ଡ୍ରାଇଭିଂ ଲାଇସେନ୍ସରେ ସାମ୍ନାକୁ ଆସିଲା ମହମ୍ମଦ ଶାମିଙ୍କ ସତ , କ୍ରିକେଟ ପାଇଁ ଲୁଚାଇଛନ୍ତି ନିଜ ବୟସ..
1 min readଆହତ ସମସ୍ୟା ଯୋଗୁ ଦୀର୍ଘ ଗୋଟିଏ ବର୍ଷ ହେଲା କ୍ରିକେଟରୁ ଦୂରେଇ ରହିଥିବା ଭାରତୀୟ ଟିମର ଦ୍ରୁତ ବୋଲର ମହମ୍ମଦ ଶାମି ଜବରଦସ୍ତ ଢଙ୍ଗରେ କମବ୍ୟାକ କରିଛନ୍ତି। ଆହତରୁ ମୁକଳିବା ପରେ ସେ ପ୍ରଥମ ଥର ପାଇଁ ରଣଜୀ ଟ୍ରଫିରେ ନଜର ଆସିଛନ୍ତି।ବେଙ୍ଗଲ ପାଇଁ ରଣଜୀ ଖେଳୁଥିବା ଶାମି ନିଜ ଯାଦୁରେ ମଧ୍ୟପ୍ରଦେଶର ବ୍ୟାଟରଙ୍କୁ ଘାଣ୍ଟିଛନ୍ତି। ଅଷ୍ଟ୍ରେଲିଆ ପଠାଇବା ନେଇ ଚର୍ଚ୍ଚା ହେଉଛି।
ତେବେ ଏହି ସମୟରେ ଅଡୁଆରେ ପଡିଛନ୍ତି କ୍ରିକେଟର । ବାସ୍ତବରେ ଜଣେ ବ୍ୟକ୍ତି ତାଙ୍କୁ ଠକେଇର ଅଭିଯୋଗ କରିଛନ୍ତି। ସେ ଦାବି କରିଛନ୍ତି ଯେ ଶାମି ତାଙ୍କ ବୟସ ଲୁଚାଇ ରଖିଛନ୍ତି। ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ବିସିସିଆଇକୁ ମଧ୍ୟ ଦାବି କରିଛନ୍ତି। ଏଭଳି ପରିସ୍ଥିତିରେ ଶାମି ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଯାଇପାରିବେ କି ନାହିଁ ପ୍ରଶ୍ନ ଉଠିଛି? ନିକଟ ଅତୀତରେ ମହମ୍ମଦ ଶାମି ଅନେକ ଅଭିଯୋଗର ଶିକାର ହୋଇଥିଲେ। ତାଙ୍କ ପତ୍ନୀ ହସିନ ଜାହାନ ମଧ୍ୟ ଘରୋଇ ହିଂସା ଏବଂ ମ୍ୟାଚ୍ ଫିକ୍ସିଂ ଭଳି ଗୁରୁତର ଅଭିଯୋଗ ଆଣିଥିଲେ।ଏହାଭିତରେ ବର୍ତ୍ତମାନ ତାଙ୍କ ବୟସ 8 ବର୍ଷ ଲୁଚାଇଥିବା ଅଭିଯୋଗ ହୋଇଛି। ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ତାଙ୍କ ଡ୍ରାଇଭିଂ ଲାଇସେନ୍ସର ଚିତ୍ର ସେୟାର କରି ଦାବି କରିଛନ୍ତି ଯେ ଏହା ଶାମିଙ୍କର, ଯାହା ଅନୁଯାୟୀ ତାଙ୍କ ବୟସ 42, ଶାମିଙ୍କ ବର୍ତ୍ତମାନର ସରକାରୀ ବୟସ 34 ବର୍ଷ। ପ୍ରମାଣ ସ୍ବରୂପ ଉକ୍ତ ବ୍ୟକ୍ତି ତାଙ୍କ ଟ୍ବିଟର ପୃଷ୍ଠାରେ ସାମିଙ୍କ ଡ୍ରାଇଭିଂ ଲାଇସେନ୍ସକୁ ପୋଷ୍ଟ କରିଥିଲେ।ହେଲେ ଟିଟ୍ବର ତା’ର ନିୟମ ଖିଲାପ କରିବା ଅନୁଭବ କରି କିଛି ଘଣ୍ଟା ପରେ ଏହାକୁ ହଟାଇ ଦେଇଥିଲା।
ତେବେ ମହମ୍ମଦ ସାମିଙ୍କ ଡ୍ରାଇଭିଂ ଲାଇସେନ୍ସ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ସାମିଙ୍କ ପୈତୃକ ଘର ଥିବା ଉତ୍ତର ପ୍ରଦେଶର ମୋରାଦାବାଦର ଆର୍ଟିଓ ୨୦୦୨ରେ ଏହି ଡ୍ରାଇଭିଂ ଲାଇସେନ୍ସ ଜାରି କରିଛନ୍ତି। ଏଥିରେ ସାମିଙ୍କ ଫଟୋ ଥିବା ସହ ତାଙ୍କ ପୂରା ନାମ ମହମ୍ମଦ ସାମି ଅହମ୍ମଦ ଓ ପିତାଙ୍କ ନାମ ତୌସିଫ୍ ଅମମ୍ମଦ ବୋଲି ଉଲ୍ଲେଖ କରାଯାଇଛି। ଏଥିରେ ସାମିଙ୍କ ଜନ୍ମ ତାରିଖ ୧୯୮୨ ମେ’ ୮ ବୋଲି ଉଲ୍ଲେଖ ରହିଛି। ଯଦି ଏହା ସତ ହୋଇଥାଏଟ୍ଟ ତେବେ ସାମିଙ୍କ ବୟସ ଏବେ ୪୨ ବର୍ଷରୁ ଅଧିକ। ହେଲେ ସାମି ବଙ୍ଗଳା ଦଳ ପାଇଁ ଘରୋଇ କ୍ରିକେଟ୍ ଖେଳିବା ବେଳେ ବିସିସିଆଇରେ ତାଙ୍କ ବୟସ ୧୯୯୦ ସେପ୍ଟେମ୍ବର ୩ ବୋଲି ପଞ୍ଜିକୃତ ହୋଇଛି। ଏହା ଅନୁସାରେ ଏବେ ସାମିଙ୍କ ବୟସ ୩୪ ବର୍ଷ।
ବ୍ୟକ୍ତିର ଏହି ଦାବି ପରେ ଫଟୋ ଭାଇରାଲ ହେବାରେ ଲାଗିଛି | ତେବେ ଏହି ଚିତ୍ର ଏବଂ ଏଥିରେ ଦିଆଯାଇଥିବା ସୂଚନା ଅସଲି ନା ଏହା ଡିପ୍ ଫେକ ପୋଷ୍ଟ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଶାମି କିମ୍ବା ବିସିସିଆଇରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।