Pratidin TV

Odisha's Digital News Platform

ବିଷ ବଳୟରେ ଜାତୀୟ ରାଜଧାନୀ,୧୬୦ ବିମାନ ଉଡ଼ାଣ ଓ ଅବତରଣ ବିଳମ୍ୱ ..

1 min read

ଦିଲ୍ଲୀ ଆଉ ଦିଲ୍ଲୀ ହୋଇ ନାହିଁ । ଏଠି ଏବେ ନିଶ୍ବାସ-ପ୍ରଶ୍ବାସ ନେବା କଷ୍ଟ । ପ୍ରଦୂଷଣର ବଳୟରେ ଅଣନିସ୍ବାସୀ ହୋଇ ପଡ଼ିଲେଣି ଲୋକେ । ଜାତୀୟ ରାଜଧାନୀର ପ୍ରଦୂଷଣ ମାତ୍ରା ସିଭିଅର୍ କାଟାଗୋରିରେ ରହିଛି । ଚାରିଆଡ଼େ ଦେଖାଯାଉଛି ଧୁଆଁ ଧୂଆଁ । ମୁହଁକୁ ମୁହଁ ଦେଖିବା କଷ୍ଟକର ହୋଇପଡିଛି । ଯେଉଁଥିପାଇଁ ଦିଲ୍ଲୀ ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦରର ଆକାଶରେ ଆଜି ୪୩ ବିମାନ ଅବତରଣ କରିବାରେ ବିଳମ୍ବ ହୋଇଛି। ଖାଲି ସେତିକି ନୁହେଁ ୧୧୮ ବିମାନର ଉଡ଼ିଣ ଠିକଣା ସମୟରେ ହୋଇପାରି ନାହିଁ।

ରିପୋର୍ଟ ଅନୁସାରେ ପ୍ରତି ବିମାନର ଉଡ଼ାଣ ପ୍ରାୟ ୨୨ ମିନିଟ ବିଳମ୍ବ ହୋଇଛି। ଠିକ୍‍ ସେହିପରି ଟ୍ରେନ ଚଳାଚଳ ମଧ୍ୟ ବାଧା ପ୍ରାପ୍ତ ହୋଇଛି । ଦିଲ୍ଲୀ ଅଭିମୁଖେ ଆସୁଥିବା ତଥା ଦିଲ୍ଲୀରୁ ବାହାରୁଥିବା ୨୮ଟି ଟ୍ରେନ ଆଜି ଆନନ୍ଦ ବିହାର ଏବଂ ଦିଲ୍ଲୀ ଷ୍ଟେସନରୁ ବାହାରିବା ସମ୍ଭବ ହୋଇପାରି ନାହିଁ। ଏପରିକି ୨ରୁ ୯ ଘଣ୍ଟା ଟ୍ରେନ ବିଳମ୍ବ ହୋଇଛି।

Advertisement

ବିମାନ ଉଡାଣ ପ୍ରଭାବିତ ହେଉଥିବାରୁ ଯାତ୍ରୀମାନଙ୍କୁ ସମ୍ପୃକ୍ତ ବିମାନ ଚଳାଚଳ ଏଜେନ୍ସୀ ସହ ସମ୍ପର୍କରେ ରହି ଉଡ଼ାଣ ପାଇଁ ପ୍ରସ୍ତୁତ ହେବାକୁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ପକ୍ଷରୁ କୁହାଯାଇଛି। ବାୟୁ ପ୍ରଦୂଷଣ ଏବଂ ଥଣ୍ଡା କାରଣରୁ ଏପରି ପରିସ୍ଥିତି ଦିଲ୍ଲୀରେ ସୃଷ୍ଟି ହୋଇଛି।

ଦିଲ୍ଲୀରେ ଏବେ ଅତି ଗମ୍ଭୀର ବାୟୁ ଅବସ୍ଥା । ବିଷ ବଳୟରେ ଜାତୀୟ ରାଜଧାନୀ । ଲୋକେ ହୋଇପଡିଲେଣି ଅଣନିଶ୍ବାସୀ । ଭିଜିବିଲିଟି ବହୁତ କମ, ଟ୍ରେନ୍ ଓ ବିମାନ ଚଳାଚଳ ପ୍ରଭାବିତ । ଗତ କିଛିଦିନ ଧରି ବାୟୁ ପ୍ରଦୂଷଣ, ଦିଲ୍ଲୀ ଲୋକଙ୍କ ହାଲ ବେହାଲ କରିଦେଲାଣି । ପବନର ବେଗ ଖୁବ କମ ଥିବା ବେଳେ ସୀମାନ୍ତ ରାଜ୍ୟରେ ହେଉଥିବା କୁଟାପୋଡ଼ି ସମସ୍ୟାକୁ ଅଧିକ ସଙ୍ଗୀନ କରୁଛି । ଯେତେ କଟକଣା ଲଗାଇଲେ ମଧ୍ୟ ସ୍ଥିତିରେ କିଛି ସୁଧାର ଆସୁନି । ଏଭଳି ସ୍ଥିତିରେ ଦିଲ୍ଲୀର ସମସ୍ତ ପ୍ରାଥମିକ ସ୍କୁଲକୁ ବନ୍ଦ ରଖାଯାଇଛି । ଆନଲାଇନରେ ଚାଲିଛି ପିଲାଙ୍କ ପାଠପଢ଼ା ।

Leave a Reply

Your email address will not be published. Required fields are marked *