କୋର୍ଟକୁ ଯିବୁ। ସବୁସ୍ଥାନରେ ଏହାର ପ୍ରତିବାଦ କରିବୁ। ମୁଁ ମନୋଜ ମିଶ୍ରଙ୍କୁ ଅନୁରୋଧ କରିବି, ସେ ଫକୀରମୋହନ ଉପରେ ଯଥେଷ୍ଟ ପଢ଼ିକି ଆସନ୍ତୁ। ଆଉ ଏପରି ବିବାଦ ସୃଷ୍ଟି କରନ୍ତୁ ନାହିଁ। ଆଗରୁ ଚଳଚ୍ଚିତ୍ରକୁ ନେଇ ବିବାଦ କରୁଥିଲେ। ଏବେ ସାହିତ୍ୟକୁ ନେଇ ବିବାଦ ସୃଷ୍ଟି କରୁଛନ୍ତି, ଯେଉଁଥିରେ ତାଙ୍କର ଜ୍ଞାନ ନାହିଁ ବୋଲି ଦାସ କହିଥିଲେ।
ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକମାନଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇ ବିଭିନ୍ନ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଓଡ଼ିଶା ଫିଲ୍ମ ନିର୍ଦ୍ଦେଶକ ମହାସଂଘ ପକ୍ଷରୁ କଟକ ସାଇବର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ତା’ପରେ ଦିନ ମନୋଜ ମିଶ୍ର ସାମ୍ୱାଦିକ ସମ୍ମିଳନୀ କରି ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ମନଇଚ୍ଛା ବର୍ଷି ଥିଲେ। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧର କହୁଥିବା ବେଳେ ବ୍ୟାସକବି ଫକୀରମୋହନ ସେନାପତି ସାହିତ୍ୟ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିଲେ। ଏହାକୁ ନେଇ ସାହିତ୍ୟିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଏହାସହିତ ସେ କହିଥିଲେ ରାଜ୍ୟର ଜନସାଧାରଣ ମଧ୍ୟ ଏକଥାକୁ କେବେ ସହ୍ୟ କରିପାରିବେ ନାହିଁ ।