Pratidin TV

Odisha's Digital News Platform

ଦେହ ପାଇଁ କାହା ଘିଅ ଉପଯୋଗୀ ? ଗାଈ ନାଁ ମଇଁଷି….

1 min read

ଘିଅ ଭାରତୀୟ ଖାଦ୍ୟର ଅନ୍ୟ ଏକ ସ୍ୱତନ୍ତ୍ର ପରିଚୟ | ଘରେ ଘରେ ପିଠାପଣାଠୁ ଆରମ୍ଭ କରି ଠାକୁର ପୂଜା ପର୍ଯ୍ୟନ୍ତ ଘିଅ ଆଗ ଖୋଜାପଡେ | କିନ୍ତୁ ଘିଅର ମାନକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ | କେଉଁ ଘିଅ ଭଲ ସେନେଇ ଦ୍ୱନ୍ଦ୍ୱ ଉପୁଜିଥାଏ | ଏସବୁ ମଧ୍ୟରେ ଗାଈ ଓ ମଇଁଷିକୁ ନେଇ କେଉଁ ଘିଅ ଭଲ ଜାଣିବା…|

ତେବେ ଆୟୁର୍ବେଦରେ ମଇଁଷି ଘିଅ ତୁଳନାରେ ଗାଈ ଘିଅକୁ ଉଚ୍ଚରେ ରଖାଯାଇଛି | ଗାଈ ଗହୀରେ ଅଧିକ ଔଷଧୀୟ ଥିବା ଆୟୁର୍ବେଦ ଚିକିତ୍ସା ପଦ୍ଧତି ବିଶ୍ୱାସ କରେ | ଏଥିସହିତ ଗାଈ ଘିଅକୁ ସାତ୍ତ୍ଵିକ ଖାଦ୍ୟ ଭାବରେ ବିବେଚନା କରାଯାଏ | ଗାଈ ଘିଅକୁ ଖାଇବା ଦ୍ୱାରା ଏକ ସକାରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ ବୋଲି ଆୟୁର୍ବେଦ ବିଶ୍ଵାସ କରନ୍ତି | ସେହିପରି ଓଜନ ହ୍ରାସ କରୁଥିବା ବ୍ୟକ୍ତି ମଇଁଷି ଘିଅ ଠାରୁ ଦୁରାଇ ରହିବା ଉଚିତ | କାରଣ ମଇଁଷି ଘିଅରେ ଅଧିକ ଚର୍ବି ଥାଏ | ଯାହା ମଣିଷ ଶରୀରରେ ଚର୍ବି ବଢ଼ିବାରେ ସାହାଯ୍ୟ କରିବ | ତେବେ ଗାଈ ଏବଂ ମଇଁଷି ଘିଅଙ୍କୁ ତୁଳନା କରିବାକୁ ଗଲେ ଗାଈ ରେ କମ ପରିମାଣର ଚର୍ବି ଥାଏ ଯାହା ବିଶେଷ କିଛି ଓଜନ ବଢ଼ାଇ ନଥାଏ | ସେହିପରି ମଇଁଷି ଘିଅ ଶରୀରର ହାଡ଼ ପାଇଁ ବହୁ ଉପଯୋଗୀ ହୋଇଥାଏ | କାରଣ ଏହି ଘିଅରେ ଥିବା ଚର୍ବି ହାଡକୁ ଦୃଢ଼ କରିଥାଏ | ଏଥିସହିତ ଋତୁ ପରିବର୍ତ୍ତନ କାରଣରୁ ହେଉଥିବା ଥଣ୍ଡା ଜ୍ୱର ଭଲ କରିବାରେ ସାହାଯ୍ୟ କରେ ମଇଁଷି ଘିଅ | ତେବେ ଏହି ସବୁରେ ମଇଁଷି ଘିଅ ଖାଇବା ଲାଭଜନକ ହୋଇଥାଏ |

Advertisement

ସେହିପରି ଯେଉଁମାନେ ହଜମ ପକ୍ରିୟାରେ ଦୁର୍ବଳ ଥାନ୍ତି ସେମାନେ ମଇଁଷି ଘିଅ ଖାଇବା ଆଦୌ ଉଚିତ ନୁହେଁ | ଏହି ସମସ୍ୟାରେ ଗାଈ ଘିଅ ସବୁଠୁ ସର୍ବୋତ୍ତମ ବୋଲି କୁହାଯାଇଛି | କାରଣ ଗାଈ ଘିଅର ହଜମ ହାର ୯୬ ପ୍ରତିଶତ ହୋଇଥାଏ | ଯାହା ହଜମ କରିବାରେ ସାହାଯ୍ୟ କରିଥାଏ | ଏହି ତୁଳନାରେ ମଇଁଷି ଘିଅର ହଜମ ହାର ଖୁବ ଧୀର | ତେବେ ଗାଈ ଘିଅରେ କ୍ୟାଲସିୟମ, ପ୍ରୋଟିନ ଥାଏ | ଏହାକୁ ପ୍ରାକୃତିକ ଆଣ୍ଟି ଅକ୍ସିଡେଣ୍ଟ ଭାବରେ ବିବେଚନା କରଯାଏ | ଦେଶୀ ଗାଈ ଘିଅ ଚର୍ମ, କେଶ ପାଇଁ ବହୁ ଉପଯୋଗୀ | ସେହିପରି ମଇଁଷି ଘିଅରେ କ୍ୟାଲସିୟମ, ମ୍ୟାଗନେସିୟମ୍, ଓ ଫସଫରସ ଭଳି ଅତ୍ୟଧିକ ପରିମାଣ ଭରପୁର ପରିମାଣରେ ଥାଏ | ଗାଈ ଘିଅକୁ ସମସ୍ତ ବରଂର ବ୍ୟକ୍ତି ଙ୍କୁ ପସନ୍ଦ ଥାଏ, କିନ୍ତୁ ହଁଆଇସି ଘିଅ କେବଳ ସକ୍ରିୟ ଶରୀର ଥିବା ବ୍ୟକ୍ତି ପାଖରେ ଲାଭଦାୟକ |

Leave a Reply

Your email address will not be published. Required fields are marked *