Pratidin TV

Odisha's Digital News Platform

କମଳା ହାରିସଙ୍କ ପ୍ରଚାରରେ ଖର୍ଚ୍ଚ ୧୨ ନିୟୁତ ଡଲାର…

1 min read

ହାରିସଙ୍କୁ ହରାଇ ହ୍ୱାଇଟହାଉସର ବସ୍ ହେଲେ ଡୋନାଲ୍ଡ ଟ୍ରମ୍ପ। ଆମେରିକାର ୪୭ ତମ ରାଷ୍ଟ୍ରପତି ହେବା ସହ ୪ ବର୍ଷ ପରେ ପୁଣି କ୍ଷମତାକୁ ଫେରିଲେ ଟ୍ରମ୍ପ। ମୋଟ ୪୫ ରାଜ୍ୟରୁ ୨୭ରେ ବିଜୟଧ୍ୱଜା ଉଡ଼ାଇଛନ୍ତି ଟ୍ରମ୍ପ। ତେବେ ଟ୍ରମ୍ପଙ୍କ ସହ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବଦ୍ବିତା କରିଥିବା ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ କମଳା ହାରିସ ପ୍ରଚାର ଅଭିଯାନ ରେ ୧୨ ନିୟୁତ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୧୦୧ କୋଟି ଟଙ୍କା) ଖର୍ଚ୍ଚ କରିଥିବା ଜଣାପଡିଛି। କ୍ଟୋବର ୧ରୁ ୧୭ ମଧ୍ୟରେ ହାରିସ ଘରୋଇ ଜେଟ୍‌ ବିମାନରେ ବିଭିନ୍ନ ଅଞ୍ଚଳ ଗସ୍ତ କରିଥିବାବେଳେ ଏ ବାବଦରେ ୨.୨ ନିୟୁତ ଡଲାର ଖର୍ଚ୍ଚ କରିଥିବା ଫେଡେରାଲ ଇଲେକ୍‌ସନ କମିସନ ପକ୍ଷରୁ କୁହାଯାଇଛି।

ଏହାବ୍ୟତୀତ ପ୍ରଚାର ସମୟରେ ଆଇସକ୍ରିମ ବାବଦକୁ ୨୪ ହଜାର ଡଲାର, ହୋଟେଲ ରହଣୀ ବାବଦରେ ୬୨,୭୭୨ ଡଲାର ଖର୍ଚ୍ଚ କରିଛନ୍ତି। ଏହାବ୍ୟତୀତ ନିର୍ବାଚନ ରଣନୀତି ଧାର୍ଯ୍ୟ କରୁଥିବା ଏକାଧିକ ସଂସ୍ଥାକୁ ସେ ୫.୬ ନିୟୁତ ଡଲାର ପୈଠ କରିଥିବା ଜଣାପଡିଛି। ହେଲେ କମଳା ହାରିସଙ୍କୁ ଚକମା ଦେଇ ହ୍ୱାଇଟହାଉସକୁ ନିଜର କରିଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ରିପବ୍ଲିକାନ ପାର୍ଟିର ପ୍ରଥମ ରାଷ୍ଚ୍ରପତି ପ୍ରାର୍ଥୀ ଭାବେ ପୋପୁଲାର ଭୋଟ ପାଇଥିବା ରେକର୍ଡର ଅଧିକାରୀ ବି ହୋଇଛନ୍ତି ଟ୍ରମ୍ପ। ୨୦୧୬ ଓ ୨୦୨୦ରେ ପପୁଲାର ଭୋଟ ପାଇବାରେ ଫେଲ୍ ମାରିଥିଲେ ଟ୍ରମ୍ପ। ୨୦୧୬ ରେ ୫୩୮ ଇଲେକ୍ଟୋରାଲ ଭୋଟରୁ ଯଦିଓ ୩୦୪ ଭୋଟରେ ଜିତିଥିଲେ ଟ୍ରମ୍ପ। ହିଲାରି କ୍ଲିଣ୍ଟନଙ୍କୁ ୨୦୧୬ରେ ଓ ୨୦୨୪ରେ ଉପ-ରାଷ୍ଟ୍ରପତି କମଳା ହାରିସଙ୍କୁ ହରାଇଛନ୍ତି ଟ୍ରମ୍ପ।

Advertisement

Leave a Reply

Your email address will not be published. Required fields are marked *