ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, ରାଗିଂ ଅଭିଯୋଗ ଆଣିଲେ ପରିବାର ଲୋକ
1 min readବଲାଙ୍ଗିର: ବଲାଙ୍ଗିର ମେଡ଼ିକାଲ କଲେଜ ହଷ୍ଟେଲ ଛାତରୁ ଖସି ଜଣେ ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବଲାଙ୍ଗିର ମେଡ଼ିକାଲ କଲେଜ ହଷ୍ଟେଲ ଛାତରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ ଘଟଣା ନେଇ ନିଶାନ୍ତଙ୍କ ପରିବାର ଲୋକେ ପ୍ରତିକ୍ରିୟା ରଖିଛନ୍ତି। ପୁଅ ନିଶାନ୍ତଙ୍କୁ ରାଗିଂ କରାଯାଉଥିଲା ଏବଂ ସେହି କାରଣରୁ ପୁଅର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତ ଛାତ୍ର ନିଶାନ୍ତଙ୍କ ମାମୁ କହିଛନ୍ତି ଯେ ରାଗିଂ କରାଯାଉଥିବା ନେଇ ୪ଦିନ ହେଲା ପୁଅ ପୁଅ ଘରକୁ ଫୋନ କରି କହୁଥିଲେ। ପୁଅ ଆଉ କୌଣସି ପ୍ରକାର ବ୍ୟକ୍ତିଗତ ଚାପରେ ନ ଥିଲା। ରାଗିଂ ଯୋଗୁ ପୁଅର ଜୀବନ ଯାଇଛି ବୋଲି ମାମୁ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ରାଗିଂ ଅଭିଯୋଗ ନେଇ ମେଡ଼ିକାଲ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିପାରିନାହିଁ।