Pratidin TV

Odisha's Digital News Platform

ଛାଡଖାଇରେ ଭୁବନେଶ୍ୱର ଖାଇଲା ୨ କୋଟିର ମଟନ 

1 min read

ଛାଡ଼ଖାଇରେ ୨ କୋଟିର ମଟନ ଖାଇଗଲେ ଭୁବନେଶ୍ୱରବାସୀ | ଜମିଲା ଛାଡ଼ଖାଇ, ମାଛ, ମାଂସ ଦୋକାନ ଆଗରେ ଲାଗିଲା ଲମ୍ବିଲା ଲାଇନ | ଶନିବାର ଛାଡ଼ଖାଇ ପଡ଼ି଼ହିଲା କିନ୍ତୁ ସଂକ୍ରାନ୍ତି ଯୋଗୁଁ ଏହା ମାଡ଼ ଖାଇଯାଇଥିଲା | ହେଲେ ଗତକାଲି ରବିବାର କାରଣରୁ ଛାଡଖାଇ ବେଶ ଜମିଥିଲା | ତେଣୁ ଭୋର ସମୟରୁ ଆମିଷ ବଜାରରେ ଲାଗିଥିଲା ଗ୍ରାହକଙ୍କ ଭିଡ଼ | ହାଲୁକା ଶୀତରେ ଗ୍ରାହକମାନେ ଅପେକ୍ଷା କରିଥିଲେ ଆମିଷ କିଣିବା ପାଇଁ | ୟୁନିଟ-୪ ହାଟ, ଘାଟିକିଆ ବଜାର, ୮ ନଂ କଲ୍ୟାଣୀ ମାର୍କେଟ, ସହିଦ ନଗର, ଓ ନୂଆପାଲ୍ଲୀ ଆଦି ସ୍ଥାନରେ ଆମିଷ ପାଇଁ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଥିଲା | ବେପାରୀଙ୍କୁ ମଧ୍ୟ ଫୁରସତ ମିଳୁନଥିଲା | ସମୟ ଗଡି ଚାଲିଥିଲା ହେଲେ ବଜାରରେ ଭିଡ଼ କମୁନଥିଲା |

ତେବେ ଦିନକରେ ପ୍ରାୟ ୫ କୋଟିର ଆମିଷ ବେପାର ହୋଇଥିବା ଜଣାପଡିଛି | ମାଛ, ମାଂସ ଅପେକ୍ଷା ବେଶୀ ଖାସି ବେପାର ହୋଇଥିବା ଜଣାପଡିଛି | ତେବେ ରିପୋର୍ଟ ଯାହା ଜଣାପଡିଛି ୧୩୧ ଟନର ମାଛ ବିକ୍ରି ହୋଇଥିବା ବେଳେ ଯାହାର ଦାମ ଥିଲା ୧ କୋଟିରୁ ଅଧିକ | ସେହିପରି ୧୫0 ଟନର ଚିକେନ ବେପାର ହୋଇଥିବା ବେଳେ ୧.୫ କୋଟିର ବେପାର ହୋଇଛି ଓ ଏହିସବୁକୁ ମାତ ଦେଇଛି ଖାସି ମାଂସ | ମୋଟ ୪୫ ଟନ ଖାସି ଓ ଛେଳି ମାଂସ ବିକ୍ରି ହୋଇଥିବା ବେଳେ ଯାହାର ମୂଲ୍ୟ ରହିଛି ପ୍ରାୟ ୨ କୋଟି |

Advertisement

Leave a Reply

Your email address will not be published. Required fields are marked *