Pratidin TV

Odisha's Digital News Platform

ପାଖେଇ ଆସୁଛି ବିବାହ; ଲେହେଙ୍ଗା ନୁହେଁ ପାରମ୍ପରିକ ପୋଷାକ ପିନ୍ଧିବେ ଶୋଭିତା

1 min read

ସାଉଥ ଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତ ଧୁଲିପାଲା ଏବେ ନିଜ ବିବାହ ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି | ନିଜ ପ୍ରେମ ସମ୍ପର୍କକୁ ଲୁଚାଇ ରଖୁଥିବା ଦମ୍ପତି କିଛି ଦିନ ପୂର୍ବରୁ ତାଙ୍କ ସମ୍ପର୍କକୁ ବିବାହର ନାମ ଦେବା ପାଇଁ ଘୋଷଣା କରିଥିଲେ | କିଛି ଦିନ ତଳେ ନିର୍ବନ୍ଧ କରି ନିଜର ଦୀର୍ଘ ଦିନର ସମ୍ପର୍କକୁ ସୋସିଆଲ ମିଡିଆରେ କରିଥିଲେ ପୋଷ୍ଟ | ଏହାପରେ ସମସ୍ତେ ତାଙ୍କ ବିବାହ କେବେ ହେବା ନେଇ ଅପେକ୍ଷା କରିଥିଲେ |

ତେବେ ତାଙ୍କର ୨ ଦିନ ପୂର୍ବରୁ ବିବାହ କାର୍ଡ ଭାଇରାଲହୋଇଥିଲା | ଯେଉଁଥିରେ ତାଙ୍କ ବିବାହ ଡିସେମ୍ବର ୪ରେ ହେବ ବୋଲି ଜଣାପଡିଥିଲା | ତେବେ ଏକ ସାକ୍ଷାତକାରରେ ଶୋଭିତା ତାଙ୍କ ବିବାହରେ କଣ ପିନ୍ଧିବା ନେଇ କହିଥିଲେ | ସେ କହିଥିଲେ ବିବାହର ସଂସ୍କୃତି ଅନୁଯାୟୀ, ଷ୍ଟାଇଲିସ ନ ଦେଖି ପାରମ୍ପରିକ ରୀତିନୀତି ଅନୁସାରେ ପିନ୍ଧିବା କଥା | ସେ କହିଥିଲେ, ତାଙ୍କ ବିଶେଷ ଦିନରେ ଶୋଭିତା ପ୍ରକୃତ ସୁନା ଜରିରେ ପ୍ରସ୍ତୁତ ପାରମ୍ପରିକ କାଞ୍ଜିବରମ ରେଶମ ଶାଢ଼ି ପିନ୍ଧିବେ | ଏହା ସହ ଏକ ଧଳା ଖଦି ଧୋତି ସହିତ ଚୈତନ୍ୟ ଏକ ମେଳ ଖାଉଥିବା ସେଟ୍ କିଣିବାକୁ ଯୋଜନା କରିଥିବା ଜଣାଯାଇଛି | ବିବାହ ଦିନ ପାଖେଇ ଆସୁଥିବା ବେଳେ ଏବେ ପ୍ରସ୍ତୁତିରେ ଲାଗିପଡିଛନ୍ତି ଉଭୟ ଶୋଭିତା ଓ ଚୈତନ୍ୟ |

Advertisement

Leave a Reply

Your email address will not be published. Required fields are marked *