Pratidin TV

Odisha's Digital News Platform

ପୁରସ୍କାର ଗ୍ରହଣ କରି ଜୟୀ କହିଲେ ଡେରିରେ ହେଉପଛେ, ସରକାର ସମ୍ମାନ ଟେ ଦେଲେ….

1 min read

ଓଡ଼ିଆ ସିନେମା ଜଗତର ବର୍ଷୀୟାନ କଳାକାର ଜୟୀରାମ ସାମଲଙ୍କୁ ୨୦୨୨ ମସିହାର ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’ରେ ସମ୍ମାନିତ କରାଯାଇଛି। ସେ କହିଛନ୍ତି ଦୀର୍ଘ ବର୍ଷ ପରେ ମୋତେ ଏହି ପୁରସ୍କାର ମିଳିଛି। ସେଥିପାଇଁ ଯେମିତି କୁହନ୍ତି କେତେ ଭାତ ଗଲାଣି ସେଇ ହାଣ୍ଡି ପଡ଼ିଛି। କେତେ ପୁଲିସ ଗଲାଣି ସେଇ ଫାଣ୍ଡି ପଡ଼ିଛି। ଆମେ ସେମିତି ପଡ଼ିଥିଲୁ, ଆଜି ଲୋକଲୋଚନକୁ ଆସିଲୁ। ଏ ଅଗଣିତ ଦର୍ଶକ ମୋର ପ୍ରଶଂସକ। ତାଙ୍କରି କରତାଳିରେ ମୁଁ ଉତ୍ସାହିତ ହୋଇ ଅଭିନୟ କରି ଚାଲିଥିଲି। ଆଜି ପୁରସ୍କାର ପାଇବା ପରେ ସେମାନେ ବି ବହୁତ ଖୁସି ହେଉଥିବେ।ମୋ ସମୟ ଆଉ ନାହିଁ।

ଆଜିବି ମୋତେ ପୁର ପଲ୍ଲୀରୁ ଲୋକ ଫୋନ କରନ୍ତି ଆଉ ପଚାରନ୍ତି ଜୟୀ ଭାଇ ତୁମେ ଆଉ କାହିଁ ସିନେମାରେ ଦେଖା ଦେଉନ। ମୁଁ ଆଉ କ’ଣ କହିବି। ସେ ସମୟ ଆଉ ନାହିଁ। ହେଲେ ନୂଆ ସରକାର ଆସିବା ପରେ ଏହି ଉତ୍ସବ ପାଳନ ହେଉଛି। ଲାଗୁଛି ଓଡ଼ିଆ ସିନେମା ଶିଳ୍ପ ପାଇଁ ବହୁତ୍ କିଛି ହେବ। କଳାକାର ସୁଯୋଗ ପାଇବେ ବୋଲି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ଗ୍ରହଣ କରି ବିଶିଷ୍ଟ କମେଡିଆନ୍ ଜୟୀରାମ ସାମଲ କହିଛନ୍ତି।ସେ ଆହୁରି କହିଛନ୍ତି, ପୁରସ୍କାର ପାଇବାରେ ବିଳମ୍ବ ହୋଇଛି। ଯାହା ବହୁ ଆଗରୁ ମିଳିବାର ଥିଲା ଏବେ ମିଳୁଛି। ଯେତେବେଳେ ପାଇବା କଥା ପାଇନି। ବିଳମ୍ବ ହେଲେ ବି ଯୋଗ୍ୟ ଭାବି ଦେଇଥିବାରୁ ଧନ୍ୟବାଦ। କଳାର ଜୟ ହେଉ। ସମସ୍ତେ କଳା ପାଇଁ ଆଗଭର ହୁଅନ୍ତୁ।

Advertisement

Leave a Reply

Your email address will not be published. Required fields are marked *