Pratidin TV

Odisha's Digital News Platform

ଡିସେମ୍ବର ୩ରେ ପାଞ୍ଚ ଦିନିଆ ଗସ୍ତରେ ଓଡ଼ିଶା ଆସିବେ ମହାମହିମ…

1 min read

ଡିସେମ୍ବର ୩ରେ ପାଞ୍ଚ ଦିନିଆ ଓଡିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅବତରଣ କରିବେ । ଭୁବନେଶ୍ବର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଡିସେମ୍ୱର ୬ ତାରିଖରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବିମାନ ଯୋଗେ ପଶ୍ଚିମବଙ୍ଗରେ ଥିବା ପ୍ରତିରକ୍ଷା ବିଭାଗ କଲେଇକୁଣ୍ଡା ବିମାନ ବନ୍ଦରରେ ପହଞ୍ଚିବେ ।ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜର ରଙ୍ଗମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ନିଜ ଗାଁ ଉପରବେଡାକୁ ଯିବେ ରାଷ୍ଟ୍ରପତି । ଗାଁରେ ପହଞ୍ଚିବା ପରେ ଉପରବେଡା ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି ।

ପରେ ସେଠାରୁ ନିଜ ବାସଭବନକୁ ଯିବେ | ରାଇରଙ୍ଗପୁରସ୍ଥ ବାସଭବନରେ ମଧାହ୍ନଭୋଜନ କରିବା ପରେ ଉପଖଣ୍ତ ଚିକିତ୍ସାଳୟରେ ଏସ୍‌ଏଲ୍‌ଏସ୍‌ ଟ୍ରଷ୍ଟ ପକ୍ଷରୁ ପ୍ରଦତ୍ତ ଏକ ଯାନକୁ ଲୋକାର୍ପିତ କରିବେ। ଏଥିସହିତ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପକଙ୍କ ସହିତ ଆଲୋଚନା କରିବା ପରେ ପୁଣେଶ୍ବର ମହାଦେବଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବେ। ଡିସେମ୍ବର ୭ରେ ଆଭାସୀ ଜରିଆରେ ଆଦିବାସୀ ଗବେଷଣା କେନ୍ଦ୍ର, ଦାଣ୍ଡବୋଷ ଏୟାରଷ୍ଟ୍ରିପ୍ ଓ ଉପଖଣ୍ଡ ଚିକିତ୍ସାଳୟର ପୁନରୁଦ୍ଧାର ନିମନ୍ତେ ଭିତ୍ତି ପ୍ରସ୍ଥର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମ ସରିବା ପରେ କଲେଇକୁଣ୍ଡା ବିମାନବନ୍ଦରରୁ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Advertisement

Leave a Reply

Your email address will not be published. Required fields are marked *