Pratidin TV

Odisha's Digital News Platform

ସହରାଞ୍ଚଳର ଭିତ୍ତିଭୂମି ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ବିକାଶ ପାଇଁ ସିଙ୍ଗାପୁରର ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ

1 min read

ସିଙ୍ଗାପୁରରେ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ସିଙ୍ଗାପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନିଜ ଟିମ ସହ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ଗାନ କିମ ୟଙ୍ଗଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି | ଏଥିସହିତ ସେ ଜୁରଙ୍ଗ୍‌ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ପରିଦର୍ଶନ କରିଥିଲେ। ରାଜ୍ୟର ପେଟ୍ରୋକେମିକାଲ ଓ କେମିକାଲ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଶର ଗମନାଗମନ, ଓ ଲଜିଷ୍ଟିକ କ୍ଷେତ୍ରର ବିକାଶ ଲାଗି ସେ ସିଙ୍ଗାପୁରର ସହଯୋଗ ଲୋଡିଛନ୍ତି |

ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାର ସମୃଧ ସାମୁଦ୍ରିକ ବାଣିଜ୍ୟ ପରମ୍ପରା ଓ ବୋଇତ ବନ୍ଦାଣ ବିଷୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅବଗତ କରିବା ସହ ସିଙ୍ଗାପୁରରେ ଥିବା କମ୍ପାନୀ ଗୁଡିକୁ ଓଡ଼ିଶାରେ ଥିବା ସୁଯୋଗ ସନ୍ଧାନ କରିବାକୁ ଆମନ୍ତ୍ରଣ କରିଛନ୍ତି | ନିବେଶରେ ସେ ସବୁ ପ୍ରକାର ସହାୟତା କରିବା ପାଇଁ ପ୍ରତିଶୃତି ଦେଇଛନ୍ତ୍ତି |

Advertisement

ଏଥିସହିତ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଉପପ୍ରଧାନମନ୍ତ୍ରୀଙ୍କୁ ଆସନ୍ତା ଜାନୁଆରୀରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ -୨୦୨୫ରେ ଯୋଗ ଦେବାକୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି। ଏହାଛଡ଼ା ପ୍ରତିନିଧି ଦଳ ସିଙ୍ଗାପୁରର ବୈଦେଶିକ ବ୍ୟାପାର ମନ୍ତ୍ରୀ ସିମ୍‌ ଆନ୍ନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଓଡ଼ିଶାରେ ସିଙ୍ଗାପୁର ଓ ଆଇଟିଇଇଏସ୍‌ ଦ୍ୱାରା ସ୍ଥାପନ କରାଯାଇଥିବା ବିଶ୍ୱ ଦକ୍ଷତା କେନ୍ଦ୍ର ଏହାର ଏକ ସଫଳ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ଅର୍ବାନ ମୋବିଲିଟି, ଗ୍ରୀନ୍‌ ସିପିଂ କରିଡର, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସ ସ୍ଥାପନ ନେଇ ଗୁରୁତ୍ୱାରୋପ କରିଛନ୍ତି। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ଯୋଗଦେବାକୁ ସିଙ୍ଗାପୁର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି |

ସିଙ୍ଗାପୁରରେ ଏକ ଭୋଜନ ଆୟୋଜନ କରାଯାଇଥିଲା ଯେଉଁଥିରେ ଶ୍ରୀ ମୋହନ ଚରଣ ମାଝୀ ଏବଂ ଟିମଙ୍କ ସହ ସିଙ୍ଗାପୁର ର ଉଦ୍ଯାପିତ ପ୍ରମୁଖ ଶିଳ୍ପଦ୍ୟୋଗୀ ଓ ଅନ୍ୟ ଅତିଥିମାନେ ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *