ଭାରତରେ ରହିଛି ଏକ ଏଭଳି ଜାଗା ଯେଉଁଠି ଝିଅ ଜନ୍ମ ହେଉ ହେଉ ପାଲଟିଯାଏ ଦେହଜୀବୀ ….
1 min readସୋନାଗାଛି ଶବ୍ଦ ଆପଣଙ୍କ କାନରେ ଅନେକ ଥର ବାଜିଥିବ । କେବେ ଗପରେ ତ କେବେ ବହିରେ । ଆଉ କେବେ ଦୁଃଖି ଝିଅର କରୁଣ କାହାଣୀ ଆପଣଙ୍କ ନିଦ ହଜେଇ ଦେଇଥିବ । ଏଠାରେ ପ୍ରତି ଘରୁ କ୍ରନ୍ଦନର ସ୍ୱର ଶୁଣିବାକୁ ମିଳେ । ଆଉ ପ୍ରତ୍ୟେକଟି ଶବ୍ଦ କହେ ଅଲଗା କାହାଣୀ । କାହା ପାଇଁ ଏହା ଏକ ମନୋରଞ୍ଜନ । ଯେଉଁଠାରେ ଟଙ୍କା ବଦଳରେ ସୌଦା ହୁଏ । ଆଉ କିଛି କ୍ଷଣ ମଧ୍ୟରେ ଏହା ଏକ କାହାଣୀ ହୋଇଯାଏ, ଯାହା ନା ଇତିହାସରେ ଲେଖାହୁଏ ନା କିମ୍ବଦନ୍ତୀ ସାଜେ । ନା ସେଠାରେ ତାରକାକୁ ଦେଖିବାକୁ ମିଳେ । ଘନ ଅନ୍ଧକାର ବ୍ୟତୀତ ଏଠାରେ କିଛି ନଥାଏ । ଏଠି ଖୋଲାଖୋଲି ଚାଲେ ଦେହ ବ୍ୟବସାୟ । ଏଠିକାର ମହିଳା ଓ ଝିଅ ମାନେ ଦେହ ବ୍ୟବସାୟକୁ ଆପେଣଇଛନ୍ତି ଯାହାକୁ ଆମ ସମାଜ ଖରାପ ଦ୍ରୁଷ୍ଟିରେ ଦେଖିଥାଏ । ଏଭଳି ନିନ୍ଦାଜନକ ଦୃଶ୍ୟ ଦେଖିବାକୁ ମିଳେ ଏସିଆର ସବୁଠାରୁ ବଡ ରେଡଲାଇଟ ଏରିଆ ସୋନାଗାଛି ରେ । କୋଲକାତା ସହରର ବହୁ ଚର୍ଚ୍ଚିତ ଏହି ବସ୍ତିର ନାମ ଯାହା ଆପଣ ମାନେ ନିଶ୍ଚିନ୍ତ ଶୁଣିଥିବେ । ଏହା ଏମିତି ଏକ ବସ୍ତିର ନାମ ଯାହାର ନାମ ଶୁଣିଲେ ଦେହ ଥରି ଉଠେ ।
ସୋନାଗାଛି ଯାହାର ଅର୍ଥ ହେଉଛି ବଙ୍ଗଳାରେ ସୁନାର ଗଛ । ରେଡ ଲାଇଟ ଏରିୟା ଭାବେ ଜଣାଶୁଣା ସୋନାଗାଛି ବାସ୍ତରୀର ମହିଳା ଓ ଯୁବତୀ ଦେହ ବ୍ୟବସାୟ କରି ଚାଲିଥାନ୍ତି । ହାୱଡା ଷ୍ଟେସନରୁ ମାତ୍ର ୩କିମି ଗଲେ ପଡିଥାଏ ଏହି ବଦନାମ ଅନ୍ଧ ଗଳି । କୁହାଯାଏ କି ଦୀର୍ଘ ବର୍ଷ ପୂର୍ବେ ସୁମିତ୍ରା ନାମ ଜେନ ମହିଳା ପ୍ରଥମେ ଏଠାରେ କିଛି ଦେହାଜୀବୀଙ୍କୁ ରଖି କୋଠି ଚଲାଉଥିଲେ ।
ଅଞ୍ଚଳରେ ଏହି ବ୍ୟବସାୟ ଭଲ ଚାଲିବାରୁ ଧୀରେ ଧୀରେ ନୂଆ ଘର ତିଆରି ହେଲା । କୋଠରି ବଢିବା ସାଙ୍ଗକୁ ବଢି ଚାଲିଲା ଦେହାଜୀବୀ ଓ ଗ୍ରାହଙ୍କ ସଂଖ୍ୟା । ତେବେ ସୋନାଗାଛି କେମିତି ରେଡ ଲାଇଟ ଏରିୟା ହେଲା ତାହାର ଇତିହାସ କାହା ପାଖରେ ନାହିଁ । ସୋନାଗାଛିର ମହିଳା ଓ ଯୁବତୀ ପରିସ୍ଥିତିରେ ପଡି ଏଠାକୁ ଚାଲି ଆସିଥାନ୍ତି ବୋଲି କୁହାଯାଏ ।
କେବଳ ପରିସ୍ଥିତିରେ ପଡି ଯୁବତୀ ଓ ମହିଳା ଏଭଳି ରାସ୍ତା ଆପଣେଇଛନ୍ତି । ଯେଉଁ ଠାରୁ ଫେରିବା ଆଉ ସମ୍ଭବ ନୁହେଁ । ସମୟ ବଦଳିବା ସହ ସେବଚ୍ଚା ସେବି ସଂଘଠନର କର୍ମଚାରୀ ମାନେ ଏମାନଙ୍କର ପିଲା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ଲାଗି ପ୍ରୟାସ କରୁଛନ୍ତି । କେତେକ ଏହି କ୍ଷେତ୍ରରେ ସଫଳ ମଧ୍ୟ ହୋଇଛନ୍ତି । ଅନେକଙ୍କ ପାଇଁ ସୋନାଗାଛି ଉପୋଭୋଗ କରିବାର ଜାଗା ହୋଇଥିବା ବେଳେ କାହା ପାଇଁ ଘନ ଅନ୍ଧକାର ବ୍ଯତୀତ ଅନ୍ୟ କିଛି ନୁହେଁ ।
ପ୍ରତିଦିନ ଏଠାରେ ଟଙ୍କା ବଦଳରେ ସଉଦା ହୋଇଥାଏ ଦେହ ଓ ମନର । ଏଠାରେ ଝିଅ ଜନ୍ମ ହେଉ ହେଉ ପାଲିଟିଯାଏ ଦେହଜୀବୀ । ଅନେକ ସମୟରେ ସହିବାକୁ ହୋଇଥାଏ ଅକଥନୀୟ ଅତ୍ୟାଚାର ଓ ନିର୍ଯ୍ୟାତନା । ବଦନାମ ଗଳି ସୋନାଗାଛିରେ ଏବେ ରହୁଛନ୍ତି ପ୍ରାୟ ୧୨ହଜାରରୁ ଅଧିକ ବ୍ୟବସାୟୀ । ଏଠିକାର ମହିଳା ଏହି ଖରାପ ଧନ୍ଦା କରି ନିଜର ଜୀବିକା ନିର୍ବାହ କରିବା ସହ ଗ୍ରାହକଙ୍କୁ ଇଶ୍ଵର ବୋଲି ଭାବିଥାନ୍ତି ।ଯେଉଁ ବୟସରେ ଝିଅ ମାନେ ପରିବାର ଠାରୁ ଶିଷ୍ଟାଚାର, ଲଜ୍ୟା, ସଂସ୍କାର ଶିଖିବା କଥା ସେହି ବୟସରେ କେମିତି ଦେହଜୀବୀ ବ୍ୟବସାୟ କରାଯାଏ ତାହାର ଶିକ୍ଷା ନେଇଥାନ୍ତି । ସମୟ ବଦଳିବା ସହ ସୋନାଗାଛି ପାଲଟିଛି ଦୁନିଆର ବଦନାମ ଗଳି ।