ରାଗରେ ଜର୍ଜରିତ ଜେଠାଲାଲ, ନିର୍ମାତା ଆଶିତଙ୍କ କଲର ଧରି ଶୋ ଛାଡିବାକୁ ଦେଲେ ଧମକ
1 min readଗତ ୧୬ ବର୍ଷ ଧରି ତାରକ ମେହେତା କା ଉଲଟା ଚଷମା ସଫଳତାର ସହ ଚାଲିଛି | ଟେଲିଭିଜନ ଦୁନିଆରେ ଦର୍ଶକଙ୍କ ଅତି ପ୍ରିୟ ଶୋ ତାରକ ମେହେତା କା ଉଲଟା ଚଷମା | ତେବେ ତାରକା ମେହେତା ଶୋ ଏବେ ଖୁବ ଚର୍ଚ୍ଚାରେ ଅଛି | ପାରିବାରିକ ଓ ସାମାଜିକ ସମ୍ପର୍କ ଉପରେ ଆଧାରିତ ଏହି ଶୋର କାହାଣୀ ଆଜିକାଲି କାଷ୍ଟ ଏବଂ ନିର୍ମାତାଙ୍କ ମଧ୍ୟରେ ଝଗଡା ହେତୁ ଖୁବ ଚର୍ଚ୍ଚାରେ ଅଛି | ବହୁ କଳାକାର ଶୋ ରୁ ବିଦାୟ ନେଇସାରିଛନ୍ତି | ତେବେ ଏବେ ଶୋରେ ଜେଠାଲାଲ ଚମ୍ପକଲାଲ ଗଡା ଭୂମିକାରେ ଅଭିନୟ କରୁଥିବା ଦିଲ୍ଲୀପ ଯୋଶୀ ଶୋର ନିର୍ମାତା ଆଶିତ କୁମାର ମୋଦିଙ୍କ ମଧ୍ୟରେ ବଡ ଝଗଡା ହୋଇଯାଇଛି | ଯାହାପରେ ସେ ଶୋ ଛାଡ଼ିଦେବା ନେଇ ଧମକ ଦେଇଛନ୍ତି |
ତେବେ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଚଳିତ ବର୍ଷ ଅଗଷ୍ଟ ଆରମ୍ଭରେ ହୋଇଥିଲା | ବାସ୍ତବରେ ଏହି ଲଢେଇ ଶୋ ଫି କି ଟଙ୍କା ଉପରେ ନୁହେଁ, ଏହା ଛୁଟି ଉପରେ ଅଟେ | ତେବେ ଛୁଟି ନେଇ ଦୁହିଁଙ୍କ ମଧ୍ୟରେ ଭୟଙ୍କର ଝଗଡା ହୋଇଛି | ଏପରିକି ଦିଲ୍ଲୀପ ଯୋଶୀ ଆଶିତଙ୍କ ସାର୍ଟ କଲର ମଧ୍ୟ ଧରି ଦେଇଥିଲେ |
ତେବେ ପ୍ରକୃତ ଖବରଟି ହେଉଛି, ଦିଲ୍ଲୀପ ଯୋଶୀଙ୍କୁ ଛୁଟି ଦରକାର ଥିଲା | ତେଣୁ ସେ ଆଶିତ ମୋଦିଙ୍କ ନିକଟକୁ ଛୁଟି ପାଇଁ ଯାଇଥିଲେ | କିନ୍ତୁ ଆଶିତ ତାଙ୍କ ସହ ଆଗ କଥା ହେବାକୁ ଆସିନଥିଲେ | ସେ ସେଠାରେ ଛୁଟି ନେବା କଥା କହିବାକୁ ବାରେ ଅପେକ୍ଷା କରିଥିଲେ | କିନ୍ତୁ ଆଶିତ ଆଉ ଜଣେ ଷ୍ଟାରଙ୍କ ସହ ଯାଇ କଥା ହେଇଥିଲେ | ଯେଉଁଥିପାଇଁ ଦିଲ୍ଲୀପ ଯୋଶୀ ରାଗିଯାଇଥିଲେ | ତା’ପରେ ତାଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା | ଏହାରି ମଧ୍ୟରେ ଦିଲ୍ଲୀପ ଯୋଶୀ ଆଶିତଙ୍କୁ ସେ ଶୋ ଛାଡ଼ିଦେବା ଉପରେ ଧମକ ଦେଇଥିଲେ |
ତେବେ ଶୁଣିବାକୁ ମିଳୁଛି ଯେ, ଆଗରୁ ମଧ୍ୟ ଏହିପରି ସମାନ ପରିସ୍ଥିତି ଘଟିଛି | ହଂକଂ ସୁଟିଂ ସମୟରେ ମଧ୍ୟ ଉଭୟଙ୍କର ବଡ ଝଗଡା ହୋଇଥିଲା | କିନ୍ତୁ ପରେ ଗୁରୁଚରଣ ସିଂ ସୋଡି ଆସି ଦୁହିଁଙ୍କ ଝଗଡାକୁ ସମାପ୍ତ କରିଥିଲେ |